ପ୍ରେମିକ ସାଜିଲା ସଇତାନ: ସାମାନ୍ୟ କଥାକୁ କେନ୍ଦ୍ର କରି ପ୍ରେମିକାକୁ ପଥରରେ ଛେଚି କଲା ହତ୍ୟା

ଉଦଳା(କେନ୍ଯୁଜ୍): ପ୍ରେମିକ ସାଜିଲା ସଇତାନ । ସାମାନ୍ୟ କଥାକୁ କେନ୍ଦ୍ର କରି ଅତି ବିଭତ୍ସ ଭାବେ ପ୍ରେମିକାକୁ ପଥରରେ ଛେଚି କଲା ହତ୍ୟା । ଏଭଳି ଘଟଣା ଘଟିଛି ଖୁଂଟା ଥାନା ରାଇଡିହି ଗ୍ରାମରେ । ବାସିପିଠା ଅଂଚଳର ଯୁବକ ମୁନୁ ଟୁଡୁ ଏବଂ ସପନଚୁଆ ଗ୍ରାମର ବୁଦ୍ଧୁନି ହେମ୍ବ୍ରମ୍ ଗତକାଲି ରାଇଡିହି ଗ୍ରାମକୁ ବୁଲିବାକୁ ଯାଇଥିଲେ । ରାଇଡିହି ଗ୍ରାମରେ ବୁଦ୍ଧୁନିଙ୍କ ସଂପର୍କୀୟ ଘର ହୋଇଥିବା ବେଳେ ସେଠାରୁ ଫେରି ଉଭୟ ବାଇକରେ ବୁଲିବାକୁ ଯାଇଥିଲେ ।

ରାଇଡିହି ନିକଟରେ ପ୍ରବାହିତ ଏକ ନଦୀ ନିକଟରେ ବୁଦ୍ଧୁନି ଗାଧୋଇବାକୁ ଯାଇଥିବା ବେଳେ ମୁନୁ ତାଙ୍କ ପଛରେ ଯାଇଥିଲେ । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା । ଯାହା ଏତେ ଉଗ୍ରରୂପ ନେଇଥିଲା ଯେ ପରସ୍ପର ପରସ୍ପରକୁ ଆକ୍ରମଣ କରିଥିଲେ । ମୁନୁ ଏକ ବଡ ପଥରରେ ବୁଦ୍ଧୁନିକୁ ଆକ୍ରମଣ କରିଥିବା ବେଳେ ବୁଦ୍ଧୁନି ତଳେ ପଡିଯିବା ପରେ ତାକୁ ଏକ ପଥରରେ ଛେଚି ହତ୍ୟା କରିଥିଲା ମୁନୁ ।

ଅନ୍ୟପଟେ ଉଭୟ ପରସ୍ପର ଉପରେ ଆକ୍ରମଣ କରୁଥିବା ବେଳେ ବୁଦ୍ଧୁନିଙ୍କ ଆକ୍ରମଣରେ ମୁନୁ ମଧ୍ୟ ଗୁରୁତର ଆହତ ହୋଇଛି । ଏହି ଖବର ଜଣାପଡିବା ପରେ ଖୁଂଟା ପୋଲିସ୍ ଘଟଣାସ୍ଥଳରେ ପହଂଚି ବୁଦ୍ଧୁନିର ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଏହା ସହିତ ଅଭିଯୁକ୍ତ ମୁନୁକୁ ପୋଲିସ୍ ଡାକ୍ତରଖାନାରେ ଚିକିତ୍ସା କରାଇ ଥାନାରେ ଅଟକ ରଖିଛି ।

ତେବେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିବା ବେଳେ ଉଭୟ ପ୍ରେମିକ ଏବଂ ପ୍ରେମିକା । ତେବେ କେଉଁ କାରଣରୁ ବଚସା ହେଲା ଏବଂ କଣ କେବଳ ବଚସାରୁ ଏଭଳି ଘଟଣା ଘଟିଛି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ସେ ନେଇ ତଦନ୍ତ ଜାରି ରଖିଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.