Below header

ଏବେ ଗ୍ରାମାଞ୍ଚଳରେ ସମସ୍ତଙ୍କୁ ବିଏସକେଓ୍ବାଇ ନବୀନ କାର୍ଡ ଦେବାକୁ ନିଷ୍ପତ୍ତି – କାର୍ତ୍ତିକ ପାଣ୍ଡିୟାନ

ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠା ଟାଣ କରିବା ପାଇଁ କହିଥିଲେ। ଏହି କାର୍ଯ୍ୟକ୍ରମ ବିଭିନ୍ନ ପଂଚାୟତର ଅଭିଯୋଗ ଗ୍ରହଣ କରିଥିଲେ ଓ ସାତ ଦିନ ମଧ୍ୟରେ ଅଭିଯୋଗର ସମାଧାନ କରାଯିବ ବୋଲି କହିଥିଲେ 5t ଅଧକ୍ଷ।

କଟକ ରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଟକର ତଳ ବାଲିଯାତ୍ରା ପଡ଼ିଆରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେବା ପରେ ଉପର ବାଲିଯାତ୍ରା ପଡ଼ିଆ ରେ ଅନୁଷ୍ଠିତ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଫାଇଭ ଟି ଓ ନବୀନ ଓଡିଶା ଅଧକ୍ଷ କାର୍ତ୍ତିକ ପାଣ୍ଡିୟାନ। ଆୟୋଜିତ କାର୍ଯ୍ୟକ୍ରମ ରେ ପଞ୍ଚାୟତ ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ ରେ କଟକ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ବିଜେଡି ନେତୃବୃନ୍ଦ ଙ୍କୁ ଉଦବୋଧନ ଦେଇଥିଲେ ଫାଇଭ ଟି ଓ ନବୀନ ଓଡିଶା ଅଧକ୍ଷ କାର୍ତ୍ତିକ ପାଣ୍ଡିୟାନ। ଏହା ସହ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠା ଟାଣ କରିବା ପାଇଁ କହିଥିଲେ। ଏହି କାର୍ଯ୍ୟକ୍ରମ ବିଭିନ୍ନ ପଂଚାୟତର ଅଭିଯୋଗ ଗ୍ରହଣ କରିଥିଲେ ଓ ସାତ ଦିନ ମଧ୍ୟରେ ଅଭିଯୋଗର ସମାଧାନ କରାଯିବ ବୋଲି କହିଥିଲେ 5t ଅଧକ୍ଷ।

ଏବେ ଗ୍ରାମାଞ୍ଚଳରେ ସମସ୍ତଙ୍କୁ ବିଏସକେଓ୍ବାଇ ନବୀନ କାର୍ଡ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲିଠୁ ଏଥିପାଇଁ ଅନଲାଇନରେ ପଂଜୀକରଣ କରାଯିବ। ପ୍ରତି ପଞ୍ଚାୟତରେ ବାକି ରହିଥିବା ଲୋକଙ୍କୁ ଯୋଜନାରେ ସାମିଲ କରିବାକୁ 5T ଅଧ୍ୟକ୍ଷ ଆହ୍ବାନ ଦେଇଛନ୍ତି। ସହରାଞ୍ଚଳର ଲୋକ ପରବର୍ତ୍ତୀ ପର୍ଯ୍ୟାୟରେ ବିଏସକେଓ୍ବାଇ ନବୀନ କାର୍ଡ ପାଇବେ। ପ୍ରତି ପଞ୍ଚାୟତକୁ ଲକ୍ଷ୍ମୀ ଯୋଜନାରେ ସରକାରୀ ବସ ଗଡିବ। କଟକରେ ଫେବ୍ରୁଆରୀ ଶେଷ ସୁଦ୍ଧା ଯୋଜନାର ଶୁଭାରମ୍ଭ କରାଯିବବୋଲି କହିଥିଲେ 5t ଅଧକ୍ଷ।

ସେହିପରି  କଟକ ବାଲିଯାତ୍ରା ତଳ ପଡିଆ ରେ କଟକ ଜିଲ୍ଲା ର 140ଟି କଲେଜ କୁ ନେଇ ରାଜ୍ୟ ସରକାର ଙ୍କ ନୂଆ ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।।ଏହି କାର୍ଯ୍ୟକ୍ରମ ରେ  କଲେଜ ମାନଙ୍କରୁ 18ହଜାର ରୁ ଉର୍ଦ୍ଧ ବିଦ୍ୟାର୍ଥୀ ଯୋଗ ଦେଇଛନ୍ତି।ଆନୁଷ୍ଠାନିକ ଭାବରେ କଟକ ଜିଲ୍ଲାପାଳ ନରହରି ସେଠି ଏହି ଏକ ଦିବସୀୟ କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ।ନାଚ ଗୀତ ମାଧ୍ୟମ ରେ ଏଠା ରେ ସମସ୍ତ ଙ୍କ ମନୋରଞ୍ଜନ କରାଯାଇଥିଲା।। 5 ଟି ଅଧକ୍ଷ ଏହି କାର୍ଯ୍ୟକ୍ରମ ରେ ପହଂଚି ବିଦ୍ୟାର୍ଥୀ ଙ୍କୁ ତାଙ୍କ ସୁନେଲି ଭବିଷ୍ୟତ ପାଇଁ ମାର୍ଗ ଦର୍ଶନ କରାଇବା ସହ ଉତ୍ସାହିତ କରିଥିଲ। 5 ଟି ଅଧକ୍ଷ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ।

ଛାତ୍ର ଜୀବନ ହେଉଛି ଜୀବନର ମୁଖ୍ୟ ସମୟ।ଏହି ସମୟରେ ନିଜ ଭିତରେ ଥିବା ପ୍ରତିଭା କୁ ବିକଶିତ କରିବାକୁ ପଡିବ। ସେଥି ଲାଗି ମୁଖ୍ୟମନ୍ତ୍ରୀ ଏ ନୂଆ ଓ କାର୍ଯ୍ୟକ୍ରମ ଆରଂଭ କରିଛନ୍ତି। ଜୀବନରେ ସଫଳତା ପାଇବା ହେଲେ ନିଜ ଭିତରେ ଆତ୍ମବିଶ୍ବାସ ରଖିବା ଦରକାର। ପ୍ରତିଯୋଗିତା ର ସମ୍ମୁଖୀନ ହେବା ଦରକାର । ନୂଆ ଓ ରେ ବିଭିନ୍ନ କାର୍ଯ୍ୟକ୍ରମ ସହ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ପ୍ରତି  ବର୍ଷ ଏଭଳି କାର୍ଯ୍ୟକ୍ରମ କରାଯିବ।

ଆତ୍ମବିଶ୍ବାସ ଦୃଢ ରହିଲେ ପରୀକ୍ଷା ଓ ଇଣ୍ଟେର୍ଭୁ ରେ ଭଲ କରି ପାରିବା। ମୁଖ୍ୟମନ୍ତ୍ରୀ କଟକ ଜିଲା ର ସମସ୍ତ ସ୍କୁଲ କୁ 5t ରେ ସାମିଲ କରିଛନ୍ତି। ଛାତ୍ର ଛାତ୍ରୀ ମାନେ ସ୍ମାର୍ଟ କ୍ଲାସ ରୁମ ରେ କ୍ଲାସ କରିବେ। ଇ ଲାଇବ୍ରେରୀ ର ବ୍ୟବସ୍ତା କରାଯାଇଛି ସ୍କୁଲ ମାନଙ୍କ ରେ।ଛାତ୍ର ଛାତ୍ରୀ ମାନେ ପ୍ରତ୍ୟେକ ଦିନ ଅଧଘଣ୍ଟା ବ୍ୟାୟାମ କରିବା ଦରକାର।ଶାରିରୀକ ସହିତ ମାନସିକ ଶାନ୍ତି ପାଇଁ , ଅଧ ଘଣ୍ଟା ଧ୍ୟାନ କରିବା ଦରକାର।ମେଡିଟେସନ କରିବା ଦ୍ୱାରା କ୍ରିଏଟିଭିଟି ବଢିବ, ସ୍ମରଣ ଶକ୍ତି ବଢିବ ।ଜୀବନରେ କଠିନ ପରିଶ୍ରମ ନିହାତି କରିବା ଦରକାର। ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ସଚିନ ତେନ୍ଦୁଲକର ଓ ଶାହାରୁଖ ଖାଁ ଙ୍କ ଜୀବନିର ଉଦାହରଣ ଦେଇଥିଲେ 5t ଅଧକ୍ଷ।ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀମାନେ ବେଶ ଉତ୍ସାହିତ ଥିଲେ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.