ମୃତଦେହ ହସ୍ତାନ୍ତର ଘଟଣାକୁ ନେଇ ଉତ୍ତେଜନା, ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ

ଭୁବନେଶ୍ବର ଘରୋଇ ହସପିଟାଲରେ ମୃତଦେହ ହସ୍ତାନ୍ତର ଘଟଣାକୁ ନେଇ ପ୍ରବଳ ଉତ୍ତେଜନା । ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ । ବିସ୍ଫୋରଣରେ କାହାର ମୃତ୍ୟୁ ହେଲା ଏବଂ କାହାର ମୃତଦେହ କାହା ଘରକୁ ଗଲା ତାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି ।

ଭୁବନେଶ୍ବର ଘରୋଇ ହସପିଟାଲରେ ମୃତଦେହ ହସ୍ତାନ୍ତର ଘଟଣାକୁ ନେଇ ପ୍ରବଳ ଉତ୍ତେଜନା । ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ । ବିସ୍ଫୋରଣରେ କାହାର ମୃତ୍ୟୁ ହେଲା ଏବଂ କାହାର ମୃତଦେହ କାହା ଘରକୁ ଗଲା ତାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି । ହସପିଟାଲ ପକ୍ଷରୁ ଜଣକର ମୃତଦେହ ପହଞ୍ଚିଥିଲା ଅନ୍ୟଜଣକ ଘରେ । ସେମାନେ ତାଙ୍କୁ ନିଜ ପୁଅ ଭାବି ଦାହ ସଂସ୍କାର କରି ଦେଲେ । ଏବେ ଜଣାପଡୁଛି କି ସେ ବ୍ୟକ୍ତି ବଞ୍ଚିଛନ୍ତି । ଯାହାକୁ ନେଇ ହସପିଟାଲ ସମ୍ମୁଖରେ ଉତ୍ତେଜନା ଲାଗି ରହିଛି । ହସପିଟାଲ ପକ୍ଷରୁ ଯେତେ ସଫେଇ ଦିଆଗଲେ ମଧ୍ୟ ପରିବାର ଲୋକେ ମାନିବାକୁ ପ୍ରସ୍ତୁତ ନୁଅନ୍ତି ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ହରିରାଜପୁର ବଅଙ୍ଗ ଗାଁର ଦିଲୀପ ସାମନ୍ତରାୟଙ୍କର ହସପିଟାଲ ବିସ୍ଫୋରଣରେ ମୃତ୍ୟୁ ଘଟିଥିବା କୁହାଗଲା । ତାଙ୍କ ମୃତ୍ୟୁ ଖବର ଶୁଣି ଦିଲୀପଙ୍କ ସାତ ମାସର ଗର୍ଭବତୀ ପତ୍ନୀ ଆତ୍ମହତ୍ୟା କରିଦେଲେ । ଏପଟେ ଗତକାଲି ରାତିରେ ଜଣାପଡ଼ିଲା ଯେ ଦିଲୀପ ନୁହେଁ ଜ୍ୟୋତି ରଞ୍ଜନ ମଲ୍ଲିକଙ୍କ ମୃତ୍ୟୁ ହୋଇଛି ଓ ଦିଲୀପ ବଞ୍ଚିଛନ୍ତି । ଚିହ୍ନଟରେ ତ୍ରୁଟି ଯୋଗୁଁ ଦିଲୀପଙ୍କ ଘରକୁ ଜ୍ୟୋତିଙ୍କ ମୃତଦେହ ପଠାଇ ଦିଆଯାଇଥିଲା । ତେବେ ବିସ୍ଫୋରଣରେ ମୃତ୍ୟୁକୁ ନେଇ ଦ୍ବନ୍ଦ୍ବ ରହିଥିବାରୁ ଡିଏନଏ ଟେଷ୍ଟ କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ମୃତଦେହ ଦିଲୀପ ସାମନ୍ତରାୟ ନା ଜ୍ୟୋତିରଞ୍ଜନଙ୍କର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.