Categories: ଟେକ୍

ଭାରତରେ ଲଞ୍ଚ ହେଲା Realme 3i, ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

Realme ଭାରତରେ ନିଜର ଆଉ ଏକ ସ୍ମାର୍ଟଫୋନ୍ Realme 3i ଲଞ୍ଚ କରିଛି । Realme 3i ର ଲଞ୍ଚିଙ୍ଗ ନୂଆଦିଲ୍ଲୀରେ ଆୟୋଜିତ ଏକ ଇଭେଣ୍ଟରେ ହୋଇଛି ।ଏହା ସହିତ କମ୍ପନୀ Realme ଏକ୍ସକୁ ମଧ୍ୟ ଉପସ୍ଥାପିତ କରିଥିଲା । Realme 3i ର ଖାସ୍ କଥା ହେଉଛି କି, ଏଥିରେ ନୋଚ୍ ଡିସପ୍ଳେ ସହିତ ବଡ ବ୍ୟାଟିରୀ ରହିଛି । ଏହି ଫୋନ୍ ରେ ୬.୨୨ ଇଞ୍ଚର ଏଚଡି ପ୍ଳସ୍ ନୋଚ୍ ଡିସପ୍ଳେ ରହିଛି । ଏହାବ୍ୟତିତ ଏଥିରେ ମିଡିଆ ହିଲିୟୋ ପି୬୦ ପ୍ରୋସେସର ସହିତ ୩ଜିବି/୪ଜିବି ରାମ ଏବଂ ୩୨ଜିବି/୬୪ଜିବିର ଷ୍ଟୋରେଜ୍ କାପାସିଟି ରହିଛି ।

କ୍ୟାମେରା କଥା କହିଲେ ଏହି ଫୋନରେ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ରହିଛି । ଯେଉଁଥିରେ ଗୋଟେ କ୍ୟାମେରା ୧୩ ମେଗାପିକ୍ସେଲ ଏବଂ ଅନ୍ୟଟି ୨ ମେଗାପିକ୍ସେଲର ଅଟେ । ଅନ୍ୟପଟେ ଏହାର ସାମ୍ନାପଟ କ୍ୟାମେରା ୧୩ ମେଗାପିକ୍ସେଲ୍ ରହିଛି ।

ଏହାସହ ପଢନ୍ତୁ: ରେଡମି-ସାମସଙ୍ଗ୍ ନୁହେଁ, ସମସ୍ତେ ଏହି ଫୋନର ଦିୱାନା, ଦେଖନ୍ତୁ ଏହି ବର୍ଷର ଟପ୍ ଟେନ୍ ସ୍ମାର୍ଟଫୋନ୍

ଏହି ଫୋନରେ ଟ୍ରିପଲ କାର୍ଡ ସ୍ଳଟ ମିଳିବ, ମାନେ ଗୋଟେ ଥରରେ ଆପଣ ଦୁଇଟି ସିମ୍ କାର୍ଡ ସହିତ ଏକ ମେମୋରି କାର୍ଡ ବ୍ୟବହାର କରିପାରିବେ । ଫୋନରେ 4,230mAh ର ବ୍ୟାଟେରୀ ଦିଆଯାଇଛି । ଏହି ଫୋନ୍ ଡାଇମଣ୍ଡ ରେଡ୍,ବ୍ଳାକ୍ ଏବଂ ବ୍ଳୁ କଲରେ ଉପଲବ୍ଧ ହେଉଛି । ଏହି Realme 3i ଫୋନର ୩ଜିବି ରାମ୍ ଏବଂ ୩୨ ଜିବି ଭାରିଆଣ୍ଟର ମୂଲ୍ୟ ୭,୯୯୯ଟଙ୍କା ଏବଂ ୪ ଜିବି ରାମ୍ ସହିତ ୬୪ ଜିବି ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୯,୯୯୯ ଟଙ୍କା ରହିଛି।

Sonalisa

Recent Posts

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

5 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

17 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

24 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

26 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

44 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

1 hour ago