Below header

ଭାରତରେ ଲଞ୍ଚ ହେଲା Realme 3i, ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

Realme ଭାରତରେ ନିଜର ଆଉ ଏକ ସ୍ମାର୍ଟଫୋନ୍ Realme 3i ଲଞ୍ଚ କରିଛି । Realme 3i ର ଲଞ୍ଚିଙ୍ଗ ନୂଆଦିଲ୍ଲୀରେ ଆୟୋଜିତ ଏକ ଇଭେଣ୍ଟରେ ହୋଇଛି ।ଏହା ସହିତ କମ୍ପନୀ Realme ଏକ୍ସକୁ ମଧ୍ୟ ଉପସ୍ଥାପିତ କରିଥିଲା । Realme 3i ର ଖାସ୍ କଥା ହେଉଛି କି, ଏଥିରେ ନୋଚ୍ ଡିସପ୍ଳେ ସହିତ ବଡ ବ୍ୟାଟିରୀ ରହିଛି । ଏହି ଫୋନ୍ ରେ ୬.୨୨ ଇଞ୍ଚର ଏଚଡି ପ୍ଳସ୍ ନୋଚ୍ ଡିସପ୍ଳେ ରହିଛି । ଏହାବ୍ୟତିତ ଏଥିରେ ମିଡିଆ ହିଲିୟୋ ପି୬୦ ପ୍ରୋସେସର ସହିତ ୩ଜିବି/୪ଜିବି ରାମ ଏବଂ ୩୨ଜିବି/୬୪ଜିବିର ଷ୍ଟୋରେଜ୍ କାପାସିଟି ରହିଛି ।

Realme-3i picକ୍ୟାମେରା କଥା କହିଲେ ଏହି ଫୋନରେ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ରହିଛି । ଯେଉଁଥିରେ ଗୋଟେ କ୍ୟାମେରା ୧୩ ମେଗାପିକ୍ସେଲ ଏବଂ ଅନ୍ୟଟି ୨ ମେଗାପିକ୍ସେଲର ଅଟେ । ଅନ୍ୟପଟେ ଏହାର ସାମ୍ନାପଟ କ୍ୟାମେରା ୧୩ ମେଗାପିକ୍ସେଲ୍ ରହିଛି ।

ଏହାସହ ପଢନ୍ତୁ: ରେଡମି-ସାମସଙ୍ଗ୍ ନୁହେଁ, ସମସ୍ତେ ଏହି ଫୋନର ଦିୱାନା, ଦେଖନ୍ତୁ ଏହି ବର୍ଷର ଟପ୍ ଟେନ୍ ସ୍ମାର୍ଟଫୋନ୍

realmeଏହି ଫୋନରେ ଟ୍ରିପଲ କାର୍ଡ ସ୍ଳଟ ମିଳିବ, ମାନେ ଗୋଟେ ଥରରେ ଆପଣ ଦୁଇଟି ସିମ୍ କାର୍ଡ ସହିତ ଏକ ମେମୋରି କାର୍ଡ ବ୍ୟବହାର କରିପାରିବେ । ଫୋନରେ 4,230mAh ର ବ୍ୟାଟେରୀ ଦିଆଯାଇଛି । ଏହି ଫୋନ୍ ଡାଇମଣ୍ଡ ରେଡ୍,ବ୍ଳାକ୍ ଏବଂ ବ୍ଳୁ କଲରେ ଉପଲବ୍ଧ ହେଉଛି । ଏହି Realme 3i ଫୋନର ୩ଜିବି ରାମ୍ ଏବଂ ୩୨ ଜିବି ଭାରିଆଣ୍ଟର ମୂଲ୍ୟ ୭,୯୯୯ଟଙ୍କା ଏବଂ ୪ ଜିବି ରାମ୍ ସହିତ ୬୪ ଜିବି ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୯,୯୯୯ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.