କୋଲକାତାର ପ୍ରସିଦ୍ଧ ‘ଇଣ୍ଡିଆନ ମ୍ୟୁଜିୟମ୍‌’କୁ ବୋମା ଧମକ, ଛାନ୍‌ଭିନ ଜାରି

୨୦୦ ବର୍ଷ ପୁରୁଣା କୋଲକାତାର ପ୍ରସିଦ୍ଧ ‘ଇଣ୍ଡିଆନ ମ୍ୟୁଜିୟମ୍‌’କୁ ମିଳିଛି ବୋମା ଧମକ। ମ୍ୟୁଜିୟମ୍‌ର ଅଧିକାରୀମାନଙ୍କୁ ଏକ ଧମକପୂର୍ଣ୍ଣ ଇମେଲ୍‌ ମିଳିଛି, ଯେଉଁଥିରେ ଜାନୁୟାରୀ ୨୬ ପୂର୍ବରୁ ମ୍ୟୁଜିୟମ୍‌କୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି।

୨୦୦ ବର୍ଷ ପୁରୁଣା କୋଲକାତାର ପ୍ରସିଦ୍ଧ ‘ଇଣ୍ଡିଆନ ମ୍ୟୁଜିୟମ୍‌’କୁ ମିଳିଛି ବୋମା ଧମକ। ମ୍ୟୁଜିୟମ୍‌ର ଅଧିକାରୀମାନଙ୍କୁ ଆଜି ଏକ ଧମକପୂର୍ଣ୍ଣ ଇମେଲ୍‌ ମିଳିଛି, ଯେଉଁଥିରେ ଜାନୁୟାରୀ ୨୬ ପୂର୍ବରୁ ମ୍ୟୁଜିୟମ୍‌କୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଏହି ଧମକପୂର୍ଣ୍ଣ ମେଲ୍‌ ଆସିବା ପରେ କୋଲକାତା ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚରେ ଲାଗିପଡ଼ିଛନ୍ତି।

ସେପଟେ ମ୍ୟୁଜିୟମ୍‌ ପରିସରରେ ଛାନଭିନ ଚାଲିଥିବାରୁ କିଛି ଘଣ୍ଟା ପାଇଁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ରୋକ୍‌ ଲଗାଇ ଦିଆଯାଇଛି। ପୋଲିସ ସୂଚନା ଅନୁସାରେ, ‘ଟେରୋରିଷ୍ଟ୍‍ସ ୧୧୧’ ନାମକ ଗ୍ରୁପ୍‌ କୋଲକାତା ପୋଲିସକୁ ମେଲ୍‌ ପଠାଇଛି। ଏହି ଧମକପୂର୍ଣ୍ଣ ମେଲ୍‌ରେ କୁହାଯାଇଛି ଯେ କୋଲକାତାସ୍ଥିତ ଇଣ୍ଡିଆନ ମ୍ୟୁଜିୟମ୍‌କୁ ବୋମାରେ ଉଡ଼ାଇ ଦେବାକୁ ଯୋଜନା ରହିଛି।

ମ୍ୟୁଜିୟମ୍‌ ଭିତରେ ବୋମା ରଖାଯିବାର ଧମକ ମିଳିବା ପରେ ପୋଲିସ ସକ୍ରିୟ ହୋଇଉଠିଛି। ବୋମା ସ୍କାଡ୍‌ ଟିମ୍‌, ସନ୍ଧାନୀ କୁକୁର, Quick response team (QRT) ସହ ପୋଲିସ ପହଞ୍ଚି ମ୍ୟୁଜିୟମ୍‌ ପରିସର ଯାଞ୍ଚ କରୁଛି। ଏହା ସହିତ ପୋଲିସର ସାଇବର ଶାଖା ମଧ୍ୟ ଇମେଲ୍‌ ଠିକଣାକୁ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଦେଇଛି। କହି ରଖୁଛୁ, ଇଣ୍ଡିଆନ୍‌ ମ୍ୟୁଜିୟମ୍‌ ୧୮୧୪ ମସିହାରେ ସ୍ଥାପିତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.