Categories: ଟେକ୍

ଡିସେମ୍ବରରେ Oppo ଆଣୁଛି ୬୪ ମେଗାପିକ୍ସେଲ କ୍ୟାମେରା ବିଶିଷ୍ଟ ଜବରଦସ୍ତ ସ୍ମାର୍ଟଫୋନ୍‌, ଜାଣନ୍ତୁ କେତେ ରହିଛି ଦାମ୍‌

Oppo ଭାରତରେ ନିଜର ନୂଆ ସ୍ମାର୍ଟଫୋନ Reno Sକୁ ଲଞ୍ଚ କରିବା ପ୍ରସ୍ତୁତିରେ ଅଛି। ଏହି କମ୍ପାନୀ ରେନୋ ସିରିଜର ପ୍ରିମିୟମ ସ୍ମାର୍ଟଫୋନ, ଯେଉଁଥିରେ ୬୪ ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି। ତେବେ ଏହି ଫୋନର ଦାମ ୪୦,୦୦୦ ଟଙ୍କା ହେବ ବୋଲି ସୂଚନା ରହିଛି।

ଏହି ଫୋନକୁ ଭାରତରେ ଡିସେମ୍ବରରେ ଲଞ୍ଚ କରାଯିବ ବୋଲି ଆଶଙ୍କା କରାଯାଉଛି। ଏହି ଫୋନକୁ ଗ୍ରାହକ ଉଭୟ ଅଫଲାଇନ ଏବଂ ଅନଲାଇନରେ କିଣିପାରିବେ।

ଫୋନର ଦାମ ଅନୁଯାୟୀ ଅନୁମାନ କରାଯାଉଛି ଯେ ଏଥିରେ କ୍ୱାଲକମ୍ ସ୍ନାପଡ୍ରାଗନ ୮୫୫ ପ୍ଲସ ପ୍ରୋସେସର ଦିଆଯାଇପାରେ। ଏହାପୂର୍ବରୁ କମ୍ପାନୀ Oppo Reno Aceରେ ସ୍ନାପଡ୍ରାଗନ ୮୫୫+ ଦେଇଥିଲା। ପାଓ୍ଵାର ପାଇଁ ଓପୋ Reno Sରେ ୬୫ଓ୍ଵାଟ VOOC 2.0 ସୁପର ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି ଦିଆଯାଇପାରେ।

ନିକଟରେ ଲଞ୍ଚ ହୋଇଛି Oppo Reno Ace

ଏହାପୂର୍ବରୁ ଅକ୍ଟୋବରରେ କମ୍ପାନୀ Oppo Reno Ace ଲଞ୍ଚ କରିଥିଲା। Oppoର Reno Aceରେ ୪୮ ମେଗାପିକ୍ସେଲ ପ୍ରାଇମେରୀ ସେନସର ଦିଆଯାଇଛି। ଏହାସହିତ ୧୩ ମେଗାପିକ୍ସେଲ ଏବଂ ୮ ମେଗାପିକ୍ସେଲର କ୍ୟାମେରା ମଧ୍ୟ ରହିଛି। ର ଏହି ଚାରି କ୍ୟାମେରା ବିଶିଷ୍ଟ ଫୋନରେ ୬୫ ଓ୍ଵାଟ ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜିର ସପୋର୍ଟ ଦିଆଯାଇଛି।

ଏହାସହ ପଢନ୍ତୁ : ଲଞ୍ଚ ହେଲା ୩୨ ଇଞ୍ଚ ସ୍ମାର୍ଟ ଟିଭି, ମୂଲ୍ୟ ମାତ୍ର ୫,୯୯୯ ଟଙ୍କା

ତେବେ ଏହାକୁ ନେଇ ଓପୋ ଦାବି କରିଛି ଯେ ଏହି ଟେକ୍ନୋଲୋଜିରେ ମାତ୍ର ୩୦ ମିନିଟରେ ଫୁଲ୍ ଚାର୍ଜ ହୋଇଯିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୪,୦୦୦ ଏମଏଚର ବ୍ୟାଟେରୀ ଦିଆଯାଇଛି।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

20 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

22 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

28 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

37 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

37 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

55 mins ago