ଟେକ୍

ବହୁତ ଜଲଦି ଗ୍ରାହକଙ୍କ ହାତରେ ଥିବ ଦମଦାର ସ୍ମାର୍ଟଫୋନ Samsung Galaxy A21s, ବଢ଼ିଆ ବ୍ୟାଟେରୀ ସହିତ ପାଇବେ ୪୮ ରିୟର କ୍ୟାମେରା

ସାଉଥ୍‌ କୋରିଆର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାମସଙ୍ଗ୍‌ ଭାରତୀୟ ବଜାରରେ ଗାଲାକ୍ସୀ ସିରିଜର ନୂଆ ସ୍ମାର୍ଟଫୋନକୁ ଲଞ୍ଚ କରିବ। ଏକ ରିପୋର୍ଟ ଅନୁଯାୟୀ କମ୍ପାନୀ ଆସନ୍ତା ସପ୍ତାହରେ Samsung Galaxy A21s ସ୍ମାର୍ଟଫୋନକୁ ଲଞ୍ଚ କରିବ। କମ୍‌ ଦାମ ହୋଇଥିବା ସହ ଫୋନରେ ଜବରଦସ୍ତ ଫିଚର୍ସ ସାମିଲ କରାଯାଇଛି। ପାଓ୍ଵାରଫୁଲ ବ୍ୟାଟେରୀ ଏବଂ ୪୮ ମେଗାପିକ୍ସେଲ କ୍ୱାଡ କ୍ୟାମେରା ସେଟଅପ ହେବ। ଏହି ଫୋନକୁ ଆପଣ ଅନଲାଇନ ଏବଂ ଅଫଲାଇନ ଉଭୟ ଷ୍ଟୋରରୁ କିଣିପାରିବେ। ଯଦି ଏହି ଦମଦାର ଫୋନର ଦାମ ବିଷୟରେ କହିବା ତ ଏହାର ଦାମ ୧୫,୦୦୦-୨୦,୦୦୦ ଟଙ୍କା ରେଞ୍ଜରେ ରଖାଯାଇଛି।

Samsung Galaxy A21s ସ୍ପେସିଫିକେସନ

ଏହି ଫୋନ ଦେଖିବାକୁ ଏହି ସିରିଜର ପୂର୍ବ ସ୍ମାର୍ଟଫୋନ Galaxy A21 ସହିତ ମେଳ ଖାଉଛି। ଏହି ଫୋନ 2.0GHzରେ କ୍ଲକ କରାଯାଇଥିବା ଆକ୍ଟୋକର ଚିପସେଟ ସହିତ ଆସିଥାଏ। ଫୋନରେ ୬.୫ ଇଞ୍ଚର ଇନଫିନିଟି- ଡିସପ୍ଲେ ଏବଂ ୫,୦୦୦ ମାହ ପାଓ୍ଵାରଫୁଲ ବ୍ୟାଟେରୀକୁ ସାମିଲ କରାଯାଇଛି। ଏହି ଲାଟେଷ୍ଟ ସାମସଙ୍ଗ ଫୋନରେ Android 10ବେସଡ୍‌ OneUI Core ଦିଆଯାଇଛି।

ଏହି ଦୁଇଟି ଷ୍ଟୋରେଜ ଭେରିୟଣ୍ଟରେ ଲଞ୍ଜ କରାଯାଇଛି। ବେସ ଭେରିୟଣ୍ଟରେ ୪GB ରାମ ଏବଂ ୬୪GB ଷ୍ଟୋରେଜ ଦ୍ୱିତୀୟ ଭେରିୟଣ୍ଟରେ ୬GB ରାମ ଏବଂ ୬୪GB ଷ୍ଟୋରେଜର ସୁବିଧା ହେବ। ମାଇକ୍ରୋଏସଡି କାର୍ଡର ସହାୟତାରେ ଏହାର ମେମୋରୀକୁ 512 GB ପଯ୍ୟର୍ନ୍ତ ବଢ଼ାଇହେବ। ଗ୍ରାହକ ଏହି ଫୋନକୁ ତିନୋଟି କଲର ଯଥା ହ୍ଵାଇଟ, ବ୍ଲାକ ଏବଂ ବ୍ଲୁରେ କିଣିପାରିବେ। କନେକ୍ଟିଭିଟୀ ପାଇଁ ଓ୍ଵାଇ-ଫାଇ, ବ୍ଲୁଟୁଥ୍‌  v5.00 ଏବଂ NFC ସାମିଲ ରହିଛି।

ଫୋନରେ ରହିଛି ଜବରଦସ୍ତ କ୍ୟାମେରା

ସାମସଙ୍ଗ ଗାଲାକ୍ସୀ A21s କ୍ୟାମେରା ବିଷୟରେ କହିଲେ ଏହି ଫୋନ କ୍ୱାଡ ରିୟର କ୍ୟାମେରା ସେଟଅପ୍‌ ଦିଆଯାଇଛି। ସର୍ବପ୍ରଥମେ ପ୍ରାଇମେରୀ କ୍ୟାମେରା ସେଟଅପ ଉପରେ ନଜର ପକାଇବା ତ ଏଥିରେ ୪୮ ମେଗାପିକ୍ସେଲର ମେନ କ୍ୟାମେରା ସେନସନର, ୮ ମେଗାପିକ୍ସେଲର ଅଲଟ୍ରା ଓ୍ଵାଇଡ୍‌ ସେନସର, ୨ ମେଗାପିକ୍ସେଲର ମାଇକ୍ରୋ ସେନସର ଦିଆଯାଇଛି। ସେଲଫି ପାଇଁ ଫୋନର ଫ୍ରଣ୍ଟ କ୍ୟାମେରା ୧୩ ମେଗାପିକ୍ସେଲର ପଞ୍ଚ ହୋଲ ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଅର୍ଥାତ ଗ୍ରାହକଙ୍କୁ ମିଡ-ରେଞ୍ଜ ଫୋନରେ ମୋଟ ୫ କ୍ୟାମେରା ଦିଆଯାଇଛି। ଫୋନର ସେନସରରେ ଫିଙ୍ଗରପ୍ରିଣ୍ଟ ସେନସର ମଧ୍ୟ ସାମିଲ କରାଯାଇଛି।

ଦେଶରେ ଲକଡାଉନ କୋହଳ ପରେ ଅନେକ ଫୋନ ମିଡ-ରେଞ୍ଜ ସେଗମେଣ୍ଟରେ ଆସୁଛି। ଯଦି ୧୫,୦୦୦ ରୁ ୨୦,୦୦୦ ଟଙ୍କା ବଜେଟ ଭିତରେ ଥିବା ଫୋନ ବିଷୟରେ କହିବା ତ Samsung Galaxy A21s ମାର୍କେଟରେ ଏହାର ଟକ୍କର Realme 6 ସିରିଜ, Redmi Note 9 ସିରିଜ ଏବଂ ପୋକୋ X2 ସହିତ ହେବ।

Pritiparna

Recent Posts

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

3 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

11 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

29 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

31 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

1 hour ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago