ଟେକ୍

ଆପଣଙ୍କ ସ୍ମାର୍ଟଫୋନରେ ଷ୍ଟୋରେଜ୍ ସମସ୍ୟା ରହିଛି କି ? ଏହାର ସମାଧାନ କରିବ ଗୁଗୁଲର ଏହି ଆପ୍

ଆଜିର ସମୟରେ ଏପରି କୌଣସି ବ୍ୟକ୍ତି ନାହିଁ ଯେ ଯାହାର ହାତରେ ସ୍ମାର୍ଟଫୋନ୍ ନାହିଁ। ଆମେ ସ୍ମାର୍ଟଫୋନ୍ ଉପରେ ଏତେ ନିର୍ଭରଶୀଳ ଯେ ଆମର ସମସ୍ତ କାର୍ଯ୍ୟ ଏବଂ ମନୋରଞ୍ଜନ ଆମ ଫୋନରେ କରିଥାଉ। ଏପରି ପରିସ୍ଥିତିରେ, ଫୋନର ଇଣ୍ଟେରନାଲ ଷ୍ଟୋରେଜ୍ ଅତି ଶୀଘ୍ର ଫୁଲ ହୋଇଯାଏ। ଯଦି ଆପଣ ମଧ୍ୟ ଷ୍ଟୋରେଜ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ କୌଶଳ ଅଛି, ଯାହାକୁ ଆପଣ ବ୍ୟବହାର କରି ଫୋନରେ ଅଧିକ ଷ୍ଟୋରେଜ ପାଇବେ।

ପ୍ରତିଦିନ ଆପଣଙ୍କ ସ୍ମାର୍ଟଫୋନରେ ‘ଲୋ ଷ୍ଟୋରେଜ୍’ ର ମେସେଜ ଆସୁଛି କି? ଯଦି ଆପଣଙ୍କର ସ୍ମାର୍ଟଫୋନରେ ଷ୍ଟୋରେଜ୍ ଫୁଲ ହେତୁ ହ୍ୟାଙ୍ଗ ହେବାରେ ଲାଗେ, ତେବେ ଆପଣଙ୍କ ପାଇଁ ଆମର ଏପରି ଟ୍ରିକ ଅଛି, ଯାହାକୁ ଅନୁସରଣ କରି ଆପଣ ଆପଣଙ୍କର ସ୍ମାର୍ଟଫୋନରେ ଷ୍ଟୋରେ ପାଇବେ। ବାସ୍ତବରେ ଏହି କୌଶଳ ହେଉଛି ଏକ ନୂଆ ଫିଚର, ଯାହା ଗୁଗୁଲ୍ ଆଣିଛି।

ଗୁଗୁଲ ଏହାର ନୂତନ ବ୍ଲଗ୍ ପୋଷ୍ଟରେ ପ୍ରକାଶ କରିଛି ଯେ ଏହା ଏକ ଫିଚରଉପରେ କାମ କରୁଛି ଯାହା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ସ୍ପେସ୍ କିମ୍ବା ଷ୍ଟୋରେଜ୍ ସମସ୍ୟାର ମୁକାବିଲା ନକରିବାକୁ ସାହାଯ୍ୟ କରିବ। ଗୁଗୁଲ୍ ଏକ ସ୍ୱତନ୍ତ୍ର ‘ଆର୍ଚିଭ୍ଡ ‘ ଫିଚର ଉପରେ କାମ କରୁଛି ଏବଂ ସେମାନେ ଦାବି କରିଛନ୍ତି ଯେ ଏହି ଫିଚର ସାହାଯ୍ୟରେ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନର ଆପ୍ ଷ୍ଟୋର୍‌ଗୁଡିକ ସାମୟିକ ଭାବରେ ହ୍ରାସ ପାଇବ।

ଏହି ଆପ୍ ଡିଭାଇସ୍ ରେ ରହିବ ଏବଂ ଡାଟାକୁ ବି ରିଟେନ୍ କରିବ । ଏହା ଦ୍ୱାରା ୟୁଜର୍ ଙ୍କ ପାଇଁ ଆପ୍ ଗୁଡ଼ିକୁ ଯଦି ଲମ୍ବା ସମୟ ପରେ ବ୍ୟବହାର କରନ୍ତି ତାହେଲେ ଏଥିରେ ଲାଟେଷ୍ଟ୍ କ୍ୟାପିଟେବଲ୍ ଭର୍ସନ୍ ରେ ରିଷ୍ଟୋର୍ କରାଇବା ବି ସହଜ ହୋଇଯିବ । ଏହି ଫଙ୍କସନ୍ ପରେ ଆପଣ ବ୍ୟବହାର କରୁନଥିବା ଆପ୍ ଗୁଡ଼ିକୁ ଡିଲିଟ୍ ବି କରିବାକୁ ପଡ଼ିବ ନାହିଁ । ଏହାର ଫାଇଦା ଡେଭଲପର୍ସ ଙ୍କୁ ବି ହେବ । ଗୁଗୁଲ ପକ୍ଷରୁ କୁହାଯାଇଛି ଯେ, ଆର୍ଚିଭ୍ଡ ଏପିକେ ବର୍ତ୍ତମାନ ପାଇଁ ଡେଭଲପ୍ ମେଣ୍ଟ୍ ଷ୍ଟେଜ୍ ରେ ରହିଛି । ଆଉ ଏହି ବର୍ଷ ୟୂଜର୍ସଙ୍କ ପାଇଁ ଜାରି କରାଯିବ । ତେବେ ଗୁଗୁଲର ଏହି ଫିଚର ବର୍ତ୍ତମାନଦେବଲମେଣ୍ଟ ପର୍ଯ୍ୟାୟରେ ଅଛି ଏବଂ ଏହା କେବଳ ଉପଭୋକ୍ତାମାନଙ୍କ ପାଇଁ ମୁକ୍ତ ହେବ।

Barsha

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

18 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

20 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago