କୋଇଲା କଳା ଏବଂ ନିଆଁ ଲାଲ, କିନ୍ତୁ ଧୂଆଁର ରଙ୍ଗ ଧଳା କାହିଁକି, ଜାଣନ୍ତୁ କାରଣ

ଶୀତଦିନେ ଲୋକମାନେ ଥଣ୍ଡାରୁ ଆରାମ ପାଇବା ପାଇଁ କୋଇଲା ଜାଳିଥାନ୍ତି । ତ’ଆଉ କିଛି ଲୋକ ନିଜ ଘରେ କୋଇଲା ଜାଲି ଖାଦ୍ୟ ମଧ୍ୟ ପ୍ରସ୍ତୁତ କରିଥାନ୍ତି । ଏହା ବ୍ୟତୀତ ଖଣିରେ କୋଇଲା ମଧ୍ୟ ବ୍ୟବହାର ହୋଇଥାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଯେତେବେଳେ କୋଇଲା କଳା ଏବଂ ସେଥିରେ ଜଳୁଥିବା ନିଆଁ ଲାଲ ହୋଇଥାଏ, ତାହେଲେ ସେଥିରୁ ବାହାରୁ ଥିବା ଧୂଆଁ କ’ଣ ପାଇଁ ଧଳା ?

କୋଇଲା ଏକ ଏପରି ଜିନିଷ ଯାହା ଅନେକ ପ୍ରକାରର କାମରେ ଲାଗିଥାଏ । ଯେପରି ଶୀତଦିନେ ଲୋକମାନେ ଥଣ୍ଡାରୁ ଆରାମ ପାଇବା ପାଇଁ କୋଇଲା ଜାଳିଥାନ୍ତି । ତ’ଆଉ କିଛି ଲୋକ ନିଜ ଘରେ କୋଇଲା ଜାଲି ଖାଦ୍ୟ ମଧ୍ୟ ପ୍ରସ୍ତୁତ କରିଥାନ୍ତି । ଏହା ବ୍ୟତୀତ ଖଣିରେ କୋଇଲା ମଧ୍ୟ ବ୍ୟବହାର ହୋଇଥାଏ । କୋଇଲା ର ଅନେକ ବ୍ୟବହାର ରହିଛି ଏବଂ ଏଥିରୁ ନିର୍ଗତ ହେଉଥିବା କ୍ଷତିକାରକ ଗ୍ୟାସ୍ ବିଷୟରେ ମଧ୍ୟ ଆପଣମାନେ ଜାଣିଥିବେ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଯେତେବେଳେ କୋଇଲା କଳା ଏବଂ ସେଥିରେ ଜଳୁଥିବା ନିଆଁ ଲାଲ ହୋଇଥାଏ, ତାହେଲେ ସେଥିରୁ ବାହାରୁ ଥିବା ଧୂଆଁ କ’ଣ ପାଇଁ ଧଳା ? ସେଥିପାଇଁ ଆମେ ଆଜି ଆପଣଙ୍କୁ ଏହାକୁ କିଛି ବିଶେଷ କଥା କହିବୁ, ଯାହାଦ୍ୱାରା ଆପଣ ଜାଣିପାରିବେ ଯେ ସେଥିରୁ ବାହାରୁଥିବା ଧୂଆ କ‘ଣ ପାଇଁ ଧଳା ହୋଇଥାଏ ।

ଯେତେବେଳେ କୋଇଲା ପୋଡିଯାଏ ଏବଂ ସାମାନ୍ୟ ଓଦା ଥାଏ, ସେତେବେଳେ ଏହା ଧଳା ଧୂଆଁ ନିର୍ଗତ ହୋଇଥାଏ । ବାସ୍ତବରେ କୋଇଲା ପୋଡିଗଲେ ଅବଶିଷ୍ଟ ସଲଫାଇଡ୍ ଉତ୍ପନ୍ନ ହୋଇଥାଏ । ଯେଉଁ କାରଣରୁ ଧଳା ଧୂଆଁ ଉତ୍ପନ୍ନ ହୋଇଥାଏ । ଯାହା ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି କୁହାଯାଏ । ତେବେ ବିଭିନ୍ନ ପ୍ରକାରର ଧୂଆଁ ଦେଖିବା ପାଇଁ ମଳିଥାଏ, ଏହା ସହ ସେହି ସବୁ ଧୂଆରୁ ମଧ୍ୟ ବିଭିନ୍ନ ପ୍ରକାରର ଜିନିଷ ବିଷୟରେ ଜଣାପଡିଥାଏ । ଯେପରି ପତଳା, କଳା, ପ୍ରବଳ ଧୂଆଁ ଏହି ସବୁ ଧୂଆ ଯୋଗୁ ଜଣା ପଡିଥାଏ ଯେ ସେହି ଧୂଆ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନା ଖରାପ ।

ବାସ୍ତବରେ ଆପଣମାନେ ଜାଣିଛନ୍ତି କି କୋଇଲା ଏବଂ କଞ୍ଚା କାଠ ଭଳି ଜିନିଷ ଜାଳିବା ଦ୍ୱାରା ଉତ୍ପନ୍ନ ଧୂଆଁ ପରିବେଶ ପାଇଁ ସବୁଠାରୁ ବିପଜ୍ଜନକ ହୋଇଥାଏ । ଯାହା ପରିବେଶରେ ମିଶି ବାୟୁକୁ ଖରାପ କରିଥାଏ ଏବଂ ଏହିପରି ଭାବେ ସାଧାରଣ ଲୋକଙ୍କ ଜୀବନରେ ମଧ୍ୟ ବାଧା ସୃଷ୍ଟି କରିଥାଏ । ଗତ କିଛି ଦଶନ୍ଧି ମଧ୍ୟରେ, ଖରାପ ଧୂଆଁ ଯୋଗୁଁ ଅଧିକାଂଶ ସହରରେ ବାୟୁ ପ୍ରଦୂଷଣରେ ବହୁତ ପ୍ରଭାବିତ ହୋଇଛି । ଯେଉଁଥିପାଇଁ ସାଧାରଣ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.