କ’ଣ ପୁଣି ବାହା ହେବେ ହ୍ରିତିକ୍ ରୋଶନ; ଆଉ ସବା ଆଜାଦଙ୍କ ଘରେ ନେଇ ପହଞ୍ଚିବେ ବରଯାତ୍ରୀ! ସାଙ୍ଗ କହିଲେ ବିବାହର ସତ୍ୟତା…

ହ୍ରିତିକ୍ ରୋଶନ ଓ ସବା ଆଜାଦ ବର୍ତ୍ତମାନ ବଲିଉଡ୍ର ଲଭ୍ ବାର୍ଡସ୍ ହୋଇଛନ୍ତି, ଯାହାଙ୍କୁ ନେଇ ଦିନରାତି ଚର୍ଚ୍ଚା ଚାଲିଛି। ଯେବେ ଦୁହିଁଙ୍କୁ ଏକ ଡିନର ଡେଟ୍ରେ ଦେଖିବାକୁ ମିଳିଥିଲା, ସେବେଠାରୁ ଚର୍ଚ୍ଚା ହେଉଛି କି, ଦୁହେଁ ରିଲେସନସିପ୍ରେ ଅଛନ୍ତି। ଏଥିସହ ସବା ହ୍ରିତିକ୍ଙ୍କ ପରିବାର ସହିତ ଟାଇମ୍ ସ୍ପେଣ୍ଡ୍ କରିବା, ସବାଙ୍କ ଅସୁସ୍ଥତା ସମୟରେ ହ୍ରିତିକ୍ଙ୍କ ପରିବାର ଲୋକେ ତାଙ୍କର ଯତ୍ନ ନେବା, ଏପରି କି, ହ୍ରିତିକ୍ଙ୍କ ଏକ୍ସ ଓ୍ଵାଇଫ୍ ସୁଜୈନ୍ ଖାନ ବି ସବାଙ୍କୁ ସୋସିଆଲ ମିଡିଆରେ ପ୍ରେମର ସହ ଟ୍ରିଟ୍ କରିବା, ଏ ସବୁ କିଛି ଦେଖି ଫ୍ୟାନ୍ମାନେ ବର୍ତ୍ତମାନ ଦୁହିଁଙ୍କ ବିବାହକୁ ନେଇ ଭାବିବାକୁ ଲାଗିଛନ୍ତି।
ନିକଟରେ ହ୍ରିତିକ୍ ଓ ସବାଙ୍କର ଜଣେ କମନ୍ ଫ୍ରେଣ୍ଡ୍ ବିବାହକୁ ନେଇ ହଟ୍ ସ୍କୁପ୍ ସେୟାର କରିଛନ୍ତି। ସେ କହିଛନ୍ତି କି, ହ୍ରିତିକ୍ ଓ ସବା ଉଭୟ ପରସ୍ପରକୁ ବହୁତ ପସନ୍ଦ କରନ୍ତି। ହ୍ରିତିକ୍ଙ୍କ ପରିବାରରେ ବି ସବା ସମସ୍ତଙ୍କର ପସନ୍ଦ। କେବଳ ଏତିକି ନୁହେଁ, ହ୍ରିତିକ୍ଙ୍କ ପରି ତାଙ୍କ ପରିବାର ଲୋକେ ସବାଙ୍କ ମ୍ୟୁଜିକ୍କୁ ପସନ୍ଦ କରନ୍ତି। ନିକଟରେ ଯେତେ ବେଳେ ସବା, ହ୍ରିତିକ୍ଙ୍କ ଘରକୁ ଆସିଥିଲେ, ତ ସେଠାରେ ସେ ସମସ୍ତଙ୍କ ସହିତ ଏକ ମ୍ୟୁଜିକ୍ ସେସନ କରିଥିଲେ। ଏପରି କି, ହ୍ରିତିକ୍ଙ୍କ ଦୁଇ ପିଲା ରେହାନ ଓ ରିଦାନ୍ ମଧ୍ୟ ସବାଙ୍କୁ ବହୁତ ପସନ୍ଦ କରି ଥାଆନ୍ତି।
ତେବେ ଦୁଇଜଣଙ୍କ ବିବାହ ଆଡ଼କୁ ଈଶାରା କରି ସାଙ୍ଗ ଜଣକ କହିଥିଲେ, ‘ହ୍ରିତିକ୍ ଓ ସବା ଏକାଠି ଅଛନ୍ତି। କିନ୍ତୁ ସେମାନେ କୌଣସି ବି ଜିନିଷକୁ ନେଇ ତରବରିଆ ହେବାକୁ ଚାହୁଁ ନାହାନ୍ତି’। କହି ରଖୁଛୁ, ଏଥି ପୂର୍ବରୁ ସବା ଆଜାଦଙ୍କୁ ଏକ ଇଣ୍ଟରଭ୍ୟୁ ସମୟରେ ହ୍ରିତିକ୍ଙ୍କ ସହ ତାଙ୍କ ରିଲେସନ୍କୁ ନେଇ ପ୍ରଶ୍ନ ପଚରା ଯାଇଥିଲା। କିନ୍ତୁ ସେ ଏହାକୁ ଅଣଦେଖା କରିଥିଲେ।