ମୁହଁରେ ହେଉଥିବା ରିଙ୍କଲ୍ସ୍‌ର କାରଣ ହୋଇପାରେ କମ୍ପ୍ୟୁଟର ଓ ମୋବାଇଲ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଅଫିସ୍ କାମ ହେଉ କିମ୍ବା ଏଣ୍ଟଟେନ୍‌ମେଣ୍ଟ ହେଉ, ଆମେ ସମସ୍ତେ ଘଣ୍ଟା ଘଣ୍ଟା ସେହି ସ୍କିନ୍‌ ସାମ୍ନାରେ ବସିଥାଉ । କିନ୍ତୁ ଆପଣ କେବେ ଭାବିଛନ୍ତି କି ସେହ ସ୍କିନ୍‌ ସମୟ ଆମ ତ୍ୱଚା ପାଇଁ କେତେ କ୍ଷତିକାରକ ହୋଇଥାଏ ?

ଆଜିର ସମୟରେ ଆମ ଲାଇଫ୍‌ରେ ଅନେକ ନୂଆ ନୂଆ ଜିନିଷ ରହିଛି । ତେବେ ଆମେ କମ୍ପ୍ୟୁଟର, ଲାପଟପ୍, ମୋବାଇଲ୍ ଫୋନ୍ ଭଳି ଜିନିଷରେ ଅଧିକରୁ ଅଧିକ ବ୍ୟବହାର କରୁଛୁ । ସେ ଅଫିସ୍ କାମ ହେଉ କିମ୍ବା ଏଣ୍ଟଟେନ୍‌ମେଣ୍ଟ ହେଉ, ଆମେ ସମସ୍ତେ ଘଣ୍ଟା ଘଣ୍ଟା ସେହି ସ୍କିନ୍‌ ସାମ୍ନାରେ ବସିଥାଉ । କିନ୍ତୁ ଆପଣ କେବେ ଭାବିଛନ୍ତି କି ସେହ ସ୍କିନ୍‌ ସମୟ ଆମ ତ୍ୱଚା ପାଇଁ କେତେ କ୍ଷତିକାରକ ହୋଇଥାଏ ? ସୂଚନା ମୂତାବକ, ଡକ୍ତରଙ୍କ ଦ୍ୱାରା କରାଯାଇଥିବା ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ସେହି ସବୁ ସ୍କିନ୍‌ ସାମ୍ନାରେ ଅଧିକ ସମୟ ବିତାଇବା ଦ୍ୱାରା ଆମ ତ୍ୱଚା ଉପରେ ଖରାପ ପ୍ରଭାବ ପଡିଥାଏ ।

ମୋବାଇଲ୍ ଲାଇଟ୍‌ ମୁହଁ ପାଇଁ ବିପଜ୍ଜନକ :
ମୋବାଇଲ୍ ଫୋନର ଅତ୍ୟଧିକ ବ୍ୟବହାର ଆମ ସ୍କିନ୍‌ ଏବଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ମୋବାଇଲ୍ ଫୋନ୍ କିମ୍ବା ଲାପଟପ୍ ରୁ ବାହାରୁଥିବା ନୀଳ ଲାଇଟ୍‌ ଆମ ସ୍କିନ୍‌ ଉପରେ ଗୁରୁତର ପ୍ରଭାବ ପକାଇଥାଏ । ଅନେକ ସୂଚନା ମୁତାମକ, ମୋବାଇଲର ନୀଳ ଲାଇଟ୍‌ ସୂର୍ଯ୍ୟଙ୍କ କ୍ଷତିକାରକ UV କିରଣ ପରି ଆମ ତ୍ୱଚାକୁ କ୍ଷତି ପହଞ୍ଚାଇଥାଏ । ଏହି କାରଣରୁ ସ୍କିନ୍‌ରେ ହାଇପରପିଗମେଣ୍ଟେସନ୍, ରିଙ୍କଲସ୍‌ ବ୍ରଣ ଏବଂ ବ୍ଲାକ୍‌ହେଡସ୍‌ ଭଳି ଅନେକ ସମସ୍ୟା ଦେଖାଯାଇଥାଏ । କେବଳ ଏତିକି ନୁହେଁ, ଅଧିକ ସମୟ ଧରି ମୋବାଇଲରେ କଥାବାର୍ତ୍ତା ହେବା ଦ୍ୱାରା ମୁହଁରେ ଉତ୍ତାପ ଅନୁଭବ ହୋଇଥାଏ ଏବଂ ଏହା ସ୍କିନ୍‌ ପାଇଁ ଅନେକ କ୍ଷତିକାରକ ହୋଇଥାଏ ।

ହାଇପରପିଗମେଣ୍ଟେସନ୍ ସମସ୍ୟା :
ନୀଳ ଲାଇଟ୍‌ରୁ ବାହାରୁଥିବା ରେଡିଏସନ୍‌ କିରଣ ଆମ ସ୍କିନ୍‌ର କୋଷକୁ ନଷ୍ଟ କରିଦିଏ, ଯାହା ଫଳରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ଲାଇଟ୍‌ ଯୋଗୁ ଆମ ସ୍କିନ୍‌ରେ ହାଇପରପିଗମେଣ୍ଟେସନ୍ ହୋଇଥାଏ । ଯାହାଫଳରେ ଆପଣଙ୍କ ସ୍କିନ୍‌ ର କଲର ଡିପ୍‌ ହୋଇଯାଏ । ଏହା ବ୍ୟତୀତ ମୁହଁ କଳା ଏବଂ ବ୍ରାଇନ୍‌ କଲର୍‌ ମଧ୍ୟ ଦେଖା ଯାଇଥାଏ । ତେବେ ଏପରି ଭାବେ ଧୀରେ ଧୀରେ ଆମ ସ୍କିନ୍‌ ଡିପ୍‌ ହୋଇଯାଏ, ଯାହାଫଳରେ ଆମ ମୁହଁ ଖରାପ ଦେଖା ଯିବାକୁ ଲାଗିଥାଏ ।

ମୁହଁରେ ରିଙ୍କଲସ୍‌ ଦେଖା ଯିବା :
ମୋବାଇଲ୍ ଫୋନର ଅତ୍ୟଧିକ ବ୍ୟବହାର ଆମ ଆଖି ଏବଂ ମୁହଁର ସ୍କିନ୍‌ ପାଇଁ ମଧ୍ୟ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ମୋବାଇଲ୍‌ରେ ଅତ୍ୟଧିକ ସମୟ ବିତାଇବା ଯୋଗୁ ଆମକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ତେବେ ଏହି କାରଣରୁ ଧୀରେ ଧୀରେ ମୁହଁରେ ରିଙ୍କଲସ୍‌ ଦେଖା ଯାଇଥାଏ । ଏହା ବ୍ୟତୀତ ଆହୁରୀ ଅନେକ ସମସ୍ୟା ହେବାକୁ ଲାଗିଥାଏ । ଏହି କାରଣରୁ ଆପଣ ଅଧିକ ବୟସ୍କଙ୍କ ପରି ମଧ୍ୟ ଦେଖା ଯିବାକୁ ଲାଗିଥାନ୍ତି । ଏହା ବ୍ୟତୀତ ମୋବାଇଲର ନୀଳ ଲାଇଟ୍‌ କୋଲାଜେନ୍ ଭାଙ୍ଗିଥାଏ, ଯେଉଁଥିପାଇଁ ସ୍କିନ୍‌ ଦୁର୍ବଳ ଏବଂ ଟାଇଟ୍‌ ହେବାକୁ ଲାଗିଥାଏ ।

ଏହାକୁ କିପରି ଏଡାଇ ହେବ ଜାଣନ୍ତୁ :
ସର୍ବପ୍ରଥମେ ଆପଣ ମୋବାଇଲର ବ୍ୟବହାରକୁ କମ୍ କରିବା ଉଚିତ୍ । ମୋବାଇଲ୍ ଠାରୁ ଯଥାସମ୍ଭବ ଦୂରତା ବଜାୟ ରଖିବା ଉଚିତ୍ । ହ୍ୟାଣ୍ଡ-ଫ୍ରି ଅପ୍ସନ୍ ବ୍ୟବହାର କରନ୍ତୁ ଯାହା ଦ୍ୱାରା ଫୋନ୍ ସ୍କିନ୍‌ ସହିତ ସିଧାସଳଖ ସଂସ୍ପର୍ଶରେ ଆସିବ ନାହିଁ । ଏଥିସହ ପ୍ରତିଦିନ ଫୋନ୍ ସଫା କରନ୍ତୁ ଏବଂ ଆଣ୍ଟିସେପ୍ଟିକ୍ ସହିତ ମୁହଁକୁ ମଧ୍ୟ ସଫା କରନ୍ତୁ । ଏହା ବ୍ୟତୀତ ଘରେ ସନ୍‌ସ୍କିନ୍‌ ବ୍ୟବହାର କରନ୍ତୁ, କାରଣ ଏହା ଫୋନରୁ ବାହାରୁଥିବା କ୍ଷତିକାରକ ଲାଇଟ୍‌ରୁ ରକ୍ଷା ଦେଇପାରେ । ଏହି ସତର୍କତା ଅବଲମ୍ବନ କରି ଆପଣ ନିଜ ସ୍କିନ୍‌ ଉପରେ ମୋବାଇଲର ଖରାପ ପ୍ରଭାବକୁ ପଡିବାରୁ ଏଡାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.