ଡିସେମ୍ବରରେ Oppo ଆଣୁଛି ୬୪ ମେଗାପିକ୍ସେଲ କ୍ୟାମେରା ବିଶିଷ୍ଟ ଜବରଦସ୍ତ ସ୍ମାର୍ଟଫୋନ୍‌, ଜାଣନ୍ତୁ କେତେ ରହିଛି ଦାମ୍‌

Oppo ଭାରତରେ ନିଜର ନୂଆ ସ୍ମାର୍ଟଫୋନ Reno Sକୁ ଲଞ୍ଚ କରିବା ପ୍ରସ୍ତୁତିରେ ଅଛି। ଏହି କମ୍ପାନୀ ରେନୋ ସିରିଜର ପ୍ରିମିୟମ ସ୍ମାର୍ଟଫୋନ, ଯେଉଁଥିରେ ୬୪ ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି। ତେବେ ଏହି ଫୋନର ଦାମ ୪୦,୦୦୦ ଟଙ୍କା ହେବ ବୋଲି ସୂଚନା ରହିଛି।

ଏହି ଫୋନକୁ ଭାରତରେ ଡିସେମ୍ବରରେ ଲଞ୍ଚ କରାଯିବ ବୋଲି ଆଶଙ୍କା କରାଯାଉଛି। ଏହି ଫୋନକୁ ଗ୍ରାହକ ଉଭୟ ଅଫଲାଇନ ଏବଂ ଅନଲାଇନରେ କିଣିପାରିବେ।

renoଫୋନର ଦାମ ଅନୁଯାୟୀ ଅନୁମାନ କରାଯାଉଛି ଯେ ଏଥିରେ କ୍ୱାଲକମ୍ ସ୍ନାପଡ୍ରାଗନ ୮୫୫ ପ୍ଲସ ପ୍ରୋସେସର ଦିଆଯାଇପାରେ। ଏହାପୂର୍ବରୁ କମ୍ପାନୀ Oppo Reno Aceରେ ସ୍ନାପଡ୍ରାଗନ ୮୫୫+ ଦେଇଥିଲା। ପାଓ୍ଵାର ପାଇଁ ଓପୋ Reno Sରେ ୬୫ଓ୍ଵାଟ VOOC 2.0 ସୁପର ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି ଦିଆଯାଇପାରେ।

ନିକଟରେ ଲଞ୍ଚ ହୋଇଛି Oppo Reno Ace

oppo_renoଏହାପୂର୍ବରୁ ଅକ୍ଟୋବରରେ କମ୍ପାନୀ Oppo Reno Ace ଲଞ୍ଚ କରିଥିଲା। Oppoର Reno Aceରେ ୪୮ ମେଗାପିକ୍ସେଲ ପ୍ରାଇମେରୀ ସେନସର ଦିଆଯାଇଛି। ଏହାସହିତ ୧୩ ମେଗାପିକ୍ସେଲ ଏବଂ ୮ ମେଗାପିକ୍ସେଲର କ୍ୟାମେରା ମଧ୍ୟ ରହିଛି। ର ଏହି ଚାରି କ୍ୟାମେରା ବିଶିଷ୍ଟ ଫୋନରେ ୬୫ ଓ୍ଵାଟ ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜିର ସପୋର୍ଟ ଦିଆଯାଇଛି।

ଏହାସହ ପଢନ୍ତୁ : ଲଞ୍ଚ ହେଲା ୩୨ ଇଞ୍ଚ ସ୍ମାର୍ଟ ଟିଭି, ମୂଲ୍ୟ ମାତ୍ର ୫,୯୯୯ ଟଙ୍କା

ତେବେ ଏହାକୁ ନେଇ ଓପୋ ଦାବି କରିଛି ଯେ ଏହି ଟେକ୍ନୋଲୋଜିରେ ମାତ୍ର ୩୦ ମିନିଟରେ ଫୁଲ୍ ଚାର୍ଜ ହୋଇଯିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୪,୦୦୦ ଏମଏଚର ବ୍ୟାଟେରୀ ଦିଆଯାଇଛି।

Leave A Reply

Your email address will not be published.