ଟେକ୍

ଏବେ ସମସ୍ତ ସ୍ୱପ୍ନ ହେବ ଆପଣଙ୍କ ହାତରେ, ବୈଜ୍ଞାନିକମାନେ ତିଆରି କଲେ ଡ୍ରିମ୍‌ ହ୍ୟାକ୍‌ କରିବା ଡିଭାଇସ୍‌

ସମସ୍ତେ ସ୍ୱପ୍ନ ଦେଖନ୍ତି, କିନ୍ତୁ ଏହା ଉପରେ କାହାର ବି ନିୟନ୍ତ୍ରଣ ନଥାଏ। ଯେତେ ଭଲ ସ୍ୱପ୍ନ ଦେଖିଥିଲେ ବି ଥରେ ନିଦ ଭାଙ୍ଗିବା ପରେ ଆପଣ ଚାହିଁକି ବି ଏହି ସ୍ୱପ୍ନ ପୁଣିଥରେ ଦେଖିପାରିବେ ନାହିଁ। କିନ୍ତୁ ଏବେ ଏହା ସମ୍ଭବ ହୋଇପାରିବ। ବୈଜ୍ଞାନିକମାନେ ଏକ ଏଭଳି ଡିଭାଇସ୍‌ ବାହାର କରିଛନ୍ତି, ଯାହା ସାହାଯ୍ୟରେ ଆପଣ ଭବିଷ୍ୟତରେ ନିଜ ସ୍ୱପ୍ନକୁ କଣ୍ଟ୍ରୋଲ କରିପାରିବେ। ଏବେ କେବଳ ହାତରେ ଏକ ଛୋଟ ଡିଭାଇସ୍‌ ପିନ୍ଧି ଆପଣ ନିଜ ସ୍ୱପ୍ନକୁ ହ୍ୟାକ୍‌ କରିପାରିବେ। ଅର୍ଥାତ୍‌ ଆପଣ ନିଜ ଭଲ ସ୍ୱପ୍ନକୁ ଅଧିକ ସମୟ ପର୍ଯ୍ୟନ୍ତ ଦେଖିପାରିବେ ଓ ଖରାପ ସ୍ୱପ୍ନକୁ ହଟାଇପାରିବେ।

ଆମେରିକାର ବୈଜ୍ଞାନିକ ଏକ ଏଭଳି ଡିଭାଇସ୍‌ ତିଆରି କରିଛନ୍ତି। ମେସାଚ୍ୟୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(MIT)ର ବୈଜ୍ଞାନିକମାନେ ଏବେ ସ୍ପପ୍ନକୁ ହ୍ୟାକ୍‌ କରିବା ଉପରେ କାମ କରୁଛନ୍ତି। MITର ଡ୍ରିମ୍‌ ଲ୍ୟାବ୍‌ରେ ଏହି ଡିଭାଇସ୍‌ ତିଆରି କରାଯାଉଛି। ଯାହା ସାହାଯ୍ୟରେ ଆପଣ ନିଜ ସ୍ୱପ୍ନକୁ ହ୍ୟାକ୍‌ କରିପାରିବେ। ଏହାକୁ ବଦଳାଇପାରିବେ ଓ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିପାରିବେ। ଅର୍ଥାତ୍‌ ଆପଣ ନିଜର ସ୍ୱପ୍ନର ମାଲିକ ହେବେ।

ଏହି ଡିଭାଇସ୍‌ର ନାଁ ରହିଛି ଡୋରିମୋ। ଏହାକୁ ଗ୍ଲୋବସ୍‌ ଭଳି ଆପଣ ହାତରେ ପିନ୍ଧିପାରିବେ। ଏଥିରେ ଏକାଧିକ ସେନ୍ସର ଲାଗିଛି। ଡୋରିମୋ ଶୋଇଥିବା ବେଳେ ବ୍ୟକ୍ତିର ସ୍ଥିତିର ଯାଞ୍ଚ କରିଥାଏ। ଏହି ଡିଭାଇସ୍‌ ଭିତରେ ପ୍ରି ରେକଡେଡ୍‌ ମେସେଜେସ୍‌ ରହିଛି। ୫୦ ଜଣଙ୍କ ଉପରେ ଏହି ଡିଭାଇସ୍‌ର ପରୀକ୍ଷଣ କରାଯାଇଥିଲା। ଡିଭାଇସ୍‌ରୁ ଟାଇଗର ଶବ୍ଦ ବାହାରିବା ପରେ ସମସ୍ତ ସ୍ୱପ୍ନରେ ବାଘ ଆସିଥିଲା। ଏହା ଦ୍ୱାରା ଲୋକଙ୍କ ସ୍ୱପ୍ନ ଦେଖିବା ଶୈଳୀ ବଦଳିଯାଇଥିଲା।

ରିସର୍ଚ୍ଚରଙ୍କ କହିବାନୁସାରେ ଏଭଳି ଡିଭାଇସ୍‌ ତିଆରି କରିବା ପଛରେ ଏକ ବଡ଼ କାରଣ ରହିଛି। ଲୋକମାନେ ରାତିର ସ୍ୱପ୍ନକୁ ନେଇ ସକାଳେ ଚିନ୍ତିତ ହୋଇଥାନ୍ତି। ଲୋକଙ୍କର ଏହି ସମସ୍ୟାକୁ ଦୂର କରିବା ପାଇଁ ଏଭଳି ଡିଭାଇସ୍‌ ତିଆରି କରାଯାଇଥିବା ରିସର୍ଚ୍ଚର ଆଡମ୍‌ ହୋରୋବିଟ୍‌ଜ କହିଛନ୍ତି।

WCW 11

Recent Posts

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

53 seconds ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

34 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

36 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago