ଟେକ୍

କ୍ୟୁଆର କୋଡରେ ପେମେଣ୍ଟ କରୁଛନ୍ତି କି? ତାହେଲେ ହୋଇଯାଆନ୍ତୁ ସାବଧାନ୍‌ !

ଆଜିର ଡିଜିଟାଲ ଦୁନିଆରେ ଆମର ସବୁ କିଛି କାମ ଅନଲାଇନରେ ହେଇଯାଉଛି। ଆଜିର ସମୟରେ ଲୋକ ନିଜ ପକେଟରେ ଆଉ କ୍ୟାସ୍‌ ରଖିବାକୁ ପସନ୍ଦ କରୁନାହାଁନ୍ତି। ଆମେ ତ କହିବା ପକେଟରେ ଟଙ୍କା ରଖିବା ଏକଦମ୍‌ ବନ୍ଦ ହିଁ କରିଦେଲେଣି। କାହିଁକିନା ଏବେ ସପିଙ୍ଗ୍‌ ଠାରୁ ନେଇ ଖାଇବା ପିଇବା ସେଲୋନରେ ଚୁଟି କାଟିବା ପର୍ଯ୍ୟନ୍ତ ସବୁ କାମ ଅନଲାଇନ୍‌ ଦ୍ୱାରା ହୋଇଯାଉଛି। ତେଣୁ ଅନଲାଇନ୍‌ ପେମେଣ୍ଟ୍ସ ବହୁତ ଅଧିକ ଲୋକପ୍ରିୟ ହୋଇଯାଇଛି। ପେଟିଏମ ଏବଂ ଗୁଗଲ ପେ ଭଳି ଅନେକ ଆପ୍ସରେ ଆପଣ କେଉଁଠି ବି କେବଳ ଗୋଟିଏ କ୍ୟୁଆର କୋଡ ସ୍କାନ କରି ପେମେଣ୍ଟ କରିପାରୁଛନ୍ତି। କିନ୍ତୁ କଣ ଆପଣଙ୍କୁ ଜଣାଅଛି ଏହିଭଳି କୋଡ ସ୍କାନ କରି ପେମେଣ୍ଟ କରିବା ସମୟରେ ଆପଣ ପାଉଥିବା ଟଙ୍କା ମଧ୍ୟ ହରାଇବସିବେ। ଆଜି ଆମେ ଆପଣଙ୍କୁ କିଛି ଏପରି ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ କହିବୁ ଯାହାକୁ ଆପଣ କ୍ୟୁଆର କୋଡ୍‌ ସ୍କାନ କରିବା ସମୟରେ ଧ୍ୟାନ ରଖିବା ଉଚିତ।

କ୍ୟୁଆର କୋଡ ସ୍କାନ କରି ପେମେଣ୍ଟ କରିବା ସମୟରେ ଅନେକ ଥର ଆପଣଙ୍କ କୋଡ୍ସ ଆପଣଙ୍କୁ ଅନ୍ୟ କୌଣସି ଅଲଗା େଓ୍ଵବସାଇଟ୍ସକୁ ନେଇଯାଏ। ଏହି େଓ୍ଵବସାଇଟରେ କିଛି କରିବା ପୂର୍ବରୁ ୟୁଆରଏଲକୁ ନିଶ୍ଚୟ ପଢ଼ନ୍ତୁ। କାହିଁକିନା ଯେତିକି ଅନଲାଇନ୍‌ ଫ୍ରଡ୍‌ ସ୍କାମକୁ ଏହିଭଳି ହିଁ ଅନଜାମ୍‌ ଦିଆଯାଏ।

ଯଦି କେବେ କ୍ୟୁଆର କୋଡ ସ୍କାନ କରିବା ଦ୍ୱାରା ଆପଣଙ୍କୁ କୌଣସି ଆପକୁ ଡାଉନଲୋଡ୍‌ କରିବାର ଲିଙ୍କକୁ କ୍ଲିକ କରିବାକୁ କୁହାଯାଏ। ତାହେଲେ ସାବଧାନ ରୁହନ୍ତୁ ଏବଂ ଷ୍ଟୋର କିମ୍ବା ଗୁଗଲ ପ୍ଲେ ଷ୍ଟୋର ବ୍ୟତୀତ କେଉଁଠାରୁ ବି କୌଣସି ଆପକୁ ଡାଉନଲୋଡ୍‌ କରନ୍ତୁନାହିଁ।

ଅନେକ ଥର ହ୍ୟାକର୍ସ ଆପଣଙ୍କ ମେଲକୁ ଏହା କହି କ୍ୟୁଆର କୋଡ୍‌ ସେଣ୍ଡ କରନ୍ତି ଯେ ଯଦି ପେମେଣ୍ଟ ଫେଲ ହୋଇଯାଇଛି ତାହେଲେ ଏଠାରେ ପୂରା କରନ୍ତୁ। କିନ୍ତୁ ଏହିପରି ମେଲ ଠାରୁ ନିଜକୁ ସତର୍କ ରଖନ୍ତୁ ଏବଂ ଏଠାକୁ ଆସିଥିବା କ୍ୟୁଆର କୋଡ୍ସକୁ ସ୍କାନ କରନ୍ତୁନାହିଁ।

ଯଦି ଆପଣ କେଉଁଠି କ୍ୟୁଆର କୋଡ ଦ୍ୱାରା ପେମେଣ୍ଟ କରୁଛନ୍ତି ତାହେଲେ ଖାସ୍‌ କରି କୌଣସି କାଫେ କିମ୍ବା ରେଷ୍ଟରାଣ୍ଟରେ। ତାହେଲେ ଏହି କଥାକୁ ମନରେ ଗଣ୍ଠି ପକାଇ ରଖନ୍ତୁ ଯେ ସ୍କାନ କରିବା ପରେ କ୍ୟୁଆର କୋଡ ଆପଣଙ୍କୁ କେବଳ ଆପଣଙ୍କ ପେମେଣ୍ଟ ଆପରେ ହିଁ ନେବ।

କୌଣସି ବି ଜାଗାରେ କ୍ୟୁଆର କୋଡକୁ ସ୍କାନ୍‌ କରିବା ପୂର୍ବରୁ ଥରେ ଚେକ କରିଦିଅନ୍ତୁ। କାହିଁକିନା ଅନେକ ଥର ହ୍ୟାକର୍ସ କ୍ୟୁଆର କୋଡକୁ ଏକ ଟ୍ରାନ୍ସପରେଣ୍ଟ ଫଏଲ ଲଗାଇ ଦିଅନ୍ତି, ଯାହା ଧ୍ୟାନ ନଦେଲେ ଦେଖାଯିବନାହିଁ। ଆଉ ଏହା ବହୁତ ମାତ୍ରାରେ ଆପଣଙ୍କୁ କ୍ଷତି ପହଁଚାଇପାରେ।

ଆଶା କରୁଛୁ ଭିଡିଓ ଦେଖିବା ପରେ ଆପଣ କ୍ୟୁଆର କୋଡରେ ସ୍କାନ କରିବା ସମୟରେ ଏହି କଥାକୁ ଧ୍ୟାନ ଦେବେ। ଭିଡିଓ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କୁ ସେୟାର କରି ସତର୍କ କରାନ୍ତୁ। ଏମିତି ଭିଡିଓ ଦେଖିବା ପାଇଁ ଯୋଡି ହୋଇ ରୁହନ୍ତୁ କେନ୍ୟୁଜଓଡିଶା ସହ।

Pritiparna

Recent Posts

ଜନତା ମୈଦାନରେ ଭବ୍ୟ ପ୍ରସ୍ତୁତି, ଅପରାହ୍ନ ୪ଟା ୪୫ରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ଜନତା ମୈଦାନରେ ଭବ୍ୟ ପ୍ରସ୍ତୁତି ।  ନବବଧୂ ଭାବେ ସଜେଇ ହୋଇଛି ।  ଆଜି ଅପରାହ୍ଣ…

7 mins ago

ଆଜିଠୁ ରାଜ୍ୟରେ ବିଜେପି ସରକାର: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ

ଭୁବନେଶ୍ଵର (କେନ୍ୟୁଜ): ଆଜିଠୁ ରାଜ୍ୟରେ ବିଜେପି ସରକାର ।  ଆଉ କେଇ ଘଣ୍ଟାର ଅପେକ୍ଷା ।  ରାଜ୍ୟରେ ପ୍ରଥମ ବିଜେପି…

19 mins ago

ଆଜିର ରାଶିଫଳ: କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ହେବ, ବ୍ୟବସାୟ ବିସ୍ତାର ହେବ

ମେଷ: ଆସନ୍ତାକାଲି ଏକ ଭଲ ଦିନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ଶାରୀରିକ ଯନ୍ତ୍ରଣା ହେବ…

8 hours ago

ତୁଳସୀ ପାହାଡରେ ବିଏସଏଫ ଜବାନଙ୍କୁ ବଡ଼ ସଫଳତା, ମାଓ ଡ଼ମ୍ପିଙ୍ଗ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲା ତୁଳସୀ ପାହାଡରେ BSF ଜବାନଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ କୁମ୍ବିଙ୍ଗ ଅପରେସନ…

8 hours ago

ପୋଖରୀରେ ବୁଡି ବୃଦ୍ଧ ମୃତ, ଗାଧୋଉଥିବା ସମୟରେ ପାଣିରେ ବୁଡି ଗଲେ

ଆନନ୍ଦପୁର : ପୋଖରୀରେ ବୁଡି ବୃଦ୍ଧ ମୃତ । ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ…

9 hours ago

ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି

ଜଳେଶ୍ୱର : ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି । ଦକ୍ଷିଣ-ପୂର୍ବ ରେଳ ପଥର ବାଲେଶ୍ବର ଜିଲ୍ଲା…

9 hours ago