ଟେକ୍

ଦୂର ହେବ ଚାର୍ଜିଂ ଟେନସନ୍‌, ୧୬ ହଜାର ଟଙ୍କାରେ ସାମସଙ୍ଗ୍‌ ଲଞ୍ଚ କଲା ଏହି ଦମଦାର ଫୋନ

ଯଦି ଆପଣ 8GB RAMର ଏକ ସୁନ୍ଦର ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି, ତେବେ ସାମସଙ୍ଗ୍‌ ଆପଣଙ୍କ ପାଇଁ ଏକ ନୂଆ ମଡେଲ୍ ଆଣିଛି । ଏହାର ଦାମ୍‌ ମଧ୍ୟ ଅଧିକ ନୁହେଁ, ଏବଂ ଆପଣ ଏହି ଫୋନରେ ୮GB + ୧୨୮ GB ଷ୍ଟୋରେଜ୍ ର ଲାଭ ପାଇବେ । ସାଉଥ୍‌ କୋରିଆନ୍‌ ଫୋନ୍ କମ୍ପାନୀ ଲୋକପ୍ରିୟ ହ୍ୟାଣ୍ଡସେଟ୍ Samsung Galaxy F15ର ୮ GB + ୧୨୮ GB ଭର୍ସନ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନର ଦାମ୍‌ ମାତ୍ର ୧୫,୯୯୯ ଟଙ୍କା ରହିଛି । ଏହି ବଜେଟରେ ଆପଣ ଭଲ ଷ୍ଟୋରେଜ୍ ସହିତ ୬,୦୦୦mAh ବ୍ୟାଟେରୀ ଏବଂ sAMOLED ଡିସପ୍ଲେ ଭଳି ଫିଚରର ଲାଭ ପାଇବେ ।

ଚଳିତ ବର୍ଷ ମାର୍ଚ୍ଚ ମାସରେ ସାମସଙ୍ଗ Samsung Galaxy F15 ଲଞ୍ଚ କରିଥିଲା । ଏଥିରେ ଅକ୍ଟା-କୋର ମିଡିଆଟେକ ଡାଇମେନ୍ସନ୍ ଚିପସେଟର ସପୋର୍ଟ ଅଛି । ଆରମ୍ଭରେ ଏହା ୪ GB + ୧୨୮ GB ଏବଂ ୬ GB + ୧୨୮ GB ଷ୍ଟୋରେଜ୍ ଅପ୍ସନ ସହିତ ଲଞ୍ଚ ହୋଇଥିଲା । କିନ୍ତୁ ବର୍ତ୍ତମାନ କମ୍ପାନୀ ପୂର୍ବ ଅପେକ୍ଷା ଭଲ ଷ୍ଟୋରେଜ୍ ସହିତ ଏହି ହ୍ୟାଣ୍ଡସେଟ୍ ଲଞ୍ଚ କରିଛି ।

Samsung Galaxy F15 ସ୍ପେସିଫିକେସନ୍‌ :
Samsung Galaxy F15 ଏକ ଦମଦାର 5G ସ୍ମାର୍ଟଫୋନ୍ । ୨୦,୦୦୦ ଟଙ୍କାରୁ ବି କମ୍ ଦାମରେ ଆପଣ ଏହି ଫୋନରେ ଭଲ ଭଲ ଫିଚର ପାଇପାରିବେ ।
ଡିସପ୍ଲେ : ଏହି ସ୍ମାର୍ଟଫୋନ୍ ୯୦ Hz ରିଫ୍ରେସ୍‌ ରେଟ୍‌ ଏବଂ ୬.୫ ଇଞ୍ଚର ଫୁଲ୍ HD + ସୁପର AMOLED ଡିସପ୍ଲେ ସହିତ ଆସିଥାଏ ।

ଷ୍ଟୋରେଜ୍: ସାମସଙ୍ଗ ଏହି ଫୋନକୁ ୮GB + ୧୨୮GB ଷ୍ଟୋରେଜ୍ ଭାରିଆଣ୍ଟରେ ଲଞ୍ଚ କରିଛି । ଏହାପୂର୍ବରୁ ଏହି ଫୋନ୍ ୪ GB + ୧୨୮GB ଏବଂ ୬ GB + ୧୨୮ GB ଷ୍ଟୋରେଜ୍ ସହିତ ଲଞ୍ଚ କରାଯାଇଥିଲା । ବର୍ତ୍ତମାନ ଏଥିରେ ଅଧିକ ଷ୍ଟୋରେଜ୍ ଆଡ୍‌ କରାଯାଇଛି ।

କ୍ୟାମେରା: ଫଟୋଗ୍ରାଫି ପାଇଁ ସାମସଙ୍ଗର ନୂଆ ଫୋନରେ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ରଖିଛି । ଏଥିରେ ୫୦ MP ମେନ୍‌ କ୍ୟାମେରା, ୫ MP ଅଲଟ୍ରାୱାଇଡ୍ କ୍ୟାମେରା ଏବଂ ୨ MP ମାକ୍ରୋ କ୍ୟାମେରା ସାମିଲ ଅଛି । ଏହା ବ୍ୟତୀତ ୧୩ MP ସେଲଫି କ୍ୟାମେରା ମଧ୍ୟ ଅଛି ।

ବ୍ୟାଟେରୀ: ୧୫,୯୯୯ ଟଙ୍କା ଦାମର ଏହି ସ୍ମାର୍ଟଫୋନରେ, ଆପଣ ୬,୦୦୦mAh ର ଏକ ପାଓ୍ଵାରଫୁଲ୍‌ ବ୍ୟାଟେରୀ ପାଇବେ । ଆପଣ ଏହାକୁ ୨୫ W ଫାଷ୍ଟ ଚାର୍ଜିଂ ଦ୍ୱାରା ଚାର୍ଜ କରିପାରିବେ । ଆପଣ ଏହାକୁ ଇ-କମର୍ସ ସାଇଟ୍‌ ପ୍ଲାଟଫର୍ମ ଫ୍ଲିପକାର୍ଟ ଏବଂ ସାମସଙ୍ଗ୍‌ ଇଣ୍ଡିଆର ଅଫିସିଆଲ୍‌ ୱେବସାଇଟରୁ କିଣିପାରିବେ । ଏହି ଫୋନରେ ଆପଣ ବ୍ୟାଙ୍କ ଅଫରର ମଧ୍ୟ ଲାଭ ଉଠାଇ ପାରିବେ ।

 

Subhalaxmi Das

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

30 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

32 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

35 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

42 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

57 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

2 hours ago