ବ୍ୟବସାୟ ଓ ଅର୍ଥନୀତି

କରୋନା କାଳରେ ବଢ଼ିଲା ଟ୍ରେନ୍‌ ଭଡ଼ା, ୭୦ ଜାଗାରେ ଦେବାକୁ ପଡ଼ୁଛି ୧୦୦ ଟଙ୍କା

କରୋନା କାଳରେ ଟ୍ରେନ୍‌ ଯାତ୍ରା ମହଙ୍ଗା ହୋଇଛି। ଜେନେରାଲ ବଗିରେ ଯାଉଥିବା ସାଧାରଣ ଯାତ୍ରୀଙ୍କୁ ମଧ୍ୟ ସ୍ପେଶାଲ ଟ୍ରେନ୍‌ ନାଁରେ ପକେଟ୍‌ ଖାଲି କରିବାକୁ ପଡ଼ୁଛି। ସୋମବାରରୁ ଆରମ୍ଭ ହୋଇଥିବା ଗୋରଖପୁରରୁ ଲକ୍ଷ୍ନୌ, ମଣ୍ଡୁଆଡିହ ଓ ଛପରା ଇଣ୍ଟରସିଟିର ଭଡ଼ା ମଧ୍ୟ ବଢ଼ାଇ ଦିଆଯାଇଛି। ଗୋରଖପୁରରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ଯାତ୍ରା ପାଇଁ ଜେନେରାଲ ଟିକେଟ୍‌କୁ ମଧ୍ୟ ୩୦ ଟଙ୍କା ବୃଦ୍ଧି କରାଯାଇଛି। ସେହିପରି ବାରଣାସୀ ଟିକେଟ୍‌କୁ ମଧ୍ୟ ୧୫ ଟଙ୍କା ବଢ଼ାଇ ଦିଆଯାଇଛି।

ରିପୋର୍ଟ ମୁତାବକ, ଏବେ କେବଳ ସ୍ପେଶାଲ ଟ୍ରେନ୍‌ ଚାଲୁଛି। ସମସ୍ତ ସ୍ପେଶାଲ ଟ୍ରେନ୍‌ରେ କେବଳ ସଂରକ୍ଷିତ କୋଚ୍‌ ହିଁ ରହିଛି। ଏଥିରେ କେବଳ କନ୍‌ଫର୍ମ ହୋଇଥିବା ଯାତ୍ରୀଙ୍କୁ ଅନୁମତି ଦିଆଯାଇଛି। ଏଣୁ ଇଣ୍ଟରସିଟି ଟ୍ରେନ୍‌ରେ ଲାଗୁଥିବା ଜେନେରାଲ ବଗିର ଟିକେଟ୍‌ ମଧ୍ୟ ସଂରକ୍ଷିତ ଭାବେ ବୁକ୍‌ କରାଯାଉଛି। ଟିକେଟ୍‌ କାଉଣ୍ଟରରେ ରିଜର୍ଭେସନ୍‌ ନାଁରେ ୧୫ରୁ ୩୦ ଟଙ୍କା ଅଧିକ ଭଡ଼ା ଦେବାକୁ ପଡ଼ୁଛି।

ସୂଚନାଯୋଗ୍ୟ ଯେ, ରେଲୱେ ଇଣ୍ଟରସିଟି ଚଳାଇ ସାଧାରଣ ଲୋକଙ୍କ ଜୀବନଯାତ୍ରା ତ ସହଜ କରିଦେଇଛି, କିନ୍ତୁ ଟିକେଟ୍‌ ମୂଲ୍ୟ ବଢ଼ାଇ ଦେଇଛି। ଫଳରେ ଲୋକଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ୁଛି। ଏଣୁ ପ୍ରଥମ ଦିନରେ ଟ୍ରେନ୍‌ରେ ପ୍ରାୟ ୩୦ରୁ ୪୦ ପ୍ରତିଶତ ସିଟ୍‌ ଖାଲି ଥିବା ଜଣାଯାଇଛି।

WCW 11

Recent Posts

ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍, ୨ ଲୋକୋ ପାଇଲଟ୍ ଗୁରୁତର

ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ ।  ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…

42 mins ago

ଜୟପୁର ସହରରେ ପଡିଛି ଡାଇମଣ୍ଡ ସର୍କସ: ଜୋକରର କମେଡି ସାଙ୍ଗକୁ ଆଫ୍ରିକାନ କଳାକାରଙ୍କ ଶୋ ଲୋକଙ୍କ ମନ ଜିଣୁଛି

ଜୟପୁର(କେନ୍ୟୁଜ୍‌): ଦିନ ଥିଲା ସର୍କସ ନା ଶୁଣିଲେ ମନରେ ଉତ୍ସାହ ଭରି ଉଠୁଥିଲା । ପିଲା ଠୁ ଟୋକା, ବୁଢା…

43 mins ago

ନିର୍ବାଚନୀ ପରବର୍ତ୍ତୀ ହିଂସା: ଇଭିଏମ ହେରଫେର ସନ୍ଦେହରେ ଗଣ୍ଡଗୋଳ ଅଭିଯୋଗ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳାରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ସ୍ୱାଧୀନ ପ୍ରାର୍ଥୀ ସମର୍ଥକଙ୍କ ଲଙ୍କାକାଣ୍ଡ ଅଭିଯୋଗ । …

49 mins ago

Realme ଲଞ୍ଚ କଲା ବଢ଼ିଆ ଫୋନ, ଦାମ ସହ ଫିଚର୍ସ ରହିଛି ଦମଦାର

Realme ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । Realmeର ଏହି ବଜେଟ୍ ସ୍ମାର୍ଟଫୋନ୍ ସି ସିରିଜରେ ଲଞ୍ଚ…

1 hour ago

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

2 hours ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

2 hours ago