ଟେକ୍

ଫେସବୁକରେ ରିଲ୍ସ ତିଆରି କରନ୍ତୁ, ପ୍ରତି ମାସରେ ୩ ଲକ୍ଷ ରୋଜଗାର କରନ୍ତୁ

ବର୍ତ୍ତମାନ ଟଙ୍କା କମାଇବା ପାଇଁ ଆସିଲା ଆଉ ଏକ ନୂଆ ଉପାୟ। ଆପଣ ପ୍ରତ୍ୟକ ଦିନ ଫେସବୁକ୍ ବ୍ୟବହାର କରୁଥିବେ ନିଶ୍ଚିତ। ତେବେ ଆପଣ ସେହିଥିରୁ ହିଁ ତାଙ୍କ ରୋଜଗାର କରି ପାରିବେ। ଫେସବୁକ୍ ମାଲିକାନା କମ୍ପାନୀ ମେଟା ଘୋଷଣା କରିଛି ଯେ ଯେଉଁ କ୍ରିଏଟର ଫେସବୁକ୍ ରିଲ୍ସରେ ରିଅଲ କଣ୍ଟେଣ୍ଟ ତିଆରି କରିବେ, ସେମାନଙ୍କୁ ମାସକୁ
୩.୦୭ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

କହିବାକୁ ଗଲେ ରିଲ୍ସ୍ ତିଆରି ଉପରେ ହେବା ଟଙ୍କା ବର୍ଷା। ପ୍ରତି ମାସରେ ୩ ଲକ୍ଷରୁ ଅଧିକ ରୋଜଗାର କରି ପାରିବେ କେବଳ ରିଲ୍ସ୍ କରି। ତେବେ ଏହା ହେଉଛି ଫେସବୁକର ବଡ ଘୋଷଣା । ଯଦି ଆପଣ ରିଲ୍ ତିଆରି କରିବାକୁ ମଧ୍ୟ ପସନ୍ଦ କରନ୍ତି, ତେବେ ଆପଣଙ୍କ ପାଇଁ ଏହା ବଡ଼ ଖବର।

ରିଲ୍ସରେ ନିଜେ ଭଲ ବିଷୟବସ୍ତୁ ସୃଷ୍ଟି କରି ଫେସବୁକରେ ସେୟାର କଲେ। ଆପଣଙ୍କୁ ଡଲାର ମିଳିବ। ଏମିତିକି ଆପଣକଂ ରିଲ୍ସକୁ ଯେତେ ମାତ୍ରାରେ ଲୋକେ ପସନ୍ଦ କରିବେ ଆପଣଙ୍କୁ ସେତେ ଅଧିକ ମାତ୍ରାରେ ଟଙ୍କା ମିଳିବ। ଫେସବୁକ୍ ରିଲ୍ସରେ ମାସକୁ ୪,୦୦୦ ଡଲାର୍ ପର୍ଯ୍ୟନ୍ତ ରୋଜଗାର କରିବାର ସୁଯୋଗ ଅଛି ବୋଲି କମ୍ପାନୀ କହିଛି। ତେବେ ଏହି ଡଲାରଗୁଡ଼ିକୁ ଟଙ୍କାରେ ପରିଣତ କଲେ ଏହା ପ୍ରାୟ ୩.୦୭ଲକ୍ଷ ଟଙ୍କା ହେବ।

ଏହିପରି ଭାବରେ ଆପଣ ରିଲ୍ସରେ ଟଙ୍କା ରୋଜଗାର କରିବେ। ମେଟା ଏକ ବିବୃତ୍ତିରେ କହିଛି ଯେ ଫେସବୁକରେ ଚ୍ୟାଲେଞ୍ଜସ୍ ଉପସ୍ଥାପନ କରାଯାଇଛି। ଯାହାର କଣ୍ଟେଣ୍ଟ ଅଧିକ ପ୍ରଭାବୀ ହେବ ସେ ସେତେ ମାତ୍ରାରେ ଅଧିକ ଟଙ୍କା ରୋଜଗାର କରିବ। ଉଦାହରଣ ସ୍ୱରୂପ – ପ୍ରଥମେ ଯେତେବେଳେ କ୍ରିଏଟର ୫ ଟି ରିଲ୍ କରିବେ ଓ ୧୦୦ ଭ୍ୟୁ ହେବ। ସେହି ସମୟରେ ଜଣେ ୨୦ ଡଲାର ରୋଜଗାର କରିବେ। ଏହା କରିବା ପରେ ଅନ୍ୟ ଚ୍ୟାଲେଞ୍ଜ୍ ଆସିବ। ୨୦ ଟି ରିଲ୍ ଭ୍ୟୁ ୫୦୦ ଟପିଲେ ୨୦୦ ଡଲାର ରୋଜଗାର କରିହେବ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

17 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

36 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

44 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago