ବିଧାନସଭା ପ୍ରଶ୍ନକାଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସଂପର୍କିତ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ ସୁଶାନ୍ତ ସିଂ

ଭୁବନେଶ୍ବର(କେନ୍ୟୁଜ୍): ଆଜି ବିଧାନସଭା ପ୍ରଶ୍ନକାଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସଂପର୍କିତ ପ୍ରଶ୍ନରେ ମନ୍ତ୍ରୀ ସୁଶାନ୍ତ ସିଂ ଉତ୍ତର ରଖିଛନ୍ତି । କହିଛନ୍ତି, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୫୫,୬୬.୪୪ କିମି ରାସ୍ତା ନିର୍ମାଣ କରାଯାଇଛି । ରାସ୍ତାର ରକ୍ଷଣାବେକ୍ଷଣ କରୁନଥିବା ଠିକାଦାରଙ୍କଠୁ ୧.୭୧ କୋଟି ଟଙ୍କା ଜରିମାନା ଆଦାୟ କରାଯାଇଛି । ରାସ୍ତା କାମରେ ଅନିୟମିତତା ପାଇଁ ଫୋନ ନମ୍ବର ଜାରି ହୋଇଛି । ଏହି ନମ୍ବର ହେଉଛି ୯୪୩୭୦୩୪୩୨୧ । ପରବର୍ତ୍ତୀ ସମୟରେ ଟୋଲ ଫ୍ରି ନମ୍ବରରେ ପରିବର୍ତ୍ତନ କରାଯିବ । ଅଭିଯୋଗ ଆସିବାର ୭ ଦିନ ଭିତରେ ତଦନ୍ତ ଓ ୬୦ ଦିନରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି । ଯେଉଁ ବିଧାୟକମାନଙ୍କ ଅଞ୍ଚଳରେ ରାସ୍ତା ସମସ୍ୟା ରହିଛି, ସେମାନେ ବିଭାଗୀୟ ମନ୍ତ୍ରୀଙ୍କୁ ଲିଖିତ ଆକାରରେ ଜଣାନ୍ତୁ । ୭ ଦିନ ଭିତରେ ପଦକ୍ଷେପ ନେବାକୁ ରୁଲିଂ ଦେଇଛନ୍ତି ବାଚସ୍ପତି ।

Leave A Reply

Your email address will not be published.