ଟେକ୍

ଫ୍ଲିପ୍‌କାର୍ଟରେ ବିକ୍ରି ହୋଇସାରିଲାଣି Poco ସ୍ମାର୍ଟଫୋନ୍‌ର ୩୦ ଲକ୍ଷରୁ ଅଧିକ ୟୁନିଟ୍‌, ଦାମ୍‌ ୯୦୦୦ରୁ ବି କମ୍

ବଜେଟ୍‌ ଭିତରେ ଫୋନ୍‌ କିଣିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ସବୁଠୁ ଭଲ ବିକଳ୍ପ ହେଉଛି Poco। Poco ର C ସିରିଜ୍‌ ସ୍ମାର୍ଟଫୋନ୍‌ ୧୦,୦୦୦ରୁ କମ୍‌ ଦାମ୍‌ରେ ଆରାମରେ ମିଳିଯାଉଛି। ଏହି ଫୋନ୍‌କୁ ୟୁଜର୍ସ ବି ଖୁବ୍‌ ପସନ୍ଦ କରୁଛନ୍ତି, ଯାହାର ପ୍ରମାଣ ଏହାର ସେଲ୍‌ରୁ ମିଳିସାରିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଫ୍ଲିପ୍‌କାର୍ଟରେ Poco C ସିରିଜ୍‌ ସ୍ମାର୍ଟଫୋନ୍‌ର ସେଲ୍‌ ୩୦ ଲକ୍ଷରୁ ଅଧିକ ରହିଛି। ଏହି ସିରିଜ୍‌ରେ ଦୁଇଟି ସ୍ମାର୍ଟଫୋନ୍‌ Poco C3 ଓ Poco C31 ଆସୁଛି। ଉଭୟ ସ୍ମାର୍ଟଫୋନ୍‌ କମ୍‌ ଦାମ୍‌ର ରହିଥିବା ବେଳେ ଏଥିରେ ଦମ୍‌ଦାର ଫିଚର ବି ରହିଛି।

Poco C31 ର ଦାମ୍‌ ଓ ଫିଚର:

Poco C31 ସ୍ମାର୍ଟଫୋନ୍‌ ଭାରତୀୟ ବଜାରରେ ୮,୪୯୯ ଟଙ୍କାରେ ଉପଲବ୍ଧ ଅଛି। ଏହାକୁ ଗ୍ରାହକ ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟରୁ କିଣିପାରିବେ। ଏହାକୁ ଇଏମ୍‌ଆଇରେ ବି କିଣିବା ସୁବିଧା ରହିଛି। ଏହା ବ୍ୟତୀତ ଏହି ସ୍ମାର୍ଟ ଫୋନ୍‌କୁ ଏକ୍ସଚେଞ୍ଜ ଅଫରରେ କମ୍‌ ଦାମ୍‌ରେ ମଧ୍ୟ କିଣି ହେବ। ଗ୍ରାହକ ଚାହିଁଲେ ଏହାକୁ କିଣିବା ପାଇଁ ଏସ୍‌ବିଆଇ କ୍ରେଡିଟ୍‌ କାର୍ଡ ମଧ୍ୟ ବ୍ୟବହାର କରିପାରିବେ। ଏଥିରେ ଆପଣଙ୍କୁ ୧୦ ପ୍ରତିଶତ ରିହାତି ମିଳିବ।

Poco C31 ର ଫିଚର:

ଏହି ସ୍ମାର୍ଟ ଫୋନ୍‌ରେ ୬.୪୩ ଇଞ୍ଚ୍‌ର ଏଚ୍‌ଡି + ଡିସ୍‌ପ୍ଲେ ଦିଆଯାଇଛି ଓ ଏହାର ସ୍କ୍ରିନ୍‌ ରିଜଲ୍ୟୁସନ୍‌ ୧୬୦୦*୭୨୦ ପିକ୍ସେଲ ରହିଛି। ଆଣ୍ଡ୍ରଏଡ୍‌ ୧୦ ସ୍ମାର୍ଟଫୋନ୍‌ରେ ଆଧାରିତ ଏହି ସ୍ମାର୍ଟଫୋନ୍‌ରେ MediaTek Helio G35  ପ୍ରୋସେସର ରହିଛି। ଏଥିରେ ୟୁଜରଙ୍କୁ ପାଓ୍ଵାର ବ୍ୟାକ୍‌ଅପ୍‌ ପାଇଁ ୫୦୦୦ mAhର ବ୍ୟାଟେରୀ ଦିଆଯାଇଛି। ଏହି ସ୍ମାର୍ଟଫୋନ୍‌ରେ ୩ ଜିବି ରାମ୍‌ ସହ ୩୨ ଜିବି ଇଣ୍ଟରନାଲ ଷ୍ଟୋରେଜ୍‌ ଦିଆଯାଇଛି। ମାଇକ୍ରୋ ଏସ୍‌ଡି କାର୍ଡ ସାହାଯ୍ୟରେ ଏହାର ମେମୋରିକୁ ବଢ଼ାଇ ହେବ।

WCW 11

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

51 mins ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

1 hour ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

1 hour ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

2 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

2 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago