ବିନା କିକ୍‌ ଏବଂ ସେଲ୍ଫରେ ବି ଷ୍ଟାର୍ଟ କରିପାରିବେ ବାଇକ୍‌ , ବାସ୍‌ ଜାଣନ୍ତୁ ସହଜ ତରିକା

ଯଦି ଆପଣଙ୍କ ମୋଟରସାଇକେଲରେ କିକ୍‌ ନାହିଁ ଏବଂ ସେଲଫି ମଧ୍ୟ କାମ କରିବା ବନ୍ଦ କରିଦିଏ ତାହେଲେ ବାଇକୁ ଷ୍ଟାର୍ଟ କରିବାକୁ ଆପଣଙ୍କୁ ଏଥିରେ ଧକ୍କା ଲଗାଇବାକୁ ପଡିଥାଏ। ଆଉ ଧକ୍କା ସେତେବେଳେ ଆପଣ ଦେଇପାରିଥାନ୍ତି ଯେତେବେଳେ ଆପଣଙ୍କ ସାଥିରେ କିଏ ଥିବେ। କିନ୍ତୁ ଥରେ ଭାବନ୍ତୁ ତ ଆପଣ ଏକା ଅଛନ୍ତି ଆଉ ସାଥିରେ କେହି ବି ନାହାଁନ୍ତି। ଆଉ ତା ସହିତ ରାତି ସମୟରେ ହେଲେ ଆହୁରି ବଡ ଟେନସନ୍‌ , କାହିଁକିନା ସେତେବେଳେ ସବୁ ଗ୍ୟାରେଜ୍‌ ଦୋକାନ ପ୍ରାୟ ବନ୍ଦ ହୋଇଯାଇଥାଏ ତାହେଲେ ଏମିତି ସ୍ଥିତିରେ ଆପଣ କଣ କରିବେ। ନିଶ୍ଚିତ ଭାବେ ଉପାୟଶୂନ୍ୟ ହୋଇଯିବେ ଆଉ ଟେନସନ୍‌ ବଢ଼ିଯିବ। କିନ୍ତୁ ଏଥିପାଇଁ ଆପଣ ଜମା ବି ଟେନସନ୍‌ ହୁଅନ୍ତୁନାହିଁ। ଆପଣଙ୍କୁ ଆଜି ଆମେ ଏମିତି ସହଜ ଆଉ ବଢ଼ିଆ ତରିକା ବତାଇବୁ ଯାହା ଆପଣଙ୍କର ବଡ କାମରେ ଆସିବ ଆଉ ମିନିଟ ମଧ୍ୟରେ ଆପଣ ବାଇକକୁ ଷ୍ଟାର୍ଟ ବି କରିପାରିବେ।

kickଯଦି ଆପଣ ବିନା ସେଲ୍ଫ ଏବଂ କିକ୍‌ ବ୍ୟବହାର କରି ନିଜ ମୋଟରସାଇକେଲକୁ କେମିତି ଷ୍ଟାର୍ଟ କରିବେ ଭାବୁଛନ୍ତି ତାହେଲେ ଆପଣଙ୍କୁ ଏଥିପାଇଁ ପ୍ରଥମେ ନିଜ ମୋଟରସାଇକେଲର ଡବଲ ଷ୍ଟାଣ୍ଡ ଦେବାକୁ ହେବ। ଏମିତି କଲେ ଆପଣଙ୍କୁ ଭୂମିରେ ଭଲ ଗ୍ରିପ୍‌ ମିଳିଯିବ। ଏହାପରେ ଆପଣଙ୍କୁ ନିଜ ମୋଟରସାଇକେଲକୁ ଟପ୍‌ ଗିୟରରେ ଲଗାଇବାକୁ ପଡିବ। ଏହା ହେଉଛି ବାଇକ ଷ୍ଟାର୍ଟ କରିବାର ଗୋଟେ ପ୍ରୋସେସ।

ଥରେ ଆପଣ ଏମିତି କରିବା ପରେ ଆପଣଙ୍କୁ ବାଇକର ପଛ ଟାୟାର ପାଖକୁ ଯିବାକୁ ହୋଇଥାଏ। ଏହାକୁ ଆଗ ଆଡକୁ ବୁଲାଇବାକୁ ହୋଇଥାଏ। ଆପଣଙ୍କୁ ଚେକ୍‌ କରିବାକୁ ହେବ ଯେ ବାଇକର ଟାୟରକୁ ଆଗକୁ ଜୋରସେ ବୁୁଲାଇଲେ କେତେ ସମୟ ଲାଗୁଛି। ଏହାକୁ ବୁଝିନେବା ପରେ ଆପଣଙ୍କୁ ଟାୟରକୁ ବହୁତ ଜୋରରେ ବୁୁଲାଇବାକୁ ହୋଇଥାଏ। ଯେମିତି ହିଁ ଆପଣ ଏହାକୁ ଆଗ ଆଡକୁ ବୁଲାଇବେ ଆପଣ ଦେଖିବେ ଯେ ବାଇକ୍‌ ଷ୍ଟାର୍ଟ ହେବାକୁ ଲାଗିବ। ଏମିତି ଅନେକ ଥର କରି ଆପଣ ବାଇକ ଷ୍ଟାର୍ଟ କରିପାରିବେ। ଏହି ତରିକା ବହୁତ କାରିଗରୀ। ଏମରଜେନ୍ସୀ ସମୟରେ ତ ଏହା ବହୁତ କାମରେ ଆସିଥାଏ।

bikeବହୁତ ଲୋକ ଅଛନ୍ତି ଯେଉଁମାନେ ଏହି ତରିକା ବିଷୟରେ ଜାଣିନାହାଁନ୍ତି, ଆଉ କିଛି ଲୋକ ଜାଣି ବି କେବେ ଟ୍ରାଏ କରିନାହାଁନ୍ତି। କିନ୍ତୁ ଯଦି ଆପଣ କେବେ ଏମିତି ସ୍ଥାନରେ ଫସି ଯାଇଛନ୍ତି ଯେଉଁଠି ଆପଣଙ୍କୁ ସାହାଯ୍ୟ କରିବାକୁ କେହି ନାହାଁନ୍ତି ଏବଂ ବାଇକ୍‌ ଷ୍ଟାର୍ଟ ହେଉନି ସେତେବେଳେ ଆପଣ ଏହି ତରିକା ଆପଣଙ୍କର ବଢ଼ିଆ କାମରେ ଆସିବ। ବହୁତ ଲୋକ ଏହି ତରିକାକୁ ବ୍ୟବହାର କରିବାର ସଠିକ୍‌ ଟ୍ରିକ୍‌ ଜାଣିନାହାଁନ୍ତି। କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ତରିକା ବହୁତ ସହଜ ଏବଂ ଆପଣ ଏହାକୁ ସହଜରେ ବ୍ୟବହାର କରି ବାଇକକୁ କେଇ ମିନିଟରେ ହିଁ ଷ୍ଟାର୍ଟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.