ଏଥର ଦର୍ଶକଙ୍କୁ ହସାଇବେ ଶିଳ୍ପା, ଫିଲ୍ମ ‘ହଙ୍ଗାମା ୨’ ରେ ଆସିବେ ନଜର

‘ମେ ଖିଲାଡୀ ତୁ ଅନାଡୀ’ , ‘ବାଜୀଗର’ ଏବଂ ‘ଧଡକନ’ ଭଳି ଫିଲ୍ମରୁ ୯୦ ଦଶକରୁ ନିଜର ଜଲଓ୍ଵା ଦେଖାଇ ଆସୁଥିବା ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସିଲ୍ଵର ସ୍କ୍ରିନକୁ ପୁଣି ଥରେ ଫେରିବାକୁ ପ୍ରସ୍ତୁତି କରିସାରିଛନ୍ତି। ଶିଳ୍ପା ପାଖାପାଖି ୧୩ ବର୍ଷରୁ ଫିଲ୍ମରୁ ଦୂରେଇ ରହିଛନ୍ତି। କିନ୍ତୁ ପୁଣି ଥରେ ଶିଳ୍ପ ନିଜର ଜଲଓ୍ଵା ଦେଖାଇବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏହି କିିଛି ମଧ୍ୟରେ ଫିଲ୍ମ ‘ନିକମ୍ମେ’ର ସୁଟିଂରେ ବ୍ୟସ୍ତ ରହିଛନ୍ତି। ରିପୋର୍ଟ ଅନୁଯାୟୀ ପ୍ରଥମ ଥର ପାଇଁ ପ୍ରିୟଦର୍ଶନ ଫିଲ୍ମ ‘ହଙ୍ଗାମା ୨’ ରେ ଶିଳ୍ପା ସେଟ୍ଟୀ ନଜର ଆସିବେ।

ସୂଚନା ମୁତାବକ ପ୍ରିୟଦର୍ଶନ କିଛି ଦିନ ହେବ ‘ମରକ୍କର ଅରବିକାଡାଲିନ୍ତେ ସିମହମ୍‌’ର ସୁଟିଂ ଶେଷ ହୋଇଛି। ଶିଳ୍ପା ଏହି ଫିଲ୍ମରେ ଯୋଗ ଦେବାକୁ ନେଇ ପ୍ରିୟଦର୍ଶନ ଫିଲ୍ମ କହିଛନ୍ତି ଆସନ୍ତା ବର୍ଷ ଜାନୁଆରୀ ୬ ରୁ ‘ହଙ୍ଗାମା ୨’ର ସୁଟିଂ ଆରମ୍ଭ ହେବ। ନିର୍ଦ୍ଧେଶକଙ୍କ କହିବା ଅନୁଯାୟୀ ‘ଶିଳ୍ପା ଫିଲ୍ମରେ ଗ୍ଲାମରସ ଏବଂ ପ୍ରଫୁଲିତ କରିବା ଭଳି ଚରିତ୍ରରେ ଅଭିନୟ କରିବେ।’ ସେ ପରେଶ ରାଓ୍ଵଲଙ୍କ ଅପୋଜିଟ୍‌ ରେ ନଜର ଆସିବେ।

Shilpa-

ଏହାସହ ପଢନ୍ତୁ: ସୈଫ୍‌ଙ୍କୁ କାହିଁକି ଦୁଇ ଥର ବିବାହ ପାଇଁ ମନା କରିଥିଲେ କରୀନା, ସାତ ବର୍ଷ ପରେ କଲେ ଖୁଲାସା

ଏହି ଫିଲ୍ମର ନାଁ ହଙ୍ଗାମା ୨ ଶୀର୍ଷକ ରଖିବାର କାରଣ ହେଉଚଇ ଏଥିରେ ଭ୍ରମ ଏବଂ ଭୁଲ ବୁଝାବଣାରୁ ଦେଖାଯାଉଥିବା ଅଜୀବ ପରିସ୍ଥିତି ରହିଛି, ଏଥିସହ ପୂର୍ବ ଫିଲ୍ମର ଭାବନା ମଧ୍ୟ ରହିଛି। ଫିଲ୍ମରେ ଶିଳ୍ପା ସେଟ୍ଟୀ ଏବଂ ପରେଶ ରାଓ୍ଵଲଙ୍କ ବ୍ୟତୀତ ମିଜାନ ଜାଫରୀ ଏବଂ ପ୍ରଣୀତା ସୁଭାଷ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.