ପୁରୀରୁ ୨୬୭ ଗ୍ରାମ ବ୍ରାଉନସୁଗର ଜବତ: ୩ ଯୋଗାଣକାରୀଙ୍କ ସହିତ ୫ ମହିଳା ଗିରଫ

ପୁରୀ(କେନ୍ୟୁଜ୍): ପୁରୀ ବାସେଳୀ ସାହି ଥାନା ଓ ସ୍ୱତନ୍ତ୍ର ସ୍କ୍ଵାଡକୁ ବଡ ସଫଳତା। ୨୬୭ ଗ୍ରାମ ବ୍ରାଉନସୁଗର ଜବତ । ୩ ଜଣ ବ୍ରାଉନସୁଗର ଯୋଗାଣକାରୀଙ୍କ ସହ ନୋଳିଆ ସାହିରେ କାରବାର କରୁଥିବା ୫ ମହିଳାଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୨୬ଲକ୍ଷ ମୂଲ୍ୟର ୨୬୫ ଗ୍ରାମ ବ୍ରାଉନ୍‌ସୁଗର,୩୫ ହଜାର ଟଙ୍କା,୫ଟି ମୋବାଇଲ ଫୋନ୍‌ ଓ ଗୋଟିଏ ବାଇକ୍‌ ଜବତ ହୋଇଛି। ଏମାନଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

ସହରକୁ ଧଳା ଜହର ମୁକ୍ତ କରିବା ପାଇଁ ଏସପି କେ.ବିଶାଲ ସିଂହଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ସ୍କ୍ଵାଡ ଗଠନ କରାଯାଇଛି । ଗତ କିଛି ମାସ ଧରି ସହରରେ ବ୍ୟାପକ ବ୍ରାଉନସୁଗର ଜବତ ସହ ଅନେକଙ୍କୁ ଗିରଫ କରାଯାଇଛି । କିଛି ବ୍ରାଉନସୁଗର ବେପାରୀ ଏହା ଆଣି ମହିଳାଙ୍କ ମାଧ୍ୟମରେ ବିକ୍ରି କରୁଥିଲେ। ଖବର ପାଇ ପୋଲିସ ଚଢ଼ାଉ କରି ଏହି ଗ୍ୟାଙ୍ଗ୍‌କୁ ଧରିବାରେ ସଫଳ ହୋଇଛି । ଆଜି ବାସେଳୀ ସାହି ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.