ରାଜ୍ୟ

‘ଓଡ଼ିଶାବାସୀ ମତେ ବହୁତ ସ୍ନେହଶ୍ରଦ୍ଧା ଓ ସମ୍ମାନ ଦେଇଛନ୍ତି’ ବିଦାୟୀ ବେଳେ ଭାବ ବିହ୍ବଳ ହେଲେ ରାଜ୍ୟପାଳ ଗଣେଣୀ ଲାଲ୍

କେନ୍ୟୁଜ୍(ବ୍ୟୁରୋ):ଓଡ଼ିଶା ଛାଡିଲେ ରାଜ୍ୟବାସୀଙ୍କ ପ୍ରିୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଓଡ଼ିଶା ଛାଡିବା ପୂର୍ବରୁ ଭାବବିହ୍ବଳ ହୋଇ ପଡି ବିଦାୟୀ ରାଜ୍ୟପାଳ କହିଥିଲେ, ମୁଁ ଓଡ଼ିଶାରୁ ବହୁତ କିଛି ଶିଖିଛି ଓ ପାଇଛି। ଓଡ଼ିଶାବାସୀ ମତେ ବହୁତ ସ୍ନେହଶ୍ରଦ୍ଧା ଓ ସମ୍ମାନ ଦେଇଛନ୍ତି। ମୁଁ କାହିଁକି ଆସିଛି ଓ କେଉଁଠୁ ଆସିଛି ଓଡ଼ିଶାରୁ ହିଁ ବୁଝିପାରିଲି। ଓଡ଼ିଶାରେ ମୋର ଦ୍ବିତୀୟ ଜନ୍ମ ହୋଇଛି ବୋଲି କହିଛନ୍ତି ରାଜ୍ୟପାଳ । ବସୁଧୈବ କୁଟୁମ୍ବକମ୍ ର ମୂଳଦୁଆ ହେଉଛି ଓଡ଼ିଶା।

ବିଦାୟ ପୂର୍ବରୁ ରାଜଭବନ ପରିସରରେ ଗଣେଶୀ ଲାଲଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ରାଜଭବନ କର୍ମଚାରୀ ମାନେ ମଧ୍ଯ ବିଦାୟୀ ରାଜ୍ୟପାଳଙ୍କୁ ଶୁଭେଚ୍ଛା ଜଣାଇଥିଲେ। କର୍ମଚାରୀଙ୍କ ସହ କଥା ହୋଇ ଭାବବିହ୍ବଳ ହୋଇପଡିଥିଲେ ଗଣେଶୀ ଲାଲ। ଓଡ଼ିଶାରେ ପାଞ୍ଚବର୍ଷ ପାଞ୍ଚ ମାସ ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଇଛନ୍ତି ପ୍ରଫେସର ଗଣେଶୀ ଲାଲ। ୨୦୧୮ ମେ ୨୫ତାରିଖରେ ଓଡ଼ିଶାର ୨୫ ତମ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। ଗତକାଲି ରାଜଭବନରେ ରାଜ୍ୟପାଳଙ୍କୁ ରାଜଭବନ ପରିବାର ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ। …୨୯ରେ ଆସିବେ ନୂଆ ରାଜ୍ୟପାଳ ରଘୁବର ଦାସ ।

Sasmita

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

6 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

9 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

10 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

10 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

12 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

12 hours ago