ଗାଡି ଚାଳକ ସାବଧାନ୍, ଏଣିକି ମଦ ପିଇ ଗାଡି ଚଲାଇଲେ ଦେବେ ୧୦ହଜାର ଟଙ୍କା ଜରିମାନା

ଗାଡି ଚାଳକ ସାବଧାନ୍ । ଏଣିକି ମହଙ୍ଗା ପଡିବ ମଦ ପିଇ ଗାଡି ଚଲାଇବା । କେନ୍ଦ୍ରୀୟ ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ ଆଣିଛନ୍ତି ନୂଆ ବିଲ୍ । ଯେଉଁଥିରେ ସଡକ ଯାତାୟତ ନିୟମକୁ କରାଯାଇଛି ଶକ୍ତ । ମଦ ପିଇ ଗାଡି ଚଲାଉଥିବାର ଧରାପଡିଲେ ଦେବାକୁ ପଡିବ ୧୦ ହଜାର ଟଙ୍କା ଜରିମାନା । ସେହିପରି ଡ୍ରାଇଭିଙ୍ଗ୍ ସମୟରେ କୌଣସି ନିୟମ ଉଲଂଘନ କଲେ ପ୍ରାୟ ୧୦ ଗୁଣା ଅଧିକ ଦେବାକୁ ପଡିବ ଜରିମାନା ।

ତେବେ ଗଡକାରୀ କହିଛନ୍ତି ଏହା ଉପରେ ଆଇନ୍ ଆଣିବା ଅଧିକାର ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ଅଛି । ଯେଉଁ ରାଜ୍ୟ ଏହାକୁ ଲାଗୁ କରିବାକୁ ଚାହିଁବ କରିପାରିବ । ଏଥିପାଇଁ କାହାକୁ ବାଧ୍ୟ କରାଯିବ ନାହିଁ ।

ଏବେ ଜାଣନ୍ତୁ ନୂଆ ନିୟମ :

– ମଦ ପିଇ ଗାଡି ଚଲାଇଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ।

– ସେହିପରି ବପଦଜ୍ଜନକ ଭାବରେ ଗାଡି ଚଲାଇଲେ ୧୦୦୦ ରୁ ୫୦୦୦ ଟଙ୍କା ପର‌୍ୟ୍ୟନ୍ତ ଜରିମାନା ଦେବେ ।

– ଓଭରଲୋଡିଙ୍ଗରେ ୨୦ ହଜାର ଟଙ୍କା ଏବଂ ସିଟ୍ ବେଲ୍ଟ ନବାନ୍ଧିଲେ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିବ ।

– ସେହିପରି ଓଭରସ୍ପିଡିଂରେ ୧୦୦୦ ରୁ ୨୦୦୦ ମଧ୍ୟରେ ଜରିମାନା ଦେବେ ।

– ବିନା ବୀମା ପଲିସିରେ ଗାଡି ଚଲାଇଲେ ୨୦୦୦ ଟଙ୍କା ଏବଂ ବିନା ହେଲମେଟରେ ଗାଡି ଚଲାଇଲେ ୧୦୦୦ ଟଙ୍କା ଜରିମାନା ସହ ତିନି ମାସ ଯାଏ ଲାଇସେନ୍ସ ରଦ୍ଦ କରିଦିଆଯିବ ।

– ଯାତାୟାତ ନିୟମ ଉଲଂଘନ କଲେ ୧୦୦ ଟଙ୍କା ସ୍ଥାନରେ ୫୦୦ ଟଙ୍କା ଜରିମାନ ଲାଗିବ । ଏବଂ ଅଧିକାରୀଙ୍କ ଆଦେଶ ପାଳନ ନକଲେ ୫୦୦ ପରିବର୍ତ୍ତେ ୨୦୦୦ ଟଙ୍କା ଜରିମାନା ଦେବାକୁ ପଡିବ ।

– ସେହପରି ବିନା ଲାଇସେନ୍ସରେ ଗାଡି ଚଲାଇଲେ ୫ହଜାର ଟଙ୍କା ଜରିମାନ ଦେବାକୁ ପଡିବ । ତେବେ ଅଯୋଗ୍ୟ ଘୋଷଣା କରାଯାଇଥିବା ଗାଡି ଚଲାଇଲେ ଦେବେ ୧୦ହଜାର ଟଙ୍କା ଜରିମାନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.