ଭାରତରେ ଲଞ୍ଚ ହେଲା Redmi Note 13 ସିରିଜ୍, ୩୦ ମିନିଟ୍‌ ପର୍ଯ୍ୟନ୍ତ ପାଣିରେ ଚାଲିବ ଫୋନ୍‌

ଆଜି ଭାରତରେ Xiaomiର Redmi Note 13 ସିରିଜ୍ ଲଞ୍ଚ ହୋଇଛି । ଏହି ସିରିଜରେ ତିନୋଟି ଫୋନ୍ ସାମିଲ ରହିଛି, ଯେପରିକି Redmi Note 13 5G, Redmi Note 13 Pro 5G ଏବଂ ଟପ୍ ମଡେଲ୍ Redmi Note 13 Pro Plus 5G ।

ଫୋନ ବ୍ୟବହାର କରୁଥିବା ବେଳେ ଆପଣଙ୍କ ମନରେ ନିଶ୍ଚିତ ଡର ଥାଏ ଯେ ଫୋନ ପାଣିରେ ପଡ଼ିଗଲେ ଖରାପ ହୋଇଯିବ । କିନ୍ତୁ କିଛି ଫୋନ ଏପରି ମଧ୍ୟ ଆସୁଛି ଯାହା ପାଣି ଭିତରେ ବି ବ୍ୟବହାର ହୋଇପାରେ । ଏଭଳି ଫୋନର ମୂଲ୍ୟ ବହୁତ ଅଧିକ ଥାଏ । ତେଣୁ ସାଧାରଣ ଲୋକମାନେ ଏଭଳି ଫୋନ କିଣିବାକୁ ଚାହୁଁଥିଲେ ମଧ୍ୟ କିଣି ପାରନ୍ତି ନାହିଁ । କିନ୍ତୁ ମୋବାଇଲ ୟୁଜର୍ସଙ୍କ ପାଇଁ ରେଡମି ଏମିତି କିଛି ମଡେଲ ଆଣିଛି ଯାହାର ଦାମ୍‌ କମ ସହ ଆପଣ ଏହାକୁ ପାଣି ଭିତରେ ବି ଚଲାଇ ପାରିବେ । ତେବେ ଆସନ୍ତୁ ଜାଣିବା ନୂଆ ଲଞ୍ଚ ହୋଇଥିବା ରେଡମି ଫୋନରେ କଣ ଫିଚର ରହିଛି ।

ଆଜି ଭାରତରେ Xiaomiର Redmi Note 13 ସିରିଜ୍ ଲଞ୍ଚ ହୋଇଛି । ଏହି ସିରିଜରେ ତିନୋଟି ଫୋନ୍ ସାମିଲ ରହିଛି, ଯେପରିକି Redmi Note 13 5G, Redmi Note 13 Pro 5G ଏବଂ ଟପ୍ ମଡେଲ୍ Redmi Note 13 Pro Plus 5G । ଏହି ତିନୋଟି ଫୋନ୍ ପୂର୍ବରୁ ହିଁ ଚୀନରେ ଲଞ୍ଚ ହୋଇସାରିଛି । Pro Plus ମଡେଲଗୁଡ଼ିକରେ ଅନେକ ଦମଦାର ଫିଚର ରହିଛି । କିନ୍ତୁ ଏହା ଏକ ମିଡ୍‌ ରେଞ୍ଜ୍ ଫୋନ୍ ।
Redmi Note 13 Pro Plus 5G ସ୍ପେସିଫିକେସନ୍‌ :

Redmi Note 13 Pro Plus 5Gର ଡିଜାଇନ୍ ବହୁତ ଦମଦାର ରହିଛି । ଏଥିରେ ଫ୍ଲାଟ୍‌ ସାଇଡ୍‌ ଏବଂ ଏକ ବଡ଼ କର୍ଭଡ୍‌ ଡିସପ୍ଲେ ରହିଛି । ଏହି ଫୋନ୍ ଗ୍ଲାସ୍‌ ଏବଂ ଲେଦର ଭଳି ଦୁଇଟି ମ୍ୟାଟେରିଆଲରେ ଆସିଥାଏ । ସବୁଠାରୁ ବଡ଼ କଥା ହେଉଛି ଏହି ଫୋନକୁ ଧୂଳି ଏବଂ ପାଣିରୁ ରକ୍ଷା କରିବା ପାଇଁ ଏଥିରେ IP68 ରେଟିଂ ଦିଆଯାଇଛି । ଅର୍ଥାତ୍ ଏହା ଅତିକମରେ ୩୦ ମିନିଟ୍ ପର୍ଯ୍ୟନ୍ତ ଦେଢ଼ ମିଟର ଗଭୀର ପାଣିରେ ବି ବ୍ୟବହାର କରାଯାଇ ପାରିବ । ଫୋନରେ ୬.୬୭ ଇଞ୍ଚର ବଡ଼ ଡିସପ୍ଲେ ଅଛି ଯାହା କର୍ଭଡ ଏବଂ ହାଇ କ୍ୱାଲିଟିରେ ରହିଛି ।

କ୍ୟାମେରା :
ଫୋନରେ ଦମଦାର ପ୍ରୋସେସର ରହିଛି । ମିଡିଆଟେକ୍ ଡାଇମେନସିଟି ୭,୨୦୦ ଅଲଟ୍ରା ସହିତ ଏଥିରେ LPDDR5 RAM ଏବଂ UFS 3.1 ଷ୍ଟୋରେଜ୍ ଦିଆଯାଇଛି । ଫଟୋ ପାଇଁ ଏହି ଫୋନରେ ଦୁଇଟି ଭଲ କ୍ୟାମେରା ଦିଆଯାଇଛି ଫ୍ରଣ୍ଟରେ ୧୬ MP ସେଲଫି କ୍ୟାମେରା ଏବଂ ପଛ ସାଇଡରେ ଏକ ଟ୍ରିପଲ୍ କ୍ୟାମେରା ସିଷ୍ଟମ୍ ଦିଆଯାଇଛି । ପଛ କ୍ୟାମେରାରେ ୨୦୦MP ମେନ୍‌ ସେନ୍ସର ଅଛି । ଏହା ସହିତ ଏଥିରେ ୮MP ୱାଇଡ୍ ଆଙ୍ଗଲ୍ ଲେନ୍ସ ଏବଂ ୨MPର ମାକ୍ରୋ ଲେନ୍ସ ମଧ୍ୟ ଦିଆଯାଇଛି ।

ବ୍ୟାଟେରୀ :
କନେକ୍ଟିଭିଟି ପାଇଁ ଏହି ଫୋନରେ ଅନେକ୍‌ ଫିଚର ରହିଛି । ଦୁଇଟି ସିମ୍ କାର୍ଡ ସ୍ଲଟ୍, 5G ନେଟୱାର୍କ ସପୋର୍ଟ , ସ୍ପିଡ୍‌ ୱାଇଫାଇ 6E, ଲାଟେଷ୍ଟ ବ୍ଲୁଟୁଥ୍ 5.3, ଜିପିଏସ୍, NFC ଏବଂ USB ଟାଇପ୍-ସି ପୋର୍ଟ ରହିଛି । ପାଓ୍ଵାର ପାଇଁ ଫୋନରେ ଏକ ବଡ଼ ୫୦୦୦mAh ବ୍ୟାଟେରୀ ଅଛି ଯାହା ଦ୍ୱାରା ଆପଣ ଫୋନକୁ ଦିନ ସାରା ବ୍ୟବହାର କରିପାରିବେ ।

ଦାମ୍‌ :

Redmi Note 13 Pro Plus 5G ୩ଟି ଭାରିଆଣ୍ଟରେ ଆସୁଛି । ଏହାର ୮ GB + ୨୫୬ GB ଭାରିଆଣ୍ଟର ମୂଲ୍ୟ ୩୧,୯୯୯ ଟଙ୍କା, ସେହିପରି ୧୨ GB + ୨୫୬ GB ଭାରିଆଣ୍ଟର ମୂଲ୍ୟ ୩୩,୯୯୯ ଟଙ୍କା । ଅନ୍ୟପଟେ ଏଡି ଫୋନର ୧୨GB + ୫୧୨ GB ଭାରିଆଣ୍ଟର ମୂଲ୍ୟ ୩୫,୯୯୯ ଟଙ୍କା ରହିଛି ।

ଏହି ଫୋନ୍ ଫ୍ୟୁଜନ୍ ହ୍ଵାଇଟ୍, ଫ୍ୟୁଜନ୍ ବ୍ଲାକ୍ ଏବଂ ଫ୍ୟୁଜନ୍ ପର୍ପଲ ଭଳି ତିନୋଟି କଲରରେ ଆସୁଛି । ଫୋନର ପ୍ରଥମ ସେଲ୍‌ ଜାନୁଆରୀ ୧୦ ମଧ୍ୟାହ୍ନ ୧୨ ଟାରୁ ଆରମ୍ଭ ହେବ । ଆପଣ ଏହାକୁ MI, ଫ୍ଲିପକାର୍ଟ ଏବଂ ଅନ୍ୟାନ୍ୟ MI ଷ୍ଟୋରରୁ କିଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.