ଫୋନ ବ୍ୟବହାର କରୁଥିବା ବେଳେ ଆପଣଙ୍କ ମନରେ ନିଶ୍ଚିତ ଡର ଥାଏ ଯେ ଫୋନ ପାଣିରେ ପଡ଼ିଗଲେ ଖରାପ ହୋଇଯିବ । କିନ୍ତୁ କିଛି ଫୋନ ଏପରି ମଧ୍ୟ ଆସୁଛି ଯାହା ପାଣି ଭିତରେ ବି ବ୍ୟବହାର ହୋଇପାରେ । ଏଭଳି ଫୋନର ମୂଲ୍ୟ ବହୁତ ଅଧିକ ଥାଏ । ତେଣୁ ସାଧାରଣ ଲୋକମାନେ ଏଭଳି ଫୋନ କିଣିବାକୁ ଚାହୁଁଥିଲେ ମଧ୍ୟ କିଣି ପାରନ୍ତି ନାହିଁ । କିନ୍ତୁ ମୋବାଇଲ ୟୁଜର୍ସଙ୍କ ପାଇଁ ରେଡମି ଏମିତି କିଛି ମଡେଲ ଆଣିଛି ଯାହାର ଦାମ୍ କମ ସହ ଆପଣ ଏହାକୁ ପାଣି ଭିତରେ ବି ଚଲାଇ ପାରିବେ । ତେବେ ଆସନ୍ତୁ ଜାଣିବା ନୂଆ ଲଞ୍ଚ ହୋଇଥିବା ରେଡମି ଫୋନରେ କଣ ଫିଚର ରହିଛି ।
ଆଜି ଭାରତରେ Xiaomiର Redmi Note 13 ସିରିଜ୍ ଲଞ୍ଚ ହୋଇଛି । ଏହି ସିରିଜରେ ତିନୋଟି ଫୋନ୍ ସାମିଲ ରହିଛି, ଯେପରିକି Redmi Note 13 5G, Redmi Note 13 Pro 5G ଏବଂ ଟପ୍ ମଡେଲ୍ Redmi Note 13 Pro Plus 5G । ଏହି ତିନୋଟି ଫୋନ୍ ପୂର୍ବରୁ ହିଁ ଚୀନରେ ଲଞ୍ଚ ହୋଇସାରିଛି । Pro Plus ମଡେଲଗୁଡ଼ିକରେ ଅନେକ ଦମଦାର ଫିଚର ରହିଛି । କିନ୍ତୁ ଏହା ଏକ ମିଡ୍ ରେଞ୍ଜ୍ ଫୋନ୍ ।
Redmi Note 13 Pro Plus 5G ସ୍ପେସିଫିକେସନ୍ :
Redmi Note 13 Pro Plus 5Gର ଡିଜାଇନ୍ ବହୁତ ଦମଦାର ରହିଛି । ଏଥିରେ ଫ୍ଲାଟ୍ ସାଇଡ୍ ଏବଂ ଏକ ବଡ଼ କର୍ଭଡ୍ ଡିସପ୍ଲେ ରହିଛି । ଏହି ଫୋନ୍ ଗ୍ଲାସ୍ ଏବଂ ଲେଦର ଭଳି ଦୁଇଟି ମ୍ୟାଟେରିଆଲରେ ଆସିଥାଏ । ସବୁଠାରୁ ବଡ଼ କଥା ହେଉଛି ଏହି ଫୋନକୁ ଧୂଳି ଏବଂ ପାଣିରୁ ରକ୍ଷା କରିବା ପାଇଁ ଏଥିରେ IP68 ରେଟିଂ ଦିଆଯାଇଛି । ଅର୍ଥାତ୍ ଏହା ଅତିକମରେ ୩୦ ମିନିଟ୍ ପର୍ଯ୍ୟନ୍ତ ଦେଢ଼ ମିଟର ଗଭୀର ପାଣିରେ ବି ବ୍ୟବହାର କରାଯାଇ ପାରିବ । ଫୋନରେ ୬.୬୭ ଇଞ୍ଚର ବଡ଼ ଡିସପ୍ଲେ ଅଛି ଯାହା କର୍ଭଡ ଏବଂ ହାଇ କ୍ୱାଲିଟିରେ ରହିଛି ।
କ୍ୟାମେରା :
ଫୋନରେ ଦମଦାର ପ୍ରୋସେସର ରହିଛି । ମିଡିଆଟେକ୍ ଡାଇମେନସିଟି ୭,୨୦୦ ଅଲଟ୍ରା ସହିତ ଏଥିରେ LPDDR5 RAM ଏବଂ UFS 3.1 ଷ୍ଟୋରେଜ୍ ଦିଆଯାଇଛି । ଫଟୋ ପାଇଁ ଏହି ଫୋନରେ ଦୁଇଟି ଭଲ କ୍ୟାମେରା ଦିଆଯାଇଛି ଫ୍ରଣ୍ଟରେ ୧୬ MP ସେଲଫି କ୍ୟାମେରା ଏବଂ ପଛ ସାଇଡରେ ଏକ ଟ୍ରିପଲ୍ କ୍ୟାମେରା ସିଷ୍ଟମ୍ ଦିଆଯାଇଛି । ପଛ କ୍ୟାମେରାରେ ୨୦୦MP ମେନ୍ ସେନ୍ସର ଅଛି । ଏହା ସହିତ ଏଥିରେ ୮MP ୱାଇଡ୍ ଆଙ୍ଗଲ୍ ଲେନ୍ସ ଏବଂ ୨MPର ମାକ୍ରୋ ଲେନ୍ସ ମଧ୍ୟ ଦିଆଯାଇଛି ।
ବ୍ୟାଟେରୀ :
କନେକ୍ଟିଭିଟି ପାଇଁ ଏହି ଫୋନରେ ଅନେକ୍ ଫିଚର ରହିଛି । ଦୁଇଟି ସିମ୍ କାର୍ଡ ସ୍ଲଟ୍, 5G ନେଟୱାର୍କ ସପୋର୍ଟ , ସ୍ପିଡ୍ ୱାଇଫାଇ 6E, ଲାଟେଷ୍ଟ ବ୍ଲୁଟୁଥ୍ 5.3, ଜିପିଏସ୍, NFC ଏବଂ USB ଟାଇପ୍-ସି ପୋର୍ଟ ରହିଛି । ପାଓ୍ଵାର ପାଇଁ ଫୋନରେ ଏକ ବଡ଼ ୫୦୦୦mAh ବ୍ୟାଟେରୀ ଅଛି ଯାହା ଦ୍ୱାରା ଆପଣ ଫୋନକୁ ଦିନ ସାରା ବ୍ୟବହାର କରିପାରିବେ ।
ଦାମ୍ :
Redmi Note 13 Pro Plus 5G ୩ଟି ଭାରିଆଣ୍ଟରେ ଆସୁଛି । ଏହାର ୮ GB + ୨୫୬ GB ଭାରିଆଣ୍ଟର ମୂଲ୍ୟ ୩୧,୯୯୯ ଟଙ୍କା, ସେହିପରି ୧୨ GB + ୨୫୬ GB ଭାରିଆଣ୍ଟର ମୂଲ୍ୟ ୩୩,୯୯୯ ଟଙ୍କା । ଅନ୍ୟପଟେ ଏଡି ଫୋନର ୧୨GB + ୫୧୨ GB ଭାରିଆଣ୍ଟର ମୂଲ୍ୟ ୩୫,୯୯୯ ଟଙ୍କା ରହିଛି ।
ଏହି ଫୋନ୍ ଫ୍ୟୁଜନ୍ ହ୍ଵାଇଟ୍, ଫ୍ୟୁଜନ୍ ବ୍ଲାକ୍ ଏବଂ ଫ୍ୟୁଜନ୍ ପର୍ପଲ ଭଳି ତିନୋଟି କଲରରେ ଆସୁଛି । ଫୋନର ପ୍ରଥମ ସେଲ୍ ଜାନୁଆରୀ ୧୦ ମଧ୍ୟାହ୍ନ ୧୨ ଟାରୁ ଆରମ୍ଭ ହେବ । ଆପଣ ଏହାକୁ MI, ଫ୍ଲିପକାର୍ଟ ଏବଂ ଅନ୍ୟାନ୍ୟ MI ଷ୍ଟୋରରୁ କିଣି ପାରିବେ ।
ଏୟାର ଇଣ୍ଡିଆର ଏକ ବିମାନରେ ପରସା ଯାଇଛି ଅଧାରନ୍ଧା ଖାଦ୍ୟ । ଏଭଳି ଅଭିଯୋଗ ଆଣିଛନ୍ତି ବିମାନରେ ଯାତ୍ରା କରୁଥିବା…
ଟି୨୦ ବିଶ୍ୱକପ ୨୦୨୪ରେ ସୁପର-୮ ଟିମ୍ ଘୋଷଣା ହୋଇସାରିଛି । ଭାରତ ବିପକ୍ଷରେ ସୁପର ୮ରେ ଅଷ୍ଟ୍ରେଲିଆ, ବାଂଲାଦେଶ ଏବଂ…
ଭୁବନେଶ୍ୱର : ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ଆଜି ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ…
ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ଆମେରିକାରେ ଫାଦର୍ସ ଡେ ରେ ଆୟୋଜିତ ହେଇଥିବା କାର୍ଯ୍ୟକ୍ରମରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ବିମାନରେ ଥିବା…
ପୋଲସରା(କେନ୍ୟୁଜ): ଅସହ୍ୟ ଗରମରେ ଭକ୍ତମାନେ ଛୁଟି ଆସିଛନ୍ତି ମନ୍ଦିର । ମା’ଙ୍କ ଅପୂର୍ବ ଆଳତି ଦର୍ଶନ କରିବାର ସୌଭାଗ୍ୟ ନେଇଛନ୍ତି…