ମନୋରଂଜନ

କ’ଣ ପୁଣି ବାହା ହେବେ ହ୍ରିତିକ୍‌ ରୋଶନ; ଆଉ ସବା ଆଜାଦଙ୍କ ଘରେ ନେଇ ପହଞ୍ଚିବେ ବରଯାତ୍ରୀ! ସାଙ୍ଗ କହିଲେ ବିବାହର ସତ୍ୟତା…

ହ୍ରିତିକ୍‌ ରୋଶନ ଓ ସବା ଆଜାଦ ବର୍ତ୍ତମାନ ବଲିଉଡ୍‌ର ଲଭ୍‌ ବାର୍ଡସ୍‌ ହୋଇଛନ୍ତି, ଯାହାଙ୍କୁ ନେଇ ଦିନରାତି ଚର୍ଚ୍ଚା ଚାଲିଛି। ଯେବେ ଦୁହିଁଙ୍କୁ ଏକ ଡିନର ଡେଟ୍‌ରେ ଦେଖିବାକୁ ମିଳିଥିଲା, ସେବେଠାରୁ ଚର୍ଚ୍ଚା ହେଉଛି କି, ଦୁହେଁ ରିଲେସନସିପ୍‌ରେ ଅଛନ୍ତି। ଏଥିସହ ସବା ହ୍ରିତିକ୍‌ଙ୍କ ପରିବାର ସହିତ ଟାଇମ୍‌ ସ୍ପେଣ୍ଡ୍‌ କରିବା, ସବାଙ୍କ ଅସୁସ୍ଥତା ସମୟରେ ହ୍ରିତିକ୍‌ଙ୍କ ପରିବାର ଲୋକେ ତାଙ୍କର ଯତ୍ନ ନେବା, ଏପରି କି, ହ୍ରିତିକ୍‌ଙ୍କ ଏକ୍ସ ଓ୍ଵାଇଫ୍‌ ସୁଜୈନ୍‌ ଖାନ ବି ସବାଙ୍କୁ ସୋସିଆଲ ମିଡିଆରେ ପ୍ରେମର ସହ ଟ୍ରିଟ୍‌ କରିବା, ଏ ସବୁ କିଛି ଦେଖି ଫ୍ୟାନ୍‌ମାନେ ବର୍ତ୍ତମାନ ଦୁହିଁଙ୍କ ବିବାହକୁ ନେଇ ଭାବିବାକୁ ଲାଗିଛନ୍ତି।

ନିକଟରେ ହ୍ରିତିକ୍‌ ଓ ସବାଙ୍କର ଜଣେ କମନ୍‌ ଫ୍ରେଣ୍ଡ୍‌ ବିବାହକୁ ନେଇ ହଟ୍‌ ସ୍କୁପ୍‌ ସେୟାର କରିଛନ୍ତି। ସେ କହିଛନ୍ତି କି, ହ୍ରିତିକ୍‌ ଓ ସବା ଉଭୟ ପରସ୍ପରକୁ ବହୁତ ପସନ୍ଦ କରନ୍ତି। ହ୍ରିତିକ୍‌ଙ୍କ ପରିବାରରେ ବି ସବା ସମସ୍ତଙ୍କର ପସନ୍ଦ। କେବଳ ଏତିକି ନୁହେଁ, ହ୍ରିତିକ୍‌ଙ୍କ ପରି ତାଙ୍କ ପରିବାର ଲୋକେ ସବାଙ୍କ ମ୍ୟୁଜିକ୍‌କୁ ପସନ୍ଦ କରନ୍ତି। ନିକଟରେ ଯେତେ ବେଳେ ସବା, ହ୍ରିତିକ୍‌ଙ୍କ ଘରକୁ ଆସିଥିଲେ, ତ ସେଠାରେ ସେ ସମସ୍ତଙ୍କ ସହିତ ଏକ ମ୍ୟୁଜିକ୍‌ ସେସନ କରିଥିଲେ। ଏପରି କି, ହ୍ରିତିକ୍‌ଙ୍କ ଦୁଇ ପିଲା ରେହାନ ଓ ରିଦାନ୍‌ ମଧ୍ୟ ସବାଙ୍କୁ ବହୁତ ପସନ୍ଦ କରି ଥାଆନ୍ତି।

ତେବେ ଦୁଇଜଣଙ୍କ ବିବାହ ଆଡ଼କୁ ଈଶାରା କରି ସାଙ୍ଗ ଜଣକ କହିଥିଲେ, ‘ହ୍ରିତିକ୍‌ ଓ ସବା ଏକାଠି ଅଛନ୍ତି। କିନ୍ତୁ ସେମାନେ କୌଣସି ବି ଜିନିଷକୁ ନେଇ ତରବରିଆ ହେବାକୁ ଚାହୁଁ ନାହାନ୍ତି’। କହି ରଖୁଛୁ, ଏଥି ପୂର୍ବରୁ ସବା ଆଜାଦଙ୍କୁ ଏକ ଇଣ୍ଟରଭ୍ୟୁ ସମୟରେ ହ୍ରିତିକ୍‌ଙ୍କ ସହ ତାଙ୍କ ରିଲେସନ୍‌କୁ ନେଇ ପ୍ରଶ୍ନ ପଚରା ଯାଇଥିଲା। କିନ୍ତୁ ସେ ଏହାକୁ ଅଣଦେଖା କରିଥିଲେ।

Roshni

Recent Posts

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି, ବୋହୂକୁ ଏମିତି ଅଫର ଦେଲା ଶଶୁର

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି । ଶଶୁରଙ୍କ ଏଭଳି କଥାରେ ଥାନାରେ ପହଞ୍ଚିଛି ବୋହୂ…

18 mins ago

ଯୁବକ ଗିଳିଦେଲେ ଛୁଞ୍ଚି, ଲୁହା କଣ୍ଟା ଓ ନଟ-ବୋଲ୍ଟ, ମାନସିକ ସ୍ତରରେ ଦୁର୍ବଳ ହୋଇ କଲେ ଏମିତି କାଣ୍ଡ

ରାଜସ୍ଥାନ ଜୟପୁରସ୍ଥିତ ଏସଏମଏସ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଲେପ୍ରୋସ୍କୋପି ସାହାଯ୍ୟରେ ଜଣେ ଯୁବକଙ୍କର ଅପରେସନ୍ କରିଛନ୍ତି ଏବଂ ଯୁବକଙ୍କ ପେଟରୁ…

19 mins ago

୧୦ ଟଙ୍କିଆ ଥଣ୍ଡା ପାନୀୟ ଭିତରୁ ବାହାରିଲା କଣ୍ଡୋମ୍: ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଘଟଣାଟି ସତ

ମୋହନା(କେନ୍ୟୁଜ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି…

51 mins ago

ପୁଣି ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍, କହିଲେ ଚାଷୀଙ୍କ ପାଇଁ କିଛି କରିନି ବିଜେପି

ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ…

1 hour ago

ସେଣ୍ଟ୍ରାଲ ବ୍ୟାଙ୍କରେ ଖାଲିପଡିଛି ଅନେକ ପଦବୀ, ଇଣ୍ଟରଭ୍ୟୁରେ ହେବ ଚୟନ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ବ୍ୟାଙ୍କରେ ବିଭିନ୍ନ ପଦବୀ…

1 hour ago

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

2 hours ago