କରୋନା କାଳରେ ବଢ଼ିଲା ଟ୍ରେନ୍ ଭଡ଼ା, ୭୦ ଜାଗାରେ ଦେବାକୁ ପଡ଼ୁଛି ୧୦୦ ଟଙ୍କା

କରୋନା କାଳରେ ଟ୍ରେନ୍ ଯାତ୍ରା ମହଙ୍ଗା ହୋଇଛି। ଜେନେରାଲ ବଗିରେ ଯାଉଥିବା ସାଧାରଣ ଯାତ୍ରୀଙ୍କୁ ମଧ୍ୟ ସ୍ପେଶାଲ ଟ୍ରେନ୍ ନାଁରେ ପକେଟ୍ ଖାଲି କରିବାକୁ ପଡ଼ୁଛି। ସୋମବାରରୁ ଆରମ୍ଭ ହୋଇଥିବା ଗୋରଖପୁରରୁ ଲକ୍ଷ୍ନୌ, ମଣ୍ଡୁଆଡିହ ଓ ଛପରା ଇଣ୍ଟରସିଟିର ଭଡ଼ା ମଧ୍ୟ ବଢ଼ାଇ ଦିଆଯାଇଛି। ଗୋରଖପୁରରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ଯାତ୍ରା ପାଇଁ ଜେନେରାଲ ଟିକେଟ୍କୁ ମଧ୍ୟ ୩୦ ଟଙ୍କା ବୃଦ୍ଧି କରାଯାଇଛି। ସେହିପରି ବାରଣାସୀ ଟିକେଟ୍କୁ ମଧ୍ୟ ୧୫ ଟଙ୍କା ବଢ଼ାଇ ଦିଆଯାଇଛି।
ରିପୋର୍ଟ ମୁତାବକ, ଏବେ କେବଳ ସ୍ପେଶାଲ ଟ୍ରେନ୍ ଚାଲୁଛି। ସମସ୍ତ ସ୍ପେଶାଲ ଟ୍ରେନ୍ରେ କେବଳ ସଂରକ୍ଷିତ କୋଚ୍ ହିଁ ରହିଛି। ଏଥିରେ କେବଳ କନ୍ଫର୍ମ ହୋଇଥିବା ଯାତ୍ରୀଙ୍କୁ ଅନୁମତି ଦିଆଯାଇଛି। ଏଣୁ ଇଣ୍ଟରସିଟି ଟ୍ରେନ୍ରେ ଲାଗୁଥିବା ଜେନେରାଲ ବଗିର ଟିକେଟ୍ ମଧ୍ୟ ସଂରକ୍ଷିତ ଭାବେ ବୁକ୍ କରାଯାଉଛି। ଟିକେଟ୍ କାଉଣ୍ଟରରେ ରିଜର୍ଭେସନ୍ ନାଁରେ ୧୫ରୁ ୩୦ ଟଙ୍କା ଅଧିକ ଭଡ଼ା ଦେବାକୁ ପଡ଼ୁଛି।
ସୂଚନାଯୋଗ୍ୟ ଯେ, ରେଲୱେ ଇଣ୍ଟରସିଟି ଚଳାଇ ସାଧାରଣ ଲୋକଙ୍କ ଜୀବନଯାତ୍ରା ତ ସହଜ କରିଦେଇଛି, କିନ୍ତୁ ଟିକେଟ୍ ମୂଲ୍ୟ ବଢ଼ାଇ ଦେଇଛି। ଫଳରେ ଲୋକଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ୁଛି। ଏଣୁ ପ୍ରଥମ ଦିନରେ ଟ୍ରେନ୍ରେ ପ୍ରାୟ ୩୦ରୁ ୪୦ ପ୍ରତିଶତ ସିଟ୍ ଖାଲି ଥିବା ଜଣାଯାଇଛି।