୫୫ ଇଞ୍ଚ Mi TV 4Xକୁ ସାଓମି କଲା ଭାରତରେ ଲଞ୍ଚ, ଗ୍ରାହକଙ୍କୁ ମିଳିବ ଦମଦାର ଫିଚର୍ସ

ଚାଇନା ଟେକ୍‌ କମ୍ପାନୀ ସାଓମି ନିଜର ଏମଆଇ ଟିଭି ୪ଏକ୍ସ ୨୦୨୦ ଏଡିସନକୁ ଭାରତରେ ଲଞ୍ଚ କରିଛି। ଏହି ଟିଭିରେ ଏମିତି ଅନେକ ଫିଚର୍ସ ରହିଛି ଯାହା ଗ୍ରାହକଙ୍କୁ ଆକର୍ଷିତ କରିପାରେ। ଏହି ଟିଭିର ଦାମ 34,999 ଟଙ୍କା ରଖାଯାଇଛି। ଗ୍ରାହକ ଏହି ଟିଭିକୁ ୨ ଡିସେମ୍ବର ଦ୍ୱିପହର ୧୨ଟା ଠାରୁ ଆମାଜନ, ଏମଆଇ.କମ୍‌ ଏବଂ ଏମଆଇ ହୋମ ଷ୍ଟୋରରୁ କିଣିପାରିବେ।

କମ୍ପାନୀ ନିଷ୍ପତ୍ତି ନେଇଛି ଯେ ୩୧ ଜାନୁଆରୀ ୨୦୨୦ ପୂର୍ବରୁ ଏହି ଟିଭିକୁ କିଣିଥିବା ଗ୍ରାହକଙ୍କୁ ଚାରି ମାସର ଫ୍ରି ସକସ୍କ୍ରିପସନ୍‌ ସହିତ ଏୟାରଟେଲ ଡିଟିଏଚ କନେକସନ୍‌ ସୁବିଧା ଯୋଗାଇ ଦିଆଯିବ। ଏହି ସକସ୍କି୍ରପସନର ଦାମ ୧୮୦୦ ଟଙ୍କା ରହିଛି।

ଫିଚର୍ସ

tvଏହି ଟିଭିର ଫିଚର୍ସ ବିଷୟରେ କହିଲେ ଏଥିରେ ଗ୍ରାହକଙ୍କୁ ୪କେ ଏଚଡିଆର ଡିସପ୍ଲେ ଦିଆଯାଇଛି। ଡଲବି ଅଡିଓ, ଡିଟିଏଚ-ଏଚଡି, ଭିିଭିଡ୍‌ ଇଞ୍ଜିନ, ଆଣ୍ଡ୍ରଏଡ୍‌ ଆଧାରିତ ପ୍ୟାଚଓ୍ଵାଲ ୨.୦ ଇଣ୍ଟରଫେସ୍‌ ଯାହା ଓଟିଟିକୁ ସପୋର୍ଟ କରିଥାଏ। ଗ୍ରାହକଙ୍କୁ ଖାସ୍‌ ଅନୁଭବ କରାଇବା ପାଇଁ ଏଥିରେ ଗୁଗଲ ଆସିଷ୍ଟାଣ୍ଟ, ୟୁଟ୍ୟୁବ୍‌, କ୍ରୋମକାଷ୍ଟ ଏବଂ ଗୁଗଲ ପ୍ଲେ ଷ୍ଟୋରର ସପୋର୍ଟ ଦିଆଯାଇଛି।

ଏହାସହ ପଢନ୍ତୁ : Xiaomi ଆଣିଲା Warm Cup, ଚା ପିଇବା ସହିତ ଫୋନକୁ ମଧ୍ୟ କରିପାରିବେ ଚାର୍ଜ

ଏଥିରେ ୩୮୪୦x୨୧୬୦ର ରିଜୋଲ୍ୟୁସନ୍‌ ଦିଆଯାଇଛି। ଏଥିରେ ୨ଜିିବିର ଡିଡିଆର ରାମ ଏବଂ ୮ଜିବିର ଇଏମଏମସି ଷ୍ଟୋରେଜ୍‌ ଦିଆଯାଇଛି। ସାଓମିର ଏହି ଟିିଭିରେ ଆପଣଙ୍କୁ ୧୦ଓ୍ଵାଲ ବିଲ୍ଟ ଇନ୍‌ ସ୍ପିକର ମିଳିବ। ଏଥିରେ ବ୍ଲୁଟୁଥ୍‌ ସପୋର୍ଟ ଦିଆଯାଇଛି। ଯାହା ଜରିଆରେ ୟୁଜର୍ସ ଭଏସ୍‌ କମାଣ୍ଡ ର ମଜା ନେଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.