ଟେକ୍

ଆଜିଠୁ ଆରମ୍ଭ ହେଉଛି Realme ର ଜବରଦସ୍ତ ସେଲ, ଶୀଘ୍ର ହିଁ ଅଫରର ସୁଯୋଗ ନିଅନ୍ତୁ

ଅନ୍ୟତମ ନାମୀ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Realme ନିଜର ବ୍ରାଣ୍ଡେଡ ସ୍ମାର୍ଟଫୋନ ମାନ ବଜାରରେ ଲଞ୍ଚ କରିବାକୁ ଯାଉଛି । ନିକଟରେ କମ୍ପାନୀ ପକ୍ଷରୁ C ସିରିଜରେ ଅନେକ ଫୋନ ଲଂଚ ହୋଇଥିବା ବେଳେ କମ ବଜେଟରେ ଉନ୍ନତ ଫିଚର୍ସ ସହିତ Realme 7 ସିରିଜ ଲଂଚ କରିଛି | ଗ୍ରାହକଙ୍କ ପାଇଁ କିନ୍ତୁ ଆଉ ଏକ ଖୁସି ଖବର ନେଇ ଆସିଛି କମ୍ପାନୀ । ଆଜିଠାରୁ ଫ୍ଲିପକାର୍ଟ ଓ Realme. com ସାଇଟ ରେ Realme C 11 ଓ Realme 7ର ଦମଦାର ସେଲ ଲଂଚ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, Realme C 11 ସେଟ ୨ ଜିବି ରାମ ଓ ୩୨ ଜିବି ଷ୍ଟୋରେଜ ଭେରିୟାଣ୍ଟର ମୂଲ୍ୟ କମ୍ପାନୀ ପକ୍ଷରୁ ୭୪୯୯ ଟଙ୍କା ରଖାଯାଇଥିବା ଜଣାଯାଇଛି । ଏହାକୁ ରିଚ ଗ୍ରୀନ ବା ରିଚ ଗ୍ରେ କଲର ଅପସନରେ କିଣାଯାଇପାରିବ । ଯେବେକି, Realme 7 ସେଟ ୬ ଜିବି ରାମ ଓ ୬୪ ଜିବି ଷ୍ଟୋରେଜ ବିଶିଷ୍ଟ ଭେରିୟାଣ୍ଟର ମୂଲ୍ୟ କମ୍ପାନୀ ପକ୍ଷରୁ ୧୪୯୯୯ ଟଙ୍କା ରଖାଯାଇଥିବା ଜଣାଯାଇଛି । ଯେବେକି ୮ ଜିବି ରାମ ଓ ୧୨୮
ଜିବି ଷ୍ଟୋରେଜ ବିଶିଷ୍ଟ ଭେରିୟାଣ୍ଟକୁ ଗ୍ରାହକ ମାନେ ୧୬ହଜାର ୯୯୯ ଟଙ୍କାରେ କିଣିପାରିବେ । ଅଫର ଦୃଷ୍ଟିରୁ ଦେଖିଲେ ଫ୍ଲିପକାର୍ଟରେ ୫ ପ୍ରତିଶତ କ୍ୟାସବ୍ୟାକ ମଧ୍ୟ ମିଳିପାରିବ ।  ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡ ମାଧ୍ୟମରେ କଲେ ୨୯୯ ଟଙ୍କାରେ ଦୁଇ ବର୍ଷ ପାଇଁ Discovery + ସବସ୍କ୍ରିପସନ ଅଫର ମିଳି ଯାଇପାରିବ ।

ଏହାବାଦ ଏହି ଦୁଇ ଡ଼ିଭାଇସରେ ନୋ – କଷ୍ଟ ଇଏମଆଇ ଅପସନ ବି ମିଳିପାରିବ । ଶସ୍ତା Realme ସି 11 ସ୍ମାର୍ଟଫୋନରେ 6.5 ଇଂଚର ଏଚଡ଼ି + ମିନି ଡ୍ରପ ଡିଷ୍ପ୍ଲେ 720 x ୧୬୦୦ ପିକଶଲ ରିଜୋଲୁସନ ସମେତ ୨୦:୯ ରେସିଓ ଅପସନ ସହ ଉପଲବ୍ଧ ହେବ । ଏହାବାଦ ଫୋନରେ Media Tek Helio G 35 ଚିପସେଟ ୨ ଜିବି ରାମ ସହ ଉପଲବ୍ଧ ହେବ । ୩୨ ଜିବି ଇଂଟରନାଲ ଷ୍ଟୋରେଜ ବଢାଇବା ପାଇଁ ଫୋନରେ ମାଇକ୍ରୋଏସଡି କାର୍ଡ ସ୍ଲଟ ମଧ୍ୟ ଦିଆଯାଇଛି । ଏହାବାଦ ଫୋନରେ 13 +2 ମେଗାପିକ୍ସଲର ଡୁଆଲ କ୍ୟାମେରା ସମେତ ୫ ମେଗାପିକ୍ସଲର ସେଲ୍ଫି କ୍ୟାମେରା ପରି ସୁବିଧା ମାନ ବି ମିଳିପାରିବ । ଏହାବାଦ ଦମଦାର ଚାରଜିଙ୍ଗ ପାଇଁ ୫୦୦୦mAh ବ୍ୟାଟେରୀ ମହଜୂତ ଅଛି ।

କଣ ରହିଛି ସ୍ପେସିଫିକେସନ:

ଏହି ସ୍ମାର୍ଟଫୋନରେ ୬.୫ ଇଞ୍ଚର ଫୁଲ ଏଚଡ଼ି + ଡିଷ୍ପ୍ଲେ ସମେତ ୧୦୮୦X ୨୪୦୦ ପିକସଲ ରିଜୋଲୁସନ ବି ଉପଲବ୍ଧ ଅଛି । ଏହି ଫୋନ ୯୦.୫ ପ୍ରତିଶତ ସ୍କ୍ରିନ ଟୁ ବଡ଼ି ରେସିଓ ସହ ୨୦:୯ ଆସପେକ୍ଟ ରେସିଓ ସହ ଉପଲବ୍ଧ ଅଛି । ଡିଭାଇସରେ Media Tek Helio G 95 ପ୍ରୋସେସର ସହ ୮
ଜିବି ରାମ ଓ ୧୨୮ ଜିବି ଷ୍ଟୋରେଜ ଫ୍ୟାସିଲିଟି ସହିତ ଉପଲବ୍ଧ ଅଛି । ଯାହାକୁ ଡେଡିକେଟଡ଼ ମାଇକ୍ରୋ ଏସଡି କାର୍ଡ ସାହାଯ୍ୟରେ ବଢ଼ାଇ ଦିଆଯାଇପାରିବ ।

KNews Bureau

Recent Posts

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

3 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

8 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

11 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

23 mins ago

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

42 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

45 mins ago