ବହୁତ ଜଲଦି ଗ୍ରାହକଙ୍କ ହାତରେ ଥିବ ଦମଦାର ସ୍ମାର୍ଟଫୋନ Samsung Galaxy A21s, ବଢ଼ିଆ ବ୍ୟାଟେରୀ ସହିତ ପାଇବେ ୪୮ ରିୟର କ୍ୟାମେରା

ସାଉଥ୍‌ କୋରିଆର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାମସଙ୍ଗ୍‌ ଭାରତୀୟ ବଜାରରେ ଗାଲାକ୍ସୀ ସିରିଜର ନୂଆ ସ୍ମାର୍ଟଫୋନକୁ ଲଞ୍ଚ କରିବ। ଏକ ରିପୋର୍ଟ ଅନୁଯାୟୀ କମ୍ପାନୀ ଆସନ୍ତା ସପ୍ତାହରେ Samsung Galaxy A21s ସ୍ମାର୍ଟଫୋନକୁ ଲଞ୍ଚ କରିବ। କମ୍‌ ଦାମ ହୋଇଥିବା ସହ ଫୋନରେ ଜବରଦସ୍ତ ଫିଚର୍ସ ସାମିଲ କରାଯାଇଛି। ପାଓ୍ଵାରଫୁଲ ବ୍ୟାଟେରୀ ଏବଂ ୪୮ ମେଗାପିକ୍ସେଲ କ୍ୱାଡ କ୍ୟାମେରା ସେଟଅପ ହେବ। ଏହି ଫୋନକୁ ଆପଣ ଅନଲାଇନ ଏବଂ ଅଫଲାଇନ ଉଭୟ ଷ୍ଟୋରରୁ କିଣିପାରିବେ। ଯଦି ଏହି ଦମଦାର ଫୋନର ଦାମ ବିଷୟରେ କହିବା ତ ଏହାର ଦାମ ୧୫,୦୦୦-୨୦,୦୦୦ ଟଙ୍କା ରେଞ୍ଜରେ ରଖାଯାଇଛି।

Samsung Galaxy A21s ସ୍ପେସିଫିକେସନ

samsungଏହି ଫୋନ ଦେଖିବାକୁ ଏହି ସିରିଜର ପୂର୍ବ ସ୍ମାର୍ଟଫୋନ Galaxy A21 ସହିତ ମେଳ ଖାଉଛି। ଏହି ଫୋନ 2.0GHzରେ କ୍ଲକ କରାଯାଇଥିବା ଆକ୍ଟୋକର ଚିପସେଟ ସହିତ ଆସିଥାଏ। ଫୋନରେ ୬.୫ ଇଞ୍ଚର ଇନଫିନିଟି- ଡିସପ୍ଲେ ଏବଂ ୫,୦୦୦ ମାହ ପାଓ୍ଵାରଫୁଲ ବ୍ୟାଟେରୀକୁ ସାମିଲ କରାଯାଇଛି। ଏହି ଲାଟେଷ୍ଟ ସାମସଙ୍ଗ ଫୋନରେ Android 10ବେସଡ୍‌ OneUI Core ଦିଆଯାଇଛି।

ଏହି ଦୁଇଟି ଷ୍ଟୋରେଜ ଭେରିୟଣ୍ଟରେ ଲଞ୍ଜ କରାଯାଇଛି। ବେସ ଭେରିୟଣ୍ଟରେ ୪GB ରାମ ଏବଂ ୬୪GB ଷ୍ଟୋରେଜ ଦ୍ୱିତୀୟ ଭେରିୟଣ୍ଟରେ ୬GB ରାମ ଏବଂ ୬୪GB ଷ୍ଟୋରେଜର ସୁବିଧା ହେବ। ମାଇକ୍ରୋଏସଡି କାର୍ଡର ସହାୟତାରେ ଏହାର ମେମୋରୀକୁ 512 GB ପଯ୍ୟର୍ନ୍ତ ବଢ଼ାଇହେବ। ଗ୍ରାହକ ଏହି ଫୋନକୁ ତିନୋଟି କଲର ଯଥା ହ୍ଵାଇଟ, ବ୍ଲାକ ଏବଂ ବ୍ଲୁରେ କିଣିପାରିବେ। କନେକ୍ଟିଭିଟୀ ପାଇଁ ଓ୍ଵାଇ-ଫାଇ, ବ୍ଲୁଟୁଥ୍‌  v5.00 ଏବଂ NFC ସାମିଲ ରହିଛି।

ଫୋନରେ ରହିଛି ଜବରଦସ୍ତ କ୍ୟାମେରା

galaxyସାମସଙ୍ଗ ଗାଲାକ୍ସୀ A21s କ୍ୟାମେରା ବିଷୟରେ କହିଲେ ଏହି ଫୋନ କ୍ୱାଡ ରିୟର କ୍ୟାମେରା ସେଟଅପ୍‌ ଦିଆଯାଇଛି। ସର୍ବପ୍ରଥମେ ପ୍ରାଇମେରୀ କ୍ୟାମେରା ସେଟଅପ ଉପରେ ନଜର ପକାଇବା ତ ଏଥିରେ ୪୮ ମେଗାପିକ୍ସେଲର ମେନ କ୍ୟାମେରା ସେନସନର, ୮ ମେଗାପିକ୍ସେଲର ଅଲଟ୍ରା ଓ୍ଵାଇଡ୍‌ ସେନସର, ୨ ମେଗାପିକ୍ସେଲର ମାଇକ୍ରୋ ସେନସର ଦିଆଯାଇଛି। ସେଲଫି ପାଇଁ ଫୋନର ଫ୍ରଣ୍ଟ କ୍ୟାମେରା ୧୩ ମେଗାପିକ୍ସେଲର ପଞ୍ଚ ହୋଲ ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଅର୍ଥାତ ଗ୍ରାହକଙ୍କୁ ମିଡ-ରେଞ୍ଜ ଫୋନରେ ମୋଟ ୫ କ୍ୟାମେରା ଦିଆଯାଇଛି। ଫୋନର ସେନସରରେ ଫିଙ୍ଗରପ୍ରିଣ୍ଟ ସେନସର ମଧ୍ୟ ସାମିଲ କରାଯାଇଛି।

ଦେଶରେ ଲକଡାଉନ କୋହଳ ପରେ ଅନେକ ଫୋନ ମିଡ-ରେଞ୍ଜ ସେଗମେଣ୍ଟରେ ଆସୁଛି। ଯଦି ୧୫,୦୦୦ ରୁ ୨୦,୦୦୦ ଟଙ୍କା ବଜେଟ ଭିତରେ ଥିବା ଫୋନ ବିଷୟରେ କହିବା ତ Samsung Galaxy A21s ମାର୍କେଟରେ ଏହାର ଟକ୍କର Realme 6 ସିରିଜ, Redmi Note 9 ସିରିଜ ଏବଂ ପୋକୋ X2 ସହିତ ହେବ।

Leave A Reply

Your email address will not be published.