ଟେକ୍

ଭୁବନେଶ୍ୱରରେ ମାତିଛନ୍ତି ସାଇବର ଠକ, whatsapp ଜରିଆରେ ଲଗାଉଛନ୍ତି ଚୂନା

ହ୍ଵାଟସଆପ୍‌ ରେ ଲାଗିଲା ୪୦ ଲକ୍ଷ ଟଙ୍କାର ଚୂନା। ସାଇବର ଠକେଇରେ ଏହି ନୂଆ ମାମଲା ଏବେ ଚାରିଆଡ଼େ ହଇଚଇ ସୃଷ୍ଟି କରିଛି। ଟଙ୍କା ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠୁ ଲୁଟି ନେଲେ ୪୦ ଲକ୍ଷ ଟଙ୍କାର ବଡ଼ ରାଶି। ଘଟଣା କିଛି ଏଭଳି ଆରମ୍ଭ ହୋଇଥିଲା ପ୍ରଥମେ ବ୍ୟକ୍ତିଙ୍କୁ ୧୫୦ ଟଙ୍କା ଦେବା ପାଇଁ କୁହାଯାଇଥିଲା। ପରେ ରିଟର୍ଣ୍ଣ ରାଶି ମିଳିବା ପରେ ଖୁସି ହୋଇ ଲଗାଇଲେ ୪୦ ଲକ୍ଷ ଟଙ୍କା। କିନ୍ତୁ କଣ ହେବ? ଲାଗିଗଲା ଚୂନା, ହୋଇଗଲେ ଠକାମିର ଶିକାର।

ଖବରଟି ଏବେ ସବୁଠି ଚର୍ଚ୍ଚା ଧରିଛି। ସାଇବର ଠକାମିର ଶିକାର ବଢ଼ି ଚାଲିଥିବାବେଳେ ଲୋକମାନଙ୍କୁ ସତର୍କ କରାଇଲେ ବି ଲୋକ କାଇଁ ମାନିବେ.. ମାଗଣାରେ ଧନ ମିିଳିଲେ ସବୁ ବୋହି ନେଇ ଚାଲିବେ। ତେଣୁ ଏତେ ସଚେତନ କଲାପରେ ବି ଠକାମିର ଶିକାର ହେଉଛନ୍ତି। ଆଗରୁ ଫେସବୁକ , ୟୁଟ୍ୟୁବ , ଆପ୍‌ ଉପରେ ସାଇବର ଠକ ମାନଙ୍କ ଦୃଷ୍ଟି ରହୁଥିଲା। କିନ୍ତୁ ଏବେ ଲୋକପ୍ରିୟ ଚାଟିଂ ଆପ୍‌ ହ୍ଵାଟସଆପ ସେମାନଙ୍କ ଟାର୍ଗେଟ ହୋଇଛି। ଏଥିରେ ଛୋଟ ରୁ ବଡ଼ ସବୁ ବୟସର ୟୁଜର୍ସ ଅଛନ୍ତି ଯାହାଙ୍କୁ ଠକିବା ସହଜ ହେବ ବୋଲି ଭାବି ଫ୍ରଡଷ୍ଟାର ମାନେ ବିଭିନ୍ନ ପ୍ରକାର ଲିଙ୍କ ପଠାଉଛନ୍ତି। ଏହି ଘଟଣାବି ସେଭଳି କିଛି ଥିଲା..

ଏହି ଠକେଇର ଆରମ୍ଭ ହ୍ୱାଟସଆପ ମେସେଜରୁ ଆରମ୍ଭ ହୋଇଥିଲା । ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ 3D ଡିଜାଇନର । ସୂଚନା ଅନୁସାରେ ତାଙ୍କ ପାଖକୁ ପ୍ରଥମେ ଏକ ହ୍ୱାଟସଆପ୍ ମେସେଜ ଆସିଥିଲା । ଏଥିରେ ଭିଡ଼ିଓକୁ ଲାଇକ ଓ ସବସ୍କ୍ରାଇବ କରିବାକୁ କୁହାଯାଇଥିଲା । ଏଥିରେ ଘଣ୍ଟାକୁ ୩ଟି ସବସ୍କ୍ରାଇବ କଲେ ୫୦ ଟଙ୍କା ଲେଖାଏଁ ମିଳିବ ବୋଲି କୁହାଯାଇଥିଲା । ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କ କହିବା ଅନୁଯାୟୀ, ପ୍ରଥମ ଘଣ୍ଟାରେ ତାଙ୍କୁ ୧୫୦ ଟଙ୍କା ମିଳିଥିଲା । ଏହାପରେ ଏକ ଟେଲିଗ୍ରାମ ଗ୍ରୁପରେ ସାମିଲ ହେବାକୁ କୁହାଯାଇଥିଲା । ଯେଉଁ ଗ୍ରୁପରେ ୧୬୬ ଜଣ ଥିଲେ । ସମସ୍ତେ ଏଭଳି ଟଙ୍କା ରୋଜଗାର କରି ଖୁସି ଥିବା କହିଥିଲେ । ପରେ ଏହି ଗ୍ରୁପରେ ସାମିଲ ହେବା ପରେ ସବସ୍କ୍ରାଇବ କରିଥିବାରୁ ପ୍ରଥମେ ୧୯୦୦ ଓ ପରେ ୨୦୫୦ ଟଙ୍କା ମିଳିଥିଲା ।

ଏହା ପରେ ସେ ବିଶ୍ୱାସ କରିବା ଆରମ୍ଭ କଲେ । ଆଉ ସାଇବର ଠକ ଏହାର ଫାଇଦା ଉଠାଇବାକୁ ପ୍ଲାନ କଲା । ଯୋଜନା କିଛି ଏଭଳି ଥିଲା ତାଙ୍କୁ ଏକ ବଡ ରକମର ରାଶି ଦେବାକୁ କୁହାଗଲା । ପୀଡିତ ପ୍ରଥମରୁ କିଛି ଟଙ୍କା ପାଇବା ପରେ ଏହି କାମରେ ଖୁସି ହୋଇଯାଇଥିଲେ । ଆଉ ସବୁଠୁ ବଡ କଥା ଏହି ୱେବସାଇଟ ପାଇଁ ୩୦ ଲକ୍ଷ ଟଙ୍କା ଏକାଥରକେ ନିବେଶ କଲେ ପୀଡିତ । କିନ୍ତୁ ଟଙ୍କା ଯେତେବେଳେ ଉଠାଇବାକୁ ଚେଷ୍ଟା କଲେ ସେତେବେଳେ ସାଇବର ଠକ ତାଙ୍କର ଆକାଉଣ୍ଟ ବ୍ଲକ କରି ଦେଇଥିଲେ । ଏହାପରେ ସାଇବର ଠକ ଟିକସ ଦେବାକୁ ପଡିବ କହି କିଛି ଟଙ୍କା ମଧ୍ୟ ଆଦାୟ କଲେ । କିନ୍ତୁ ବାରମ୍ବାର ଚେଷ୍ଟା ପରେ ବି ଟଙ୍କା ନ ଉଠିବାରୁ ଯୁବକ ଜଣକ ଜାଣିଗଲେ ଯେ ସେ ଠକାମୀର ଶିକାର ହୋଇଛନ୍ତି । ଆଉ ଏନେଇ ଥାନାରେ ମାମଲା ରୁଜୁ କରିଛନ୍ତି ଯୁବକ ।

ଭୁବନେଶ୍ୱରରେ ମଧ୍ୟ ଏପରି ଅନେକ ମାମଲା ସାମ୍ନାକୁ ଆସୁଛି । ଯେହେତୁ ସମସ୍ତେ ଆଜି କଲି ଫୋନ ର ବ୍ୟବହାର କରୁଛନ୍ତି । ତେଣୁ ଆପଣ ସମସ୍ତେ ସଚେତନ ରୁହନ୍ତୁ । ଏଭଳି ଅଜଣା କଲ କି ମେସେଜ ତଥା ଲିଙ୍କ ଙ୍କୁ ବିଶ୍ୱାସ କରନ୍ତୁ ନାହିଁ ।

D Sonali

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

16 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

18 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

58 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago