ଗୋଟିଏ ଦିନରେ ପିଇଗଲେ ୬୦ କୋଟି ଟଙ୍କାର ମଦ, ଜାଣନ୍ତୁ ରିପୋର୍ଟ

ନୂଆବର୍ଷରେ ପୂରା ନିଶାରେ ମାତାଲ ହୋଇ ଝୁମିଥିଲା ସାରା ଓଡିଶା । ଗୋଟିଏ ଦିନରେ ପିଇଦେଇଥିଲେ ୧୧ ଲକ୍ଷ ଲିଟର ମଦ । ଆଉ ଏହି ନାଲିପାଣିରେ ଉଡିଯାଇଥିଲା ୬୦ କୋଟି ଟଙ୍କା ।

ଏଥର ନୂଆବର୍ଷ ଖାଲି ନାଚ ଗୀତ, ମଜା ମଜଲିସରେ ନୁହେଁ ବରଂ ଆରମ୍ଭ ହୋଇଥିଲା ନାଲିପାଣି ନିଶାରେ । ଖୁସି ଖୁସିରେ ଓଡିଶାବାସୀ ପିଇଦେଇଥିଲେ ଲକ୍ଷ ଲକ୍ଷ ଟଙ୍କାର ମଦ । ଏହା ଆମେ ନୁହେଁ ତଥ୍ୟ କହୁଛି । ନୂଆବର୍ଷରେ ପୂରା ନିଶାରେ ମାତାଲ ହୋଇ ଝୁମିଥିଲା ସାରା ଓଡିଶା । ଗୋଟିଏ ଦିନରେ ପିଇଦେଇଥିଲେ ୧୧ ଲକ୍ଷ ଲିଟର ମଦ । ଆଉ ଏହି ନାଲିପାଣିରେ ଉଡିଯାଇଥିଲା ୬୦ କୋଟି ଟଙ୍କା । ଏହା ଶୁଣି ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏହା ସତ ।

ଗୋଟିଏ ଦିନରେ ଓଡ଼ିଶାବାସୀ ପିଇଦେଇଥିଲେ ୧୧ ଲକ୍ଷ ଲିଟର ମଦ । OSBC ର ରିପୋର୍ଟ ଅନୁଯାୟୀ ଡିସେମ୍ବରରେ ୩୦ରେ ୯ଟି ସରକାରୀ ଡିପୋରୁ ୧୧ ଲକ୍ଷ ଟଙ୍କାର ମଦ କିଣା ଯାଇଥିଲା । ଯାହାର ମୂଲ୍ୟ ଥିଲା ପ୍ରାୟ ୬୦ କୋଟି ଟଙ୍କା । ୩୧ ତାରିଖ ଦିନ ରବିବାର ଥିବା କାରଣରୁ ସବୁ ଡିପୋ ବନ୍ଦ ରହିଥିଲା ଯାହାଫଳରେ ୩୦ ତାରିଖରେ ବିପୁଳ ପରିମାଣର ମଦ କିଣିନେଇଥିଲେ ରାଜ୍ୟବାସୀ । ଏହି ଦିନ ବ୍ୟବସାୟ ଅଚାନକ ୩ ରୁ ୪ ଗୁଣ ବଢିଯାଇଥିଲା ।

ମଦ ବିକ୍ରିର ପରିମାଣ ସରକାରୀ ତଥ୍ୟଠାରୁ ଖୁବ ଅଧିକ ବୋଲି ସୂଚନା ମିଳିଛି । ଏହି ସମୟରେ ଦେଶୀ ମଦଠାରୁ ବିଦେଶୀ ତଥା IMFL ର ଚାହିଦା ବେଶ ଅଧିକ ରହିଥିଲା । ବିଦେଶୀ ମଦ କିଣିବା କ୍ଷେତ୍ରରେ କଟକ ରାଜଧାନୀ ଭୁବନେଶ୍ୱରକୁ ବି ପଛରେ ପକାଇ ଦେଇଛି । ଓଡ଼ିଶାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ମଦ୍ୟପଙ୍କ ସଂଖ୍ୟା । ପୁରୁଷ ମହିଳା ଉଭୟଙ୍କ କ୍ଷେତ୍ରରେ ମଦ୍ୟପଙ୍କ ସଂଖ୍ୟା ଅନେକ ଗୁଣରେ ବଢ଼ିଛି । ଡିସେମ୍ବର ୩୧ ରବିବାର ଥିବାରୁ ୩୦ ତାରିଖ ଦିନ OSBC ଦ୍ୱାରା ବିକ୍ରି ହୋଇଛି ୧୧ ଲକ୍ଷ ଲିଟର ମଦ ଯାହାର ଦାମ ରହିଛି ୬୦ କୋଟି ୭୩ ଯାହାର ଟଙ୍କା ।

ସାଧାରଣ ଦିନରେ ଦିନକୁ ୨୦ କୋଟି ଟଙ୍କାର ମଦ ବିକ୍ରି ହେଉଥିବା ସମୟରେ ନୂଆ ବର୍ଷରେ ଏହା ପ୍ରାୟ ୩ ଗୁଣ ଅଧିକ ବିକ୍ରି ହୋଇଥିଲା । ଏହି ଦିନ କେବଳ ଭୁବନେଶ୍ୱରରେ ୬୩,୮୯୮ ଲିଟର ମଦ ବିକ୍ରି ହୋଇଥିଲା । ଖୋର୍ଦ୍ଧା, କଟକ ଓ ଯାଜପୁର ସହରରେ ବିକ୍ରି ହୋଇଥିଲା ସର୍ବାଧିକ ମଦ । ତେବେ ସହର ଅପେକ୍ଷା ଗାଁରେ ଲୋକ ଅଧିକ ମଦ୍ୟପାନ କରୁଥିବାର ଦେଖାଯାଇଛି । ବର୍ଷସାରାର ରିପୋର୍ଟ ଅନୁଯାୟୀ ଜାତୀୟ ହାରକୁ ଟପିଯାଇଛି ଓଡ଼ିଶାରେ ମଦ୍ୟପଙ୍କ ସଂଖ୍ୟା । ନୂଆବର୍ଷରେ ମଦ ବିକ୍ରି ତ ସାଧାରଣ କଥା କିନ୍ତୁ ଓଡ଼ିଶାରେ ଗୋଟିଏ ଦିନରେ ଏତେ ପରିମାଣରେ ମଦ ବିକ୍ରି ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.