Categories: ଟେକ୍

୫୫ ଇଞ୍ଚ Mi TV 4Xକୁ ସାଓମି କଲା ଭାରତରେ ଲଞ୍ଚ, ଗ୍ରାହକଙ୍କୁ ମିଳିବ ଦମଦାର ଫିଚର୍ସ

ଚାଇନା ଟେକ୍‌ କମ୍ପାନୀ ସାଓମି ନିଜର ଏମଆଇ ଟିଭି ୪ଏକ୍ସ ୨୦୨୦ ଏଡିସନକୁ ଭାରତରେ ଲଞ୍ଚ କରିଛି। ଏହି ଟିଭିରେ ଏମିତି ଅନେକ ଫିଚର୍ସ ରହିଛି ଯାହା ଗ୍ରାହକଙ୍କୁ ଆକର୍ଷିତ କରିପାରେ। ଏହି ଟିଭିର ଦାମ 34,999 ଟଙ୍କା ରଖାଯାଇଛି। ଗ୍ରାହକ ଏହି ଟିଭିକୁ ୨ ଡିସେମ୍ବର ଦ୍ୱିପହର ୧୨ଟା ଠାରୁ ଆମାଜନ, ଏମଆଇ.କମ୍‌ ଏବଂ ଏମଆଇ ହୋମ ଷ୍ଟୋରରୁ କିଣିପାରିବେ।

କମ୍ପାନୀ ନିଷ୍ପତ୍ତି ନେଇଛି ଯେ ୩୧ ଜାନୁଆରୀ ୨୦୨୦ ପୂର୍ବରୁ ଏହି ଟିଭିକୁ କିଣିଥିବା ଗ୍ରାହକଙ୍କୁ ଚାରି ମାସର ଫ୍ରି ସକସ୍କ୍ରିପସନ୍‌ ସହିତ ଏୟାରଟେଲ ଡିଟିଏଚ କନେକସନ୍‌ ସୁବିଧା ଯୋଗାଇ ଦିଆଯିବ। ଏହି ସକସ୍କି୍ରପସନର ଦାମ ୧୮୦୦ ଟଙ୍କା ରହିଛି।

ଫିଚର୍ସ

ଏହି ଟିଭିର ଫିଚର୍ସ ବିଷୟରେ କହିଲେ ଏଥିରେ ଗ୍ରାହକଙ୍କୁ ୪କେ ଏଚଡିଆର ଡିସପ୍ଲେ ଦିଆଯାଇଛି। ଡଲବି ଅଡିଓ, ଡିଟିଏଚ-ଏଚଡି, ଭିିଭିଡ୍‌ ଇଞ୍ଜିନ, ଆଣ୍ଡ୍ରଏଡ୍‌ ଆଧାରିତ ପ୍ୟାଚଓ୍ଵାଲ ୨.୦ ଇଣ୍ଟରଫେସ୍‌ ଯାହା ଓଟିଟିକୁ ସପୋର୍ଟ କରିଥାଏ। ଗ୍ରାହକଙ୍କୁ ଖାସ୍‌ ଅନୁଭବ କରାଇବା ପାଇଁ ଏଥିରେ ଗୁଗଲ ଆସିଷ୍ଟାଣ୍ଟ, ୟୁଟ୍ୟୁବ୍‌, କ୍ରୋମକାଷ୍ଟ ଏବଂ ଗୁଗଲ ପ୍ଲେ ଷ୍ଟୋରର ସପୋର୍ଟ ଦିଆଯାଇଛି।

ଏହାସହ ପଢନ୍ତୁ : Xiaomi ଆଣିଲା Warm Cup, ଚା ପିଇବା ସହିତ ଫୋନକୁ ମଧ୍ୟ କରିପାରିବେ ଚାର୍ଜ

ଏଥିରେ ୩୮୪୦x୨୧୬୦ର ରିଜୋଲ୍ୟୁସନ୍‌ ଦିଆଯାଇଛି। ଏଥିରେ ୨ଜିିବିର ଡିଡିଆର ରାମ ଏବଂ ୮ଜିବିର ଇଏମଏମସି ଷ୍ଟୋରେଜ୍‌ ଦିଆଯାଇଛି। ସାଓମିର ଏହି ଟିିଭିରେ ଆପଣଙ୍କୁ ୧୦ଓ୍ଵାଲ ବିଲ୍ଟ ଇନ୍‌ ସ୍ପିକର ମିଳିବ। ଏଥିରେ ବ୍ଲୁଟୁଥ୍‌ ସପୋର୍ଟ ଦିଆଯାଇଛି। ଯାହା ଜରିଆରେ ୟୁଜର୍ସ ଭଏସ୍‌ କମାଣ୍ଡ ର ମଜା ନେଇ ପାରିବେ।

Pritiparna

Recent Posts

DoTର ବଡ଼ ପ୍ରସ୍ତୁତି, ବେଲୁନ୍ ଏବଂ ଡ୍ରୋନ୍ ମାଧ୍ୟମରେ ମିଳିବ 5G ନେଟୱର୍କ

DoT 5G ସେବା ପାଇଁ ଏବେ ଅଭିନବ ଉପାୟ ଅନୁସନ୍ଧାନ କରୁଛି । ବର୍ତ୍ତମାନ ଜରୁରୀକାଳୀନ ପରିସ୍ଥିତିରେ ମୋବାଇଲ୍ ଟାୱାର…

31 mins ago

ମୋଦିଙ୍କ ହ୍ୟାଟ୍ରିକ, କ୍ରମାଗତ ତୃତୀୟ ଥର ପାଇଁ ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ମୋଦିଙ୍କ ହ୍ୟାଟ୍ରିକ । କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି ।  ନେହରୁଙ୍କ…

38 mins ago

ବିଜୟ ପରେ ପୱନ କଲ୍ୟାଣଙ୍କ ପତ୍ନୀ ତାଙ୍କୁ ଏପରି କଲେ ସ୍ୱାଗତ, ଅଭିନେତାଙ୍କ ମୁହଁରେ ଦେଖିବାକୁ ମିଳିଲା ଖୁସିର ଝଲକ୍‌

ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ସାଉଥ୍‌ ସୁପରଷ୍ଟାର ପୱନ କଲ୍ୟାଣ ବିଜୟ ହାସଲ କରିଛନ୍ତି । ଆନ୍ଧ୍ରପ୍ରଦେଶରେ ପୱନ କଲ୍ୟାଣଙ୍କ ପାର୍ଟି…

48 mins ago

ଆଜି ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ, ରାଜ୍ୟ ଓ ଦେଶର ଅନେକ ରେକର୍ଡ ଭାଙ୍ଗିଛନ୍ତି ନବୀନ

ଭୁବନେଶ୍ୱର (କେନ୍ୟୁଜ): ୨୪ ବର୍ଷ ୩ ମାସର ଲମ୍ବା ଶାସନ କାଳ  । ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ…

2 hours ago

ରାଜ୍ୟ ରାଜନୀତିରେ ଓଲଟପାଲଟ, ଏଥର ଓଡ଼ିଶାରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଢ଼ିବ ବିଜେପି

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ଫୁଟିଲା ପଦ୍ମ । ଏଥର ରାଜ୍ୟରେ ବିଜେପି ସରକାର। ଓଡ଼ିଶାରେ ପ୍ରଥମ ଥର ପାଇଁ ଏକାକୀ…

2 hours ago

ଆଜି ପୁଣି କମିଲା ପେଟ୍ରୋଲ ଦର, ବାଇକ ଆରୋହୀଙ୍କୁ ଆଶ୍ବସ୍ତି

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଛି ।…

3 hours ago