ଟେକ୍

ଖୁବଶୀଘ୍ର ସାମସଙ୍ଗ୍‌ ଲଞ୍ଚ କରିବ ଏକ ସୁନ୍ଦର ସ୍ମାର୍ଟଫୋନ, ସେଲଫି ଲଭର୍ସଙ୍କ ପାଇଁ ବଢ଼ିଆ ସୁଯୋଗ

ସାମସଙ୍ଗ୍‌ ନିଜ ୟୁଜର୍ସଙ୍କ ପାଇଁ ଏକ ଖାସ ଫୋନ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି । ଏହି ଫୋନରେ ସୁନ୍ଦର ଡିଜାଇନ୍‌ ସହିତ ଦମଦାର ଫ୍ରଣ୍ଟ କ୍ୟାମେରା ଫିଚର ଦିଆଯାଇଛି । ସାମସଙ୍ଗ ଖୁବଶୀଘ୍ର Samsung Galaxy F55 5G ଭାରତରେ ଲଞ୍ଚ କରିବ। ଏହି ଫୋନକୁ ଗୁଗଲ ପ୍ଲେ କନସୋଲ୍ ଡାଟାବେସରେ ଦେଖାଯାଇଛି, ଏହି କାରଣରୁ କମ୍ପାନୀ ଶୀଘ୍ର ଏହି ଫୋନ୍ ଲଞ୍ଚ କରିପାରେ ବୋଲି ଆଶା କରାଯାଉଛି ।
ଭାରତ ତଥା ଗ୍ଲୋବାଲ ମାର୍କେଟରେ ନିକଟରେ ଲଞ୍ଚ ହୋଇଥିବା ଫୋନ୍ Samsung Galaxy M55 5G ର ରିବ୍ରାଣ୍ଡେଡ୍‌ ଭର୍ସନ ହେବ Samsung Galaxy F55 5G । ସାମସଙ୍ଗର ଅପକମିଂ F ସିରିଜ୍ ଫୋନରେ ପ୍ରୋସେସର୍ ପାଇଁ କ୍ୱାଲକମ୍ ଚିପସେଟ୍ ବ୍ୟବହାର କରାଯିବ । ତେବେ ଏହି ଫୋନରେ ଦିଆଯାଇଥିବା ଫିଚର ବିଷୟରେ ଆସନ୍ତୁ ଜାଣିବା ।

ଡିସପ୍ଲେ : ଫୋନରେ ୬.୭ ଇଞ୍ଚର ସୁପର AMOLED ଡିସପ୍ଲେ ଦିଆଯାଇଛି । ଏହା ସହିତ ଏଥିରେ ୧୨୦Hz ରିଫ୍ରେସ୍‌ ରେଟ୍‌, ୧୦୦୦ ନିଟ୍ସର ପିକ୍‌ ବ୍ରାଇଟନେସ୍‌ ରହିବ ବୋଲି କୁହାଯାଉଛି ।

ପ୍ରୋସେସର୍‌ : ଏହି ଫୋନରେ ପ୍ରୋସେସର ପାଇଁ ସ୍ନାପଡ୍ରାଗନ୍ ୭ ଜେନ ୧ ଚିପସେଟ ବ୍ୟବହାର କରାଯିବ ବୋଲି କୁହାଯାଉଛି ।

RAM ଏବଂ ଷ୍ଟୋରେଜ୍: ଏହି ଫୋନରେ ୮ GB RAM ଏବଂ ୨୫୬ GB ଷ୍ଟୋରେଜ୍ ରହିବ ବୋଲି ଆଶା କରାଯାଉଛି ।

ରିୟର କ୍ୟାମେରା: ଏହି ଫୋନର ରିୟର ସାଇଡରେ ଏକ ଏଲଇଡି ଫ୍ଲାସ୍ ଲାଇଟ୍ ସହିତ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ରହିପାରେ । ସେଟଅପ୍ ର ମେନ୍‌ କ୍ୟାମେରା ୫୦MP ରହିବ, ୮ MP ଅଲ୍ଟ୍ରା ୱାଇଡ୍ ଆଙ୍ଗଲ୍ ଲେନ୍ସର ସେକେଣ୍ଡାରୀ କ୍ୟାମେରା ଏବଂ ୨ MP ମାକ୍ରୋ ସେନ୍ସର ସହିତ ଥାର୍ଡ କ୍ୟାମେରା ରହିବ ବୋଲି କୁହାଯାଉଛି ।

ଫ୍ରଣ୍ଟ କ୍ୟାମେରା: ଏହି ଫୋନରେ ସେଲଫି ଏବଂ ଭିଡିଓ କଲିଂ ପାଇଁ ସାମସଙ୍ଗ ଏକ ବଢ଼ିଆ କ୍ୟାମେରା ଦେବ । ୫୦MPର ଫ୍ରଣ୍ଟ କ୍ୟାମେରା ରହିବ ବୋଲି ଆଶା କରାଯାଉଛି , ଯାହା ଅନେକ ଖାସ୍‌ ଫିଚର ସହିତ ଆସିବ ।

ବ୍ୟାଟେରୀ: ଏହି ଫୋନରେ ୫୦୦୦mAh ବ୍ୟାଟେରୀ ଏବଂ ୪୫ W ଫାଷ୍ଟ ଚାର୍ଜିଂ ସପୋର୍ଟ ଯୋଗାଇ ଦିଆଯିବ ବୋଲି କୁହାଯାଉଛି ।

Subhalaxmi Das

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

22 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

31 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

43 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

50 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

52 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago