ଟେକ୍

କ’ଣ ଆପଣଙ୍କୁ ଏବେ ସୁଦ୍ଧା ମିଳିନି ୭ମ କିସ୍ତିର ୨୦୦୦ ଟଙ୍କା, ତା’ହେଲେ ତୁରନ୍ତ କରନ୍ତୁ ଏହି କାମ

ଚାଷୀ ଆନ୍ଦୋଳନ ଭିତରେ ସରକାର ପିଏମ୍‌ କିସାନ ସମ୍ମାନ ନିଧିର ୭ମ କିସ୍ତି ଜାରି କରିଦେଇଛନ୍ତି। ଯାହା ୧ ଡିସେମ୍ବରରୁ ସାରା ଦୁନିଆରେ ୧୧ କୋଟି ଚାଷୀଙ୍କ ଖାତାରେ ଜମା ହେବା ଆରମ୍ଭ ହୋଇସାରିଛି। ଏହି ଯୋଜନା ଅନୁଯାୟୀ, ସରକାରଙ୍କ ଦ୍ୱାରା ମୋଟ୍‌ ୬ ହଜାର ଟଙ୍କାର ଆର୍ଥିକ ସହାୟତା ଚାଷୀଙ୍କ ଆକାଉଣ୍ଟକୁ ସରକାର ପଠାଇଛନ୍ତି। ଏହି ଅର୍ଥ ସାହାଯ୍ୟରେ ଚାଷୀଙ୍କୁ ବିହନ କିଣିବାରେ ସହାୟତା ହେବ। ଯଦି ଆପଣ ବି ପିଏମ କିସାନ୍‌ ସମ୍ମାନ ନିଧି ପାଇଁ ଆବେଦନ କରିଛନ୍ତି ଆଉ ସରକାର ପଠାଉଥିବା ରାଶି ଏବେ ପର୍ଯ୍ୟନ୍ତ ଆକାଉଣ୍ଟକୁ ଆସିନାହିଁ ତାହେଲେ ଆପଣ ଆଦୌ ବି ବ୍ୟସ୍ତ ହୁଅନ୍ତୁ ନାହିଁ। କାହିଁକିନା ଆପଣଙ୍କର ଏହି ସମସ୍ୟା ପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ଏଭଳି ପରିସ୍ଥିତିରେ କ’ଣ କରିବେ।

ଏପରି ଚେକ୍‌ କରନ୍ତୁ ନିଜ ନାମ

  1. ସର୍ବ ପ୍ରଥମେ ଆପଣଙ୍କୁ ପିଏମ୍‌ କିସାନ୍‌ ସମ୍ମାନ ନିଧିର ଅଫିସିଆଲ ୱେବସାଇଟ pmkisan.gov.inକୁ ଭିଜିଟ୍‌ କରିବାକୁ ହେବ।
  2. ଏହାପରେ ଉପର ପାର୍ଶ୍ୱରେ ଆପଣଙ୍କୁ Farmers Corner ଦେଖାଇବ।
  3. ଆପଣଙ୍କୁ ତାହା ଉପରେ କ୍ଲିକ କରିବାକୁ ହେବ।
  4. ଏହାପରେ Beneficiary Status ଉପରେ କ୍ଲିକ କରିବାକୁ ହେବ।
  5. ଏବେ ଆପଣଙ୍କୁ ଆଧାର ନମ୍ବର, ଆକାଉଣ୍ଟ ନମ୍ବର ଏବଂ ମୋବାଇଲ୍‌ ନମ୍ବର ଏଣ୍ଟର କରିବାକୁ ହେବ।

ଏହି ପ୍ରୋସେସକୁ କରିବା ପରେ ଏବେ ଆପଣଙ୍କୁ ଜଣାପଡିବ ଯେ ଆପଣଙ୍କ ନାମ ପିଏମ କିସାନ ସମ୍ମାନ ନିଧିରେ ଅଛି ନା ନାହିଁ। ଯଦି ଆପଣଙ୍କ ନାମ ରେଜିଷ୍ଟର୍ଡ ଥାଏ ତାହେଲେ ଆପଣଙ୍କ ନାମ ମିଳିଯିବ। ଏହାବ୍ୟତୀତ ଆପ୍‌ ଜରୀଆରେ ମଧ୍ୟ ନିଜର ଷ୍ଟାଟସ୍‌ ଚେକ୍‌ କରିପାରିବେ, ଆପଣଙ୍କ ନାମ ଅଛି ନା ନାହିଁ।

ପିଏମ୍‌ କିସାନ୍‌ ମୋବାଇଲ୍‌ ଆପକୁ ଏପରି କରନ୍ତୁ ଡାଉନଲୋଡ-ପିଏମ କିସାନ ମୋବାଇଲ୍‌ ଆପ ଡାଉନଲୋଡ କରିବା ବହୁତ ସହଜ । ଆପଣ ତଳେ ଦିଆଯାଇଥିବା ଷ୍ଟେପ୍ସକୁ ଫଲୋ କରି ପିଏମ କିସାନ୍‌ ମୋବାଇଲ୍‌ ଆପକୁ ଡାଉନଲୋଡ୍‌ କାପାରିବେ।

  • ଷ୍ଟେପ ୧- ନିଜ ମୋବାଇଲର ପ୍ଲେ ଷ୍ଟୋର ଆପ୍ଲିକେସନକୁ ଯାଆନ୍ତୁ।
  • ଷ୍ଟେପ ୨ – ଏହାପରେ ଆପଣ ପିଏମ- କିସାନ ମୋବାଇଲ ଆପ୍‌ ଟାଇପ୍‌ କରନ୍ତୁ।
  • ଷ୍ଟେପ ୩ – ପିଏମ-କିସାନ ମୋବାଇଲ୍‌ ଆପ ସ୍କ୍ରିନ ଉପରେ ଆସିବ। ତାକୁ ହିଁ ଡାଉନଲୋଡ୍‌ କରନ୍ତୁ।

ପୋର୍ଟାଲରେ ନାମ ଅପଲୋଡ୍‌ ଅଛି କିନ୍ତୁ କିସ୍ତି ନ ମିଳିଥିଲେ କ’ଣ କରିବେ ଜାଣନ୍ତୁ

ଯଦି ଆପଣଙ୍କ ନାମ ସରକାରଙ୍କ ଦ୍ୱାରା ପିଏମ କିସାନ ପୋର୍ଟାଲରେ ଅପଲୋଡ୍‌ କରାଯାଇଛି, କିନ୍ତୁ ଏବେ ସୁଦ୍ଧା କିସ୍ତି ରାଶି ଆପଣଙ୍କ ଆକାଉଣ୍ଟକୁ ଆସିନାହିଁ,ତାହେଲେ ଆପଣଙ୍କୁ ଚିନ୍ତା କରିବା ଆବଶ୍ୟକ ନାହିଁ। କାହିଁକିନା ଆପଣଙ୍କ କିସ୍ତି କୌଣସି ଜରୁରୀ କାଗଜପତ୍ର କିମ୍ବା କୌଣସି ତୃଟି କାରଣରୁ ଅଟକି ଯାଇଛି। ଏମିତିରେ ଆପଣ ପିଏମ କିସାନ ପୋର୍ଟାଲକୁ ଯାଇ ଭୁଲ୍‌ ସଂଶୋଧନ କରିନିଅନ୍ତୁ । ଯାହାର କିଛି ଦିନ ପରେ ଆପଣଙ୍କ କିସ୍ତି ଆପଣଙ୍କ ଆକାଉଣ୍ଟରେ ଜମା ହୋଇଯିବ।

ଲିଷ୍ଟରେ ନାମ ନହେବା ଦ୍ୱାରା ଏହି ନମ୍ବରରେ କରନ୍ତୁ ଅଭିଯୋଗ

ଅନେକ ଲୋକଙ୍କର ନାମ ଗତ ଲିଷ୍ଟରେ ଥିଲା, କିନ୍ତୁ ନୂଆ ଲିଷ୍ଟରେ ନାହିଁ ।  ତା’ହେଲେ ଏହାର ଅଭିଯୋଗ ଆପଣ ପିଏମ୍‌ କିସାନ ସମ୍ମାନ ନିଧି ହେଲ୍ପଲାଇନ ନମ୍ବରରେ କରିପାରିବେ। ଏଥିପାଇଁ ଆପଣଙ୍କୁ ହେଲ୍ପଲାଇନ ନମ୍ବର ୦୧୧-୨୪୩୦୦୦୬୦୬କୁ କଲ କରିପାରିବେ। ଗତ ଥର ପ୍ରାୟ ଏକ କୋଟିରୁ ଅଧିକ ଲୋକ ଏହି ସ୍କିମର ଫାଇଦା ଉଠାଇ ପାରିନାହାଁନ୍ତି।

ହେଲ୍ପଲାଇନରେ ନେଇପାରିବେ ସୂଚନା

ପିଏମ କିସାନ ହେଲ୍ପଲାଇନ ନମ୍ବର – ୧୫୫୨୬୧
ପିଏମ କିସାନ ଟୋଲ ଫ୍ରି ନମ୍ବର – ୧୮୦୦୧୧୫୫୨୬୬
ପିଏମ କିସାନ ଲ୍ୟାଣ୍ଡଲାଇନ ନମ୍ବର – ୦୧୧-୨୩୩୮୧୦୯୨, ୨୩୩୮୪୦୧
ଇ-ମେଲ ଆଇଡି –  pmkisan.gov.in

Pritiparna

Recent Posts

ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍, ୨ ଲୋକୋ ପାଇଲଟ୍ ଗୁରୁତର

ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ ।  ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…

5 mins ago

ଜୟପୁର ସହରରେ ପଡିଛି ଡାଇମଣ୍ଡ ସର୍କସ: ଜୋକରର କମେଡି ସାଙ୍ଗକୁ ଆଫ୍ରିକାନ କଳାକାରଙ୍କ ଶୋ ଲୋକଙ୍କ ମନ ଜିଣୁଛି

ଜୟପୁର(କେନ୍ୟୁଜ୍‌): ଦିନ ଥିଲା ସର୍କସ ନା ଶୁଣିଲେ ମନରେ ଉତ୍ସାହ ଭରି ଉଠୁଥିଲା । ପିଲା ଠୁ ଟୋକା, ବୁଢା…

7 mins ago

ନିର୍ବାଚନୀ ପରବର୍ତ୍ତୀ ହିଂସା: ଇଭିଏମ ହେରଫେର ସନ୍ଦେହରେ ଗଣ୍ଡଗୋଳ ଅଭିଯୋଗ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳାରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ସ୍ୱାଧୀନ ପ୍ରାର୍ଥୀ ସମର୍ଥକଙ୍କ ଲଙ୍କାକାଣ୍ଡ ଅଭିଯୋଗ । …

13 mins ago

Realme ଲଞ୍ଚ କଲା ବଢ଼ିଆ ଫୋନ, ଦାମ ସହ ଫିଚର୍ସ ରହିଛି ଦମଦାର

Realme ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । Realmeର ଏହି ବଜେଟ୍ ସ୍ମାର୍ଟଫୋନ୍ ସି ସିରିଜରେ ଲଞ୍ଚ…

39 mins ago

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

1 hour ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

2 hours ago