ଟେକ୍

ଖୁବ୍‌ଶୀଘ୍ର ବଜାରରେ ଓ୍ଵାନପ୍ଲସର ପ୍ରଥମ ଟାବଲେଟ, ବ୍ୟାଙ୍କ ଡିସକାଉଣ୍ଟ ସହ ଏକ୍ସଚେଞ୍ଜ ଅଫର ଜାରି

କେନ୍ୟୁଜ୍‌(ବ୍ୟୁରୋ): ଓ୍ଵାନପ୍ଲସ ଲଭରଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଏହି ପପୁଲାର ବ୍ରାଣ୍ଡ ଏହାର ପ୍ରଥମ ଟାବଲେଟ ଲଞ୍ଚ କରିବାକୁ ଯାଉଛି । ଯାହାର ନା ରହିଛି ଓ୍ଵାନପ୍ଲସ ପେଡ୍‌ । ଅର୍ଥାତ ଟାବଲେଟ ବଜାରରେ ପ୍ରବେଶ କରିବାକୁ ଯାଉଛି ଓ୍ଵାନପ୍ଲସ । ପୂର୍ବରୁ ଅନେକ ବ୍ରାଣ୍ଡ ଟାବଲେଟ ବଜାରରେ ରହି ଆସିଥିଲେ ସୁଦ୍ଧା ଏମାନଙ୍କୁ ଓ୍ଵାନପ୍ଲସ ଟକ୍କର ଦେବ । ଓ୍ଵାନପ୍ଲସ ପକ୍ଷରୁ ଅଫିସିଆଲ ଭାବେ ଏହାର ଲଞ୍ଚ ତାରିଖ ଘୋଷଣା କରାଯାଇଛି । ଏପ୍ରିଲ ୨୮ ତାରିଖରୁ ଏହାର ପ୍ରି-ଅଡର ଆରମ୍ଭ ହେବ ।

ଦୁଇଟି ଷ୍ଟୋରେଜ ଭାରିଆଣ୍ଟରେ ଏହା ବଜାରରେ ଉପବଲବ୍ଧ ହେବାକୁ ଯାଉଛି । 8 ଜିବି RAM ସହ 128ଜିବି ଷ୍ଟୋରେଜ ଭାରିଆଣ୍ଟର ବଜାର ମୂଲ୍ୟ ରହିବ ୩୭ ହଜାର ୯୯୯ ଟଙ୍କା । ସେହିପରି 12ଜିବି RAM ଓ 256 ଜିବି ଷ୍ଟୋରେଜ ଭାରିଆଣ୍ଟର ବଜାର ମୂଲ୍ୟ ରହିବ ୩୯ ହଜାର ୯୯୯ଟଙ୍କା । ଏହା ଗୋଟିଏ କଲର ଭାରିଆଣ୍ଟରେ ବଜାରରେ ଉପଲବ୍ଧ ହେବ । ଏହା କେବଳ ହାଲୋ ଗ୍ରିନ୍‌ କଲର ଭାରିଆଣ୍ଟରେ ମିଳିବ । ଓ୍ଵାନପ୍ଲସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଇ-କମର୍ସ ପ୍ଲାଟଫର୍ମ ଯଥା ଆମାଜନ, ଫ୍ଲିପକାର୍ଟ ଓ ଓ୍ଵାନପ୍ଲସର ଅଫିସିଆଲ େଓ୍ଵବସାଇଟରେ ଏହାର ପ୍ରି-ଅଡର ଉପଲବ୍ଧ ହେବ । ଏପ୍ରିଲ ୨୮ ତାରିଖ ଦିନ ୧୨ଟା ପରଠୁ ଆପଣ ଏହାର ପ୍ରି-ଅଡର ବୁକ କରିପାରିବେ । ଏହାସହ ମେ ୨ ତାରିଖ ଦିନ ୧୨ଟା ପରେ ଏହା ବଜାରରେ ବିକ୍ରି ଆରମ୍ଭ ହେବ । ଏହାସହ ଆମାଜନ, ଫ୍ଲିପକାର୍ଟ ଓ ଓ୍ଵାନପ୍ଲସ ଡଟ୍‌ ଇନରେ ଏହାକୁ କିଣି ପାରିବେ ଗ୍ରାହକ । ଏହି ପେଡ୍‌ ସହ କମ୍ପାନୀ ଏହାର ଏସେସୋରିଜ୍‌ ଲଞ୍ଚ କରିବାକୁ ଯାଉଛି । ସେ ଗୁଡ଼ିକ ହେଲା ଓ୍ଵାନପ୍ଲସ ମ୍ୟାଗନେଟିକ କିବୋର୍ଡ ଯାହାର ମୂଲ୍ୟ ରହିଛି ୭ ହଜାର ୯୯୯ । ଏହାସହ ଏକ ଧଳା ରଙ୍ଗର ଷ୍ଟାଇଲସ ଯାହାର ମୂଲ୍ୟ ୪ ହଜାର ୯୯୯ ଓ ଏକ ଫୋଲିଓ କେସ୍‌ ଯାହାର ମୂଲ୍ୟ ୧ ହଜାର ୪୯୯ ରହିଛି ।

କମ୍ପାନୀ ପକ୍ଷରୁ ସେଲ ଅଫର ସହ ପ୍ରି-ଅଡର ଅଫର ଜାରି କରାଯାଇଛି । ଯଦି ଆପଣଙ୍କ ପାଖରେ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡ ରହିଛି ଆପଣଙ୍କୁ ୨ ହଜାର ଟଙ୍କାର ଡିସକାଉଣ୍ଟ ଅଫର ମିଳିବ । ଏହି ଅଫର ଆପଣଙ୍କୁ ଓ୍ଵାନପ୍ଲସ ଡଟ୍‌ ଇନ, ଆମାଜନ, ଫ୍ଲିପକାର୍ଟ, ଓ୍ଵାନପ୍ଲସ ଏକ୍ସପ୍ରିଏନ୍ସ ଷ୍ଟୋର, ରିଲାଏନ୍ସ ଓ କ୍ରୋମା ଷ୍ଟୋରରେ ପାଇ ପାରିବେ । ଆପଣ ଯଦି ଏହାର ପ୍ରି-ଅଡର ବୁକ କରୁଛନ୍ତି ଆପଣଙ୍କୁ ୧୪୯୯ ଟଙ୍କାର ମାଗଣାରେ ଫୋଲିଓ କେସ୍‌ ମିଳିବ ।

ଯଦି ଆପଣଙ୍କ ପାଖରେ ଓ୍ଵାନପ୍ଲସ ସ୍ମାର୍ଟଫୋନ ରହିଛି ଏହାକୁ ଏକ୍ସଚେଞ୍ଜ କରାଇ ଆପଣ ଏହି ପେଡ୍‌ କିଣି ପାରିବେ । ଏଥିରେ ଆପଣଙ୍କୁ ଏକ୍ସଚେଞ୍ଜ ଭେଲ୍ୟୁ ବାବଦରେ ୫୦୦୦ ଟଙ୍କାର ଡିସକାଉଣ୍ଟ ମିଳିବ । ଅନ୍ୟ ବ୍ରାଣ୍ଡର ସ୍ମାର୍ଟଫୋନ ବା ଟାପଲେଟ ଉପରେ ୩ ହଜାର ଟଙ୍କାର ଏକ୍ସଚେଞ୍ଜ ଭେଲ୍ୟୁର ଫାଇଦା ନେଇ ପାରିବେ ।

KNews Bureau

Recent Posts

ଘରର ଚାଳ ଉପରେ ଦୁମ୍‌ କି ପଡିଲା ହାଇଓ୍ଵା ଟ୍ରକ୍‌, ଭିତରେ ଶୋଇଥିଲେ ସ୍ୱାମୀ ସ୍ତ୍ରୀ

ସାଲେପୁର (କେନ୍ୟୁଜ): ଖାଇ ପିଇ ରାତିରେ ଶୋଇଲେ ସ୍ୱାମୀ ସ୍ତ୍ରୀ । ଘରର କବାଟ କଣ୍ଟା ଦେଇ ଶୋଇବାକୁ ଗଲେ…

14 seconds ago

ଟି୨୦ ବିଶ୍ୱକପ : ନ୍ୟୁୟର୍କରେ ଗାର୍ଡେନ ସିଟିରେ ଅଭ୍ୟାସ କରୁଛି ଭାରତୀୟ ଟିମ୍‌

ଟି୨୦ ବିଶ୍ୱକପ ଉପରେ ରହିଛି ସମସ୍ତଙ୍କ ନଜର । ଆଉ ୪ ଦିନ ପରେ ଆରମ୍ଭ ହେବ ଟି୨୦ ବିଶ୍ୱକପ…

11 mins ago

ଜନ୍ମଦିନ ପାଳନ କରି ଫେରିବା ସମୟରେ ଦୁର୍ଘଟଣାଗ୍ରସ୍ତ କାର, ପରିବାରର ୬ ମୃତ

ମଙ୍ଗଳବାର ମଧ୍ୟରାତ୍ରୀରେ ମହାରାଷ୍ଟ୍ରର ସାଙ୍ଗଲିର ତାସଗାଓଁ-ମନେରାଜୁରୀ ରାସ୍ତାରେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଏହି…

31 mins ago

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ, ଭିଣୋଇ ନାଁରେ ଅଭିଯୋଗ ଆଣିଲା ଶଳା

ଗଞ୍ଜାମ : ମୋ ଭଉଣୀର ବର୍ଷେ ତଳେ ହୋଇଥିଲା ବାହାଘର । କେଡ଼େ ଖୁସିରେ ନୂଆ କରି ସଂସାର ଗଢ଼ି…

36 mins ago

ସାମସଙ୍ଗ ଲଞ୍ଚ କଲା M35 5G ସ୍ମାର୍ଟଫୋନ୍, ଜାଣନ୍ତୁ ଦାମ ଓ ଫିଚର୍ସ

ଲଞ୍ଚ ହୋଇଯାଇଛି Samsung Galaxy M35 5G ସ୍ମାର୍ଟଫୋନ୍ । ସାଉଥ କୋରିଆନ ସ୍ମାର୍ଟଫୋନ୍ କମ୍ପାନୀ ସାମସଙ୍ଗ ବର୍ତ୍ତମାନ ବ୍ରାଜିଲରେ…

1 hour ago

ଦିଲ୍ଲୀ: ଏବେ ପାଣି ନଷ୍ଟ କଲେ ଗଣିବେ ତଣ୍ଡ, କଟିବ ୨ ହଜାର ଟଙ୍କା ଚାଲାଣ

ଦିଲ୍ଲୀବାସୀଙ୍କ ପାଇଁ ବଡ ଖବର । ଦିଲ୍ଲୀରେ ପାଣି ନଷ୍ଟ କଲେ ୨ ହଜାର ଟଙ୍କା ଚାଲାଣ କଟିବ ।…

1 hour ago