ଟେକ୍

ବିନା କିକ୍‌ ଏବଂ ସେଲ୍ଫରେ ବି ଷ୍ଟାର୍ଟ କରିପାରିବେ ବାଇକ୍‌ , ବାସ୍‌ ଜାଣନ୍ତୁ ସହଜ ତରିକା

ଯଦି ଆପଣଙ୍କ ମୋଟରସାଇକେଲରେ କିକ୍‌ ନାହିଁ ଏବଂ ସେଲଫି ମଧ୍ୟ କାମ କରିବା ବନ୍ଦ କରିଦିଏ ତାହେଲେ ବାଇକୁ ଷ୍ଟାର୍ଟ କରିବାକୁ ଆପଣଙ୍କୁ ଏଥିରେ ଧକ୍କା ଲଗାଇବାକୁ ପଡିଥାଏ। ଆଉ ଧକ୍କା ସେତେବେଳେ ଆପଣ ଦେଇପାରିଥାନ୍ତି ଯେତେବେଳେ ଆପଣଙ୍କ ସାଥିରେ କିଏ ଥିବେ। କିନ୍ତୁ ଥରେ ଭାବନ୍ତୁ ତ ଆପଣ ଏକା ଅଛନ୍ତି ଆଉ ସାଥିରେ କେହି ବି ନାହାଁନ୍ତି। ଆଉ ତା ସହିତ ରାତି ସମୟରେ ହେଲେ ଆହୁରି ବଡ ଟେନସନ୍‌ , କାହିଁକିନା ସେତେବେଳେ ସବୁ ଗ୍ୟାରେଜ୍‌ ଦୋକାନ ପ୍ରାୟ ବନ୍ଦ ହୋଇଯାଇଥାଏ ତାହେଲେ ଏମିତି ସ୍ଥିତିରେ ଆପଣ କଣ କରିବେ। ନିଶ୍ଚିତ ଭାବେ ଉପାୟଶୂନ୍ୟ ହୋଇଯିବେ ଆଉ ଟେନସନ୍‌ ବଢ଼ିଯିବ। କିନ୍ତୁ ଏଥିପାଇଁ ଆପଣ ଜମା ବି ଟେନସନ୍‌ ହୁଅନ୍ତୁନାହିଁ। ଆପଣଙ୍କୁ ଆଜି ଆମେ ଏମିତି ସହଜ ଆଉ ବଢ଼ିଆ ତରିକା ବତାଇବୁ ଯାହା ଆପଣଙ୍କର ବଡ କାମରେ ଆସିବ ଆଉ ମିନିଟ ମଧ୍ୟରେ ଆପଣ ବାଇକକୁ ଷ୍ଟାର୍ଟ ବି କରିପାରିବେ।

ଯଦି ଆପଣ ବିନା ସେଲ୍ଫ ଏବଂ କିକ୍‌ ବ୍ୟବହାର କରି ନିଜ ମୋଟରସାଇକେଲକୁ କେମିତି ଷ୍ଟାର୍ଟ କରିବେ ଭାବୁଛନ୍ତି ତାହେଲେ ଆପଣଙ୍କୁ ଏଥିପାଇଁ ପ୍ରଥମେ ନିଜ ମୋଟରସାଇକେଲର ଡବଲ ଷ୍ଟାଣ୍ଡ ଦେବାକୁ ହେବ। ଏମିତି କଲେ ଆପଣଙ୍କୁ ଭୂମିରେ ଭଲ ଗ୍ରିପ୍‌ ମିଳିଯିବ। ଏହାପରେ ଆପଣଙ୍କୁ ନିଜ ମୋଟରସାଇକେଲକୁ ଟପ୍‌ ଗିୟରରେ ଲଗାଇବାକୁ ପଡିବ। ଏହା ହେଉଛି ବାଇକ ଷ୍ଟାର୍ଟ କରିବାର ଗୋଟେ ପ୍ରୋସେସ।

ଥରେ ଆପଣ ଏମିତି କରିବା ପରେ ଆପଣଙ୍କୁ ବାଇକର ପଛ ଟାୟାର ପାଖକୁ ଯିବାକୁ ହୋଇଥାଏ। ଏହାକୁ ଆଗ ଆଡକୁ ବୁଲାଇବାକୁ ହୋଇଥାଏ। ଆପଣଙ୍କୁ ଚେକ୍‌ କରିବାକୁ ହେବ ଯେ ବାଇକର ଟାୟରକୁ ଆଗକୁ ଜୋରସେ ବୁୁଲାଇଲେ କେତେ ସମୟ ଲାଗୁଛି। ଏହାକୁ ବୁଝିନେବା ପରେ ଆପଣଙ୍କୁ ଟାୟରକୁ ବହୁତ ଜୋରରେ ବୁୁଲାଇବାକୁ ହୋଇଥାଏ। ଯେମିତି ହିଁ ଆପଣ ଏହାକୁ ଆଗ ଆଡକୁ ବୁଲାଇବେ ଆପଣ ଦେଖିବେ ଯେ ବାଇକ୍‌ ଷ୍ଟାର୍ଟ ହେବାକୁ ଲାଗିବ। ଏମିତି ଅନେକ ଥର କରି ଆପଣ ବାଇକ ଷ୍ଟାର୍ଟ କରିପାରିବେ। ଏହି ତରିକା ବହୁତ କାରିଗରୀ। ଏମରଜେନ୍ସୀ ସମୟରେ ତ ଏହା ବହୁତ କାମରେ ଆସିଥାଏ।

ବହୁତ ଲୋକ ଅଛନ୍ତି ଯେଉଁମାନେ ଏହି ତରିକା ବିଷୟରେ ଜାଣିନାହାଁନ୍ତି, ଆଉ କିଛି ଲୋକ ଜାଣି ବି କେବେ ଟ୍ରାଏ କରିନାହାଁନ୍ତି। କିନ୍ତୁ ଯଦି ଆପଣ କେବେ ଏମିତି ସ୍ଥାନରେ ଫସି ଯାଇଛନ୍ତି ଯେଉଁଠି ଆପଣଙ୍କୁ ସାହାଯ୍ୟ କରିବାକୁ କେହି ନାହାଁନ୍ତି ଏବଂ ବାଇକ୍‌ ଷ୍ଟାର୍ଟ ହେଉନି ସେତେବେଳେ ଆପଣ ଏହି ତରିକା ଆପଣଙ୍କର ବଢ଼ିଆ କାମରେ ଆସିବ। ବହୁତ ଲୋକ ଏହି ତରିକାକୁ ବ୍ୟବହାର କରିବାର ସଠିକ୍‌ ଟ୍ରିକ୍‌ ଜାଣିନାହାଁନ୍ତି। କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ତରିକା ବହୁତ ସହଜ ଏବଂ ଆପଣ ଏହାକୁ ସହଜରେ ବ୍ୟବହାର କରି ବାଇକକୁ କେଇ ମିନିଟରେ ହିଁ ଷ୍ଟାର୍ଟ କରିପାରିବେ।

Pritiparna

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

13 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

24 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

32 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

48 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

57 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

1 hour ago