Categories: ଟେକ୍

ପୁଣି ଆସିଲା ନୋକିଆ ସ୍ଲାଇଡ଼ର ମୋବାଇଲ ଫୋନ୍, ଜାଣନ୍ତୁ ମୂଲ୍ଯ ଏବଂ ଫିଚର

ନୂଆଦିଲ୍ଲୀ : ନୋକିଆ ବ୍ରାଣ୍ଡର ହ୍ଯାଣ୍ଡସେଟ୍ ର୍ନିମାତା କମ୍ପାନି HMD Global ଭାରତରେ ଲଞ୍ଚ କରିଛି ନିଜର ନୂଆ ସ୍ଲାଇଡ଼ର ଫିଚର ଫୋନ୍ ନୋକିଆ ୮୧୧୦ ଫୋନ୍ । ଏହି ଫିଚର ଫୋନର ସବୁଠାରୁ ଖାସ କଥା ହେଉଛି ଏହା ଗୁଗୁଲ ଆସିଷ୍ଟାଣ୍ଟ ସପୋର୍ଟର ସହିତ ରହିଛି। ଏଥିରେ ଗ୍ରାହକଙ୍କୁ ଫେସବୁକ୍, ଟ୍ବିଟର ଏବଂ ଅନ୍ଯାନ ସମସ୍ତ ଆପ୍ସ ମଧ୍ୟ ମିଳିବ। ଏହା ୪ଜି ଫୋନ ହେବା ସହ ଏଥିରେ ହଟସ୍ପଟର ମଧ୍ୟ ସୁବିଧା ମିଳିବ। ଯଦି ଗ୍ରାହକ ଚାହିଁବେ ତେବେ ନିଜର ୪ଜି ଡ଼ାଟା ଆଉ କାହା ସହ ଶେୟାର ମଧ୍ୟ କରିପାରିବେ।

ଏହି ମୋବାଇଲର ମୂଲ୍ଯ ୫,୯୯୯ ଟଙ୍କା ରହିଥିବା ବେଳେ ଏହାର ବିକ୍ରି ଭାରତରେ ୨୪ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି। ଏହାକୁ କମ୍ପାନି ବ୍ଲାକ୍ ଏବଂ ବାନାନା ୟେଲୋରେ ରଙ୍ଗରେ ଉପଲବ୍ଧ କରାଯାଉଛି।

କଣ ରହିଛି ଫିଚର

ନୋକିଆ ମୋବାଇଲର ଡ଼ିସପ୍ଲେ ୨.୪ଇଞ୍ଚ ରହିଥିବା ବେଳେ କ୍ଲାଲକମ୍ ସ୍ନାପଡ଼୍ରାଗନ୍ ୨୦୫ ମୋବାଇଲ ପ୍ଲାଟଫର୍ମକୁ ସାମିଲ କରାଯାଇଛି। ଏଥିରେ ୫୧୨ ଏମବି ରାମ୍ ରହିବା ସହ ୪ଜିବି ଇଣ୍ଟରନ୍ଯାଲ ଷ୍ଟୋରେଜକୁ ସାମିଲ କରାଯାଉଛି। ମୋବାଇଲଟି ପୋଟେକ୍ଟିଭ୍ କଭର ସହିତ ଆସୁଛି। ଆଗଭଳି ଏଥିରେ କଲ ପିକ୍ ଅପ୍ କରିବା ପାଇଁ ସ୍ଲାଇଡ଼କୁ ଓପନ କରିବାକୁ ପଡ଼ିବ।

ନୋକିଆ ୮୧୧୦ ମୋବାଇଲରେ ୨ଏମପି କ୍ଯାମେରା ରହିଥିବା ବେଳେ ୧୫୦୦MAHର ବ୍ଯାଟେରୀ ରହିଛି। କମ୍ପାନି ଅନୁଯାୟୀ ଏହି ମୋବାଇଲର ବ୍ଯାଟେରୀ ବ୍ଯାକ୍ଅପ୍ ୭ଘଣ୍ଟାର ଟକଟାଇମ୍ ଦେବା ସହ ୨୫ଦିନର ଷ୍ଟାଣ୍ଟଟାଇମ୍ ଦେଇ ପାରିବ।

ଏହି ମୋବାଇଲ ସହ ନୋନିଆ କିଛି ସ୍ମାର୍ଟଫୋନ ମଧ୍ୟ ଲଞ୍ଚ କରିଛି। ନୋକିଆ ୩.୧ ପ୍ଲସରେ ଡ଼ୁଆଲ କ୍ଯାମେରା ସହ ୬ଇଞ୍ଚର ଡ଼ିସପ୍ଲେ ମଧ୍ୟ ଦିଆଯାଇଛି।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

3 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

5 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

12 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

20 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

21 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

38 mins ago