କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ବିନୋଦ ଉପାଧ୍ୟାୟ ଏନ୍‌କାଉଣ୍ଟରରେ ନିହତ, ୟୁପି STFର ଅପରେସନ

ଉତ୍ତର ପ୍ରଦେଶର ସୁଲ୍‌ତାନପୁରରେ କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ତଥା ସାର୍ପ ସୁଟର ବିନୋଦ ଉପାଧ୍ୟାୟ ଏକ ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି। ୟୁପିର STF ଟିମ୍‌ ତାଙ୍କୁ ଏନ୍‌କାଉଣ୍ଟର କରି ନିପାତ କରିିଛି। ଗୋରଖପୁର ପୋଲିସ ବିନୋଦଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖିଥିଲା।

ଉତ୍ତର ପ୍ରଦେଶର ସୁଲ୍‌ତାନପୁରରେ କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ତଥା ସାର୍ପ ସୁଟର ବିନୋଦ ଉପାଧ୍ୟାୟ ଏକ ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି। ୟୁପିର STF ଟିମ୍‌ ତାଙ୍କୁ ଏନ୍‌କାଉଣ୍ଟର କରି ନିପାତ କରିିଛି। ଗୋରଖପୁର ପୋଲିସ ବିନୋଦଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖିଥିଲା। ବିନୋଦ ଉପାଧ୍ୟାୟ ୨୦୦୭ରେ ବିଏସ୍‌ପି ଟିକେଟ୍‌ରେ ବିଧାନସଭା ନିର୍ବାଚନ ମଧ୍ୟ ଲଢ଼ିଥିଲେ, କିନ୍ତୁ ସେ ହାରିଯାଇଥିଲେ।

କହି ରଖୁଛୁ, ବିନୋଦ ନିଜର ଏକ ସଙ୍ଗଠିତ ଦଳ ଗଢ଼ି ଗୋରଖପୁର, ବସ୍ତି, ସନ୍ଥକବୀର ନଗର ଓ ଲକ୍ଷ୍ନୌରେ ଅନେକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟାଇଥିଲେ। ଏସ୍‌ଟିଏଫ୍‌ ମୁଖ୍ୟାଳୟର ଡେପୁଟି ଏସ୍‌ପି ଦୀପକ କୁମାର ସିଂଙ୍କ ନେତୃତ୍ୱରେ ଟିମ୍‌ ବିନୋଦଙ୍କୁ ଏନ୍‌କାଉଣ୍ଟର କରିଥିଲା।

ଗୋରଖପୁର, ବସ୍ତି ଓ ସନ୍ଥକବୀର ନଗରରେ ବିନୋଦଙ୍କ ନାଁରେ ୩୫ଟି ମାମଲା ପଞ୍ଜୀକୃତ ରହିଥିଲା, କିନ୍ତୁ ତାଙ୍କୁ କୌଣସି ବି ଦଣ୍ଡ ମିଳି ନ ଥିଲା। ଶୁକ୍ରବାର ସକାଳେ ଯେତେବେଳେ ଏସ୍‌ଟିଏଫ୍‌ ଟିମ୍‌ ତାଙ୍କୁ ଘେରିଥିଲା, ସେ ନିଜକୁ ରକ୍ଷା କରିବା ପାଇଁ ଗୁଳି ଚଳାଇଥିଲେ। ଟିମ୍‌ ଉପରକୁ ସେ ଅନେକ ରାଉଣ୍ଡ ଫାୟାରିଂ କରିଥିଲେ, ଯାହାପରେ ପାଲଟା କାର୍ଯ୍ୟାନୁଷ୍ଠାନରେ ଏସ୍‌ଟିଏଫ୍‌ ତାଙ୍କୁ ଏନ୍‌କାଉଣ୍ଟର କରିଥିଲା। ବିନୋଦଙ୍କ ଦେହରେ ଗୁଳି ବାଜିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.