୨୦୨୦ରୁ ବଜାରରେ ବିକ୍ରି ହେବ ବଜାଜ ‘ଚେତକ’ର ଇଲେକ୍ଟ୍ରିକ୍‌ ସ୍କୁଟର, ଜାଣନ୍ତୁ କଣ ରହିବ ଦାମ୍‌

ବଜାଜ ଅଟୋ ନିଜ ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର ‘ଚେତକ’କୁ ୧୬ ଅକ୍ଟୋବର ୨୦୧୯ରେ ଭାରତରେ ପ୍ରଦର୍ଶନ କରିଥିଲା । ବଜାଜର ଏହି ସ୍କୁଟର ନୂଆ ଇଲେକ୍ଟ୍ରିକ୍ ଡିଭିଜନ୍‌ ବ୍ରାଣ୍ଡ ଅର୍ବାନାଇଟ୍ ସହିତ ପ୍ରସ୍ତୁତ ହୋଇଛି । ଇଲେକ୍ଟ୍ରିକ୍ ସ୍କୁଟର ହେବା ସତ୍ତ୍ୱେ ଏହା ଲୁକ୍ସରେ ଅନ୍ୟ ପେଟ୍ରୋଲ ସ୍କୁଟର ତୁଳନାରେ ଅଧିକ ଆକର୍ଷିତ ନଜର ଆସୁଛି।

ଜାଣନ୍ତୁ କଣ ରହିଛି ଦାମ୍‌

କୁହାଯାଉଛି ଏହି ନୂଆ ଇଲେକ୍ଟ୍ରିକ୍ ସ୍କୁଟରର ଦାମ୍ ୧.୩୦ ଲକ୍ଷ ଟଙ୍କାରୁ କମ୍ ହୋଇପାରେ । ଏହି ସ୍କୁଟରକୁ ଅନେକ ଫେଜରେ ସେଲ୍ କରାଯିବ । ଆଗାମୀ ବର୍ଷ ଜାନୁୟାରୀରେ ଏହାର ବିକ୍ରି ଆରମ୍ଭ ହେବ ।

chetak-eletric୯୫ କିଲୋମିଟର ହେବ ରେଞ୍ଜ

ବଜାଜର ନୂଆ ଚେତକ IP 67 ହାଇ-ଟେକ୍ ଲିଥିୟମ୍-ଆୟନ ବ୍ୟାଟେରୀରେ ଉପଲବ୍ଧ ହେବ । ଏଥିରେ ୨ଟି ଡ୍ରାଇଭ୍ ମୋଡ୍ ରହିଛି । ଇକୋ ଓ ସ୍ପୋର୍ଟ ମୋଡ୍ । ଇକୋ ମୋଡରେ ଏହା ୯୫ କିଲୋମିଟର ପର୍ଯ୍ଯନ୍ତ ଯାଇପାରିବ । ଅନ୍ୟପଟେ ସ୍ପୋର୍ଡ ମୋଡରେ ଏହି ସ୍କୁଟର ୮୫ କିଲୋମିଟର ରେଞ୍ଜ ପ୍ରଦାନ କରିବ । ବଜାଜ ଏହି ସ୍କୁଟରରେ ଅନେକ ପ୍ରିମିୟମ୍ ଫିଚର୍ସ ମଧ୍ୟ ସାମିଲ କରିଛି । ଏଥିରେ ଫୁଲି ଡିଜିଟଲ୍ ଇନଷ୍ଟ୍ରୁମେଣ୍ଟ ସ୍ପିଡୋମିଚର ଲାଗିଛି । ଯେଉଁଥିରେ ଅନେକ ପ୍ରକାର ସୂଚନା ଦେଖିବାକୁ ମିଳିବ।

ଏହାସହ ପଢନ୍ତୁ: ୟାମାହା ଲଞ୍ଚ୍‌ କରିବାକୁ ଯାଉଛି ତିନିଚକିଆ ସ୍କୁଟର, ଜାଣନ୍ତୁ ଏହାର ଫିଚର ଓ ଦାମ୍‌

ରିପୋର୍ଟ ଅନୁଯାୟୀ ଏହି ସ୍କୁଟରରେ କି-ଲେସ୍‌ ଇଗ୍ନିଶନ ରହିଛି ଏବଂ ଏହା ଆପ୍‌ ଜରିଆରେ ସମ୍ପୂର୍ଣ୍ଣ ରୂପେ ସଂଯୋଗ ହେବ। ଏହି ସ୍କୁଟର ୬ଟି କଲରରେ ଉପଲବ୍ଧ ହେବ । ଏହାର ବ୍ୟାଟେରୀ ୩-୫ ଘଣ୍ଟାରେ ଫୁଲ୍ ଚାର୍ଜ ହୋଇଯିବ । ତେବେ ଏହାର ବ୍ୟାଟେରୀ ରିମୁଭେବୁଲ୍ ନୁହେଁ । ଅର୍ଥାତ୍ ଏହି ବ୍ୟାଟେରୀକୁ ସ୍କୁଟରରୁ କାଢି ଅନ୍ଯ କେଉଁଠି ଚାର୍ଜ କରାଯାଇପାରିବ ନାହିଁ ।

Leave A Reply

Your email address will not be published.