Below header

ଚାଷୀଙ୍କୁ ମୋଦି ସରକାରଙ୍କ ଉପହାର, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ

ଚାଷୀଙ୍କୁ ପୁଣି ଏକ ଉପହାର ଦେବାକୁ ଯାଉଛି ମୋଦି ସରକାର । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କିଛି ବଡ଼ ପରିବର୍ତ୍ତନ କରୁଛନ୍ତି କେନ୍ଦ୍ର ସରକାର । ଚାଷୀଙ୍କ ପାଇଁ ଫସଲ ବୀମାକୁ ଉନ୍ନତ କରିବା ସହ ଅଧିକ ପ୍ରିମିୟମ ବାଲା ଫସଲକୁ ହଟାଇବା ସରକାରଙ୍କ ଲକ୍ଷ । ଏହା ସହ ବୀମା କମ୍ପାନୀ ଯେ ଏହି ଯୋଜନାରୁ ଲାଭବାନ୍ ହେଉଛନ୍ତି ଏହି ଧାରଣା ଲୋକଙ୍କ ମନରୁ ଦୂର କରିବା ପାଇଁ କୃଷି ମନ୍ତ୍ରାଳୟ ରାଜ୍ୟ ସ୍ତରରେ ନିବେଶ କୋଷ ଗଠନ କରୁଛି ।

ଏହା ସହ ପଢନ୍ତୁ ସାବଧାନ ! ବ୍ୟାଙ୍କରେ ଭୁଲ୍ ଆଧାର ଦେଲେ ହୋଇପାରେ ୧୦ ହଜାର ଟଙ୍କା ଜରିମାନା

କେତେ ରହିବ ପ୍ରିମିୟମ :

ଏହି ଯୋଜନା ଅନୁଯାୟୀ, କୌଣସି ଫସଲର କ୍ଷେତ୍ର ୫୦ ପ୍ରତିଶତରୁ ଅଧିକ ହେଲେ କଭରେଜ୍ ପାଇଁ ପ୍ରିମିୟମର ଅଧିକତମ ସୀମା ୨୫ ପ୍ରତିଶତ ହେବ । ସେହିପରି ଫସଲର କ୍ଷେତ୍ର ୫୦ ପ୍ରତିଶତରୁ କମ୍ ହେଲେ କଭରେଜ୍ ପାଇଁ ପ୍ରିମିୟମର ଅଧିକତମ ସୀମା ୩୦ ପ୍ରତିଶତ ରଖିବା ପାଇଁ ପ୍ରସ୍ତାବ ଦିଆଯାଇଛି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏପ୍ରିଲ୍ ୨୦୧୬ରେ ଆରମ୍ଭ ହୋଇଥିଲା । ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଫସଲ ବୁଣିବାଠୁ ଆରମ୍ଭ କରି କାଟିବା ଯାଏ ସବୁକିଛି କଭର କରିବା ପାଇଁ ଫସଲ ବୀମା ଉପଲବ୍ଧ କରାଯାଏ । ଏଥିରେ ଖରିଫ ଫସଲ ପାଇଁ ୨ ପ୍ରତିଶତ, ରବି ଫସଲ ପାଇଁ ୧.୫ ପ୍ରତିଶତ ଏବଂ କମର୍ସିଆଲ୍ ଫସଲ ପାଇଁ ୫ ପ୍ରତିଶତ ପ୍ରିମିୟମ ଦର ଲାଗିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.