ଟେକ୍

ଆଜିଠୁ ଆରମ୍ଭ ହୋଇଯାଇଛି Oneplus ର ପ୍ରଥମ ଫୋଲ୍ଡେବଲ ଫୋନର ସେଲ୍‌, ପାଇବେ ୧୩,୦୦୦ ଟଙ୍କାର ବେନିଫିଟ୍‌

OnePlus ଏହାର ପ୍ରଥମ ଫୋଲ୍ଡେବଲ ଫୋନ୍ ଅକ୍ଟୋବର ୧୯ ରେ ମୁମ୍ବାଇର ଏକ ଇଭେଣ୍ଟରେ ଲଞ୍ଚ କରିଥିଲା, ଯାହାର ପ୍ରଥମ ସେଲ ୨୭ ଅକ୍ଟୋବର ଅର୍ଥାତ ଆଜି ଆରମ୍ଭ ହୋଇଯାଇଛି । OnePlus open ଫୋଲ୍ଡେବଲ ଫୋନରେ କମ୍ପାନୀ ୧୩୦୦୦ ଟଙ୍କା ମୂଲ୍ୟର ବେନିଫିଟ ପ୍ରଦାନ କରୁଛି । OnePlus ର ପ୍ରଥମ ଫୋଲ୍ଡେବଲ ଫୋନ୍ ସାମସଙ୍ଗର ଗାଲାକ୍ସି ଫୋଲ୍ଡ ଏବଂ ଓପୋର ଫୋଲ୍ଡେବଲ ଫୋନ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛି । ତେବେ OnePlus open ଫୋଲ୍ଡେବଲ ଫୋନରେ ଉପଲବ୍ଧ ଥିବା ବେନେଫିଟସ ବିଷୟରେ ଆସନ୍ତୁ ଜାଣିବା ।

ଏହି OnePlus ଫୋନରେ Snapdragon 8 Gen 2 ପ୍ରୋସେସର୍ ରହିଛି । ଯାହା ୧୬GB LPDDR5X RAM ଏବଂ ୫୧୨GB UFS4.0 ଷ୍ଟୋରେଜ୍ ସହିତ ଆସିଥାଏ । ଏହି ଫୋନରେ ୪୮୦୮ mAh ର ଏକ ପାୱାରଫୁଲ ବ୍ୟାଟେରୀ ଅଛି ଯାହା ୬୭W ଫାଷ୍ଟ ଚାର୍ଜର୍ କୁ ସପୋର୍ଟ କରେ । କମ୍ପାନୀ ଦାବି କରିଛି ଯେ ଫୋନ୍ ୧ ରୁ ୧୦୦ ପ୍ରତିଶତ ଚାର୍ଜ କରିବାକୁ ମାତ୍ର ୪୨ ମିନିଟ୍ ସମୟ ନେଇଥାଏ । OnePlus open 5G ଟେକ୍ନୋଲୋଜିକୁ ସପୋର୍ଟ କରେ ।

OnePlus open ଫୋଲ୍ଡେବଲ ଫୋନରେ ଫ୍ଲାଗସିପ୍ ଇମେଜ୍ କ୍ୱାଲିଟି ଦିଆଯାଇଛି, ଏହି ଫୋନରେ ତିନୋଟି ପାୱାରଫୁଲ ସେନ୍ସର ମଧ୍ୟ ଦିଆଯାଇଛି । ଯେଉଁଥିରେ ପ୍ରାଇମେରୀ ସେନ୍ସର ହେଉଛି ୪୮MP ସୋନି LYT-T808 pixel stacked ସେନ୍ସର । ଲୋ ଲାଇଟ ସୁଟିଂ ପାଇଁ, OnePlus open ଫୋଲ୍ଡେବଲ ଫୋନରେ ୬୪MP ଟେଲିଫୋଟୋ କ୍ୟାମେରା ଅଛି ଯାହା 3x ଜୁମ୍ ଏବଂ 6x ଜୁମ୍ ସେଟିଙ୍ଗ୍ ସହିତ ଆସିଥାଏ । ଏହି ଫୋନରେ AI ସପୋର୍ଟ ସେନ୍ସର ସହିତ Ultra res Zoom ମଧ୍ୟ ରହିଛି । ଆପଣ ଏହି ଫୋନ୍ ମାଧ୍ୟମରେ 4K ଭିଡିଓ ମଧ୍ୟ ସୁଟ୍ କରିପାରିବେ ।

OnePlus open ଫୋଲ୍ଡେବଲ ଫୋନର ଡିସପ୍ଲେ ଫୋଲ୍ଡ ହେବାବେଳେ ୬.୩୧ ଇଞ୍ଚର ହୋଇଥାଏ, କିନ୍ତୁ ଏହାକୁ ଖୋଲିବା ମାତ୍ରେ ଏହା ୭.୮୨ ଇଞ୍ଚ ହୋଇଯିବ । ଏଥିରେ ୧୨୦HZ ରିଫ୍ରେସ ରେଟ ସହିତ , LTPO 3.0, ୧୦ bit color ଦିଆଯାଇଛି । ଏହା ସହିତ , ଫୋନରେ ୨୮୦୦ ନିଟ୍ସର ପିକ ବ୍ରାଇଟନେସ ରହିଛି । OnePlus open ଫୋଲ୍ଡେବଲ ଫୋନରେ Oxygen OS ପ୍ରଦାନ କରାଯାଇଛି, ଯାହା ଆପଣଙ୍କୁ ମଲ୍ଟି ଟାସ୍କିଂ ଦେଇଥାଏ । ଆପଣ ଫୋନରେ ଏକାସାଙ୍ଗରେ ଦୁଇଟି ଟ୍ୟାବ୍ ଖୋଲିପାରିବେ । ଏଥି ସହିତ, ଏହି ଫୋନ୍ ଗେମିଂ ଦୃଷ୍ଟିରୁ ମଧ୍ୟ ବହୁତ ଭଲ ।

OnePlus ର ଏହି ଫୋନ୍ ୧,୩୯,୯୯୯ ଟଙ୍କାରେ ଲଞ୍ଚ କରାଯାଇଛି । ଏହାର ପ୍ରି-ବୁକିଂ ଅକ୍ଟୋବର ୧୯ ରୁ OnePlus ର ଅଫିସିଆଲ୍ ସାଇଟ୍ ଏବଂ ଇ-କମର୍ସ ସାଇଟ୍ ଆମାଜନରେ ଆରମ୍ଭ କରାଯାଇଛି । OnePlus open ଫୋଲ୍ଡେବଲ ଫୋନର ପ୍ରି-ବୁକିଂରେ ଆପଣମାନେ ୮୦୦୦ ଟଙ୍କାର ଟ୍ରେଡ ବୋନସ ଏବଂ ୧୨ ମାସର no cost EMI ଅଫର ପାଇପାରିବେ । ଯଦି ଆପଣ ଏହାକୁ ICICI ବ୍ୟାଙ୍କ କାର୍ଡ କିମ୍ବା Instant bank କାର୍ଡ ମାଧ୍ୟମରେ କିଣନ୍ତି, ତେବେ ଆପଣଙ୍କୁ ୫୦୦୦ ଟଙ୍କାର ଡିସକାଉଣ୍ଟ ମିଳିବ । ଯେଉଁଥିରେ Jio plus ଯୁଜର୍ସମାନେ ୧୫୦୦୦ ଟଙ୍କା ମୂଲ୍ୟର ବେନିଫିଟସ ପାଇବେ ।

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

7 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

14 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

21 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

29 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

31 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

39 mins ago