Below header

ଏଣିକି ସହଜରେ ଯାଇପାରିବ ଭାରତୀୟ ବିମାନ, ନିଜ କ୍ଷେତ୍ରରୁ ପ୍ରତିବନ୍ଧକ ହଟାଇଲା ପାକିସ୍ତାନ

ପାକିସ୍ତାନ ସବୁ ନାଗରିକଙ୍କ ଯାତାୟତ ପାଇଁ ନିଜ ବିମାନ କ୍ଷେତ୍ର ଖୋଲିଦେଇଛି । ସୂଚନା ମୁତାବକ ମଙ୍ଗଳବାର ଅର୍ଥାତ୍ ଆଜି ସକାଳୁ ପାକିସ୍ତାନ ଭାରତର ନାଗରିକଙ୍କ ଯାତାୟତ ପାଇଁ ନିଜର ବିମାନ କ୍ଷେତ୍ରରୁ ପ୍ରତିବନ୍ଧକ ହଟାଇ ଦେଇଛି । ଶିଘ୍ର ହିଁ ଭାରତୀୟ ବିମାନଗୁଡିକ ପାକିସ୍ତାନର ବିମାନକ୍ଷେତ୍ରରେ ଯାତାୟତ ଆରମ୍ଭ କରିବ । ଖାସ୍ କରି ପାକିସ୍ତାନର ଏହି ପଦକ୍ଷପରେ ଏୟାର ଇଣ୍ଡିଆକୁ ଏକ ବଡ ଅଶ୍ବାସନା ମିଳିବାର ଆଶା ରହିଛି । ଯାହାକୁ ପାଖାପାଖି ୪୯୧ କୋଟି ଟଙ୍କାର ଏକ ବଡ ଅର୍ଥିକ କ୍ଷତି ଉଠାଇବାକୁ ପଡିଥିଲା । କାରଣ ପାକିସ୍ତାନର ବିମାନ କ୍ଷେତ୍ର ବନ୍ଦ ହେବା କାରଣରୁ ଏୟାର ଇଣ୍ଡିଆ ନିଜର ବିଭିନ୍ନ ଅର୍ନ୍ତରାଷ୍ଟ୍ର ଉଡାଣର ଟ୍ରାଫିକ୍ ରୁଟ୍ କୁ ବଦଳାବାକୁ ପଡିଥିଲା ।

ଅନ୍ୟପଟେ ସୂତ୍ର ଅନୁଯାୟୀ ପାକିସ୍ତାନ ସବୁ ଏୟାର ଲାଇନ୍ ଗୁଡିକୁ ପାଖାପାଖି ରାତି ୧୨.୪୧ ସମୟରେ ନିଜର ବିମାନ କ୍ଷେତ୍ରରୁ ଉଡାଣ ଭରିବା ପାଇଁ ଅନୁମତି ଦେଇଦେଇଛି । ଭାରତୀୟ ଏୟାରଲାଇନ୍ ଅପରେଟର ଶିଘ୍ର ହିଁ ପାକିସ୍ତାନର ବିମାନ କ୍ଷେତ୍ର ମାଧ୍ୟମରେ ସାମାନ୍ୟ ମାର୍ଗରେ ଉପଯୋଗ ଆରମ୍ଭ କରିବ ।

bimanaପାକିସ୍ତାନର ସିଭିଲ୍ ଆଭିଏସନ୍ ଅଥୋରିଟି ନିଜର ଏୟାରମେନ୍କୁ ଭାରତୀୟ ସମୟନୁଯାୟୀ ପାଖାପାଖି ୧୨ଟା ୪୧ ମିନିଟରେ ଏକ ନୋଟିସ୍ ଜାରି କରିଥିଲେ । ଯେଉଁଥିରେ କୁହାଯାଇଥିଲା କି ତତ୍କାଳ ପ୍ରଭାବରେ ପାକିସ୍ତାନର ବିମାନ କ୍ଷେତ୍ରରେ ସବୁ ବିମାନ ଯାତାୟତ ସେବା ନାଗରିକ ମାନଙ୍କ ପାଇଁ ଖୋଲିଦିଆଯାଇଛି।

ସୂଚନା ଥାଉକି, ୨୬ ଫେବ୍ରୁଆରୀରେ ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ବାଲାକୋଟରେ ଜୈସ୍-ଏ-ମହମ୍ମଦର ଆତଙ୍କବାଦୀ ପ୍ରଶିକ୍ଷଣ ଶିବିର ଉପରେ ହମଲା କରିଥିଲା । ଏହି ହମଲା ପରେ ପାକିସ୍ତାନ ଭୟଭିତ ହୋଇ ନିଜର ବିମାନ କ୍ଷେତ୍ର ଗୁଡିକରେ ଭାରତୀୟ ବିମାନ ଉଡାଣକୁ ବନ୍ଦ କରିଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.