ଟେକ୍

ଛୋଟ ଟେଡି ବିୟର ଭଳି ଦେଖାଯାଏ ଏହି ରୋବୋଟ୍‌, କମାଣ୍ଡ ଦେବା କ୍ଷଣି ୟୁଜରଙ୍କ ପାଖରେ ପହଞ୍ଚାଇଥାଏ ଟଏଲେଟ୍‌ ପେପର୍‌

ଲସ୍‌ ଭୋଗାସ୍‌ରେ ଆୟୋଜିତ ହୋଇଥିବା କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍‌ ଶୋ’ରେ ଟଏଲେଟ୍‌ ପେପର୍‌ ମେକିଂ କମ୍ପାନୀ ‘ଚାରମିନ୍‌’ ନିଜର ଏକ ଟଏଲେଟ୍‌ ପେପର୍‌ ଡେଲିଭରି ରୋବୋଟ୍‌ ପ୍ରଦର୍ଶନ କରିଛି। କମ୍ପାନୀ ଏହାକୁ ‘ରୋଲବୋଟ୍‌’ ନାଁ ଦେଇଛି। ଏହା ଏକ ସେଲ୍ଫ ବାଲାନ୍ସିଂ ଟୁ-ହ୍ଵିଲ୍‌ ରୋବୋଟ୍‌ ଅଟେ, ଯାହା ଦେଖିବାକୁ ବିଲ୍‌କୁଲ ଛୋଟ ଟେଡି ବିୟର ଭଳି। ଏହାକୁ ସ୍ମାର୍ଟଫୋନ୍‌ରେ କନେକ୍ଟ କରି ବ୍ୟବହାର କରାଯାଇପାରିବ। ଆପ୍‌ ଜରିଆରେ କମାଣ୍ଡ ଦେବା କ୍ଷଣି ଏହା ୟୁଜରଙ୍କ ପାଖକୁ ଟଏଲେଟ୍‌ ପେପର୍‌ ପହଞ୍ଚାଇ ଦେଇଥାଏ।

ରୋବୋଟ୍‌ର ମୁଣ୍ଡ ଫ୍ଲାଟ୍‌ ରହିଛି, ଯେଉଁଥିରେ ଏହା ରଖିଥାଏ ଟଏଲେଟ୍‌ ପେପର୍‌

ଏହି ରୋବୋଟ୍‌ ଛୋଟ କାର୍ଟୁନ ଭଳି ଦେଖାଯାଇଥାଏ। ଏଥିରେ ଦୁଇଟି ଛୋଟ ଛୋଟ ହ୍ଵିଲ୍ସ ଲାଗିଛି, ଯେଉଁଥିରେ ଏହା ନିଜେ ନିଜର ବାଲାନ୍ସ ସମ୍ଭାଳିଥାଏ। କମ୍ପାନୀ ଏହାର ମୁହଁକୁ କାର୍ଟୁନ ବିୟର ଫେସ୍‌ ଭଳି ଡିଜାଇନ୍‌ କରିଛି। ଏହାର ମୁଣ୍ଡକୁ ଫ୍ଲାଟ୍‌ ରଖାଯାଇଛି। ଏଥିରେ ସେ ଟଏଲେଟ୍‌ ପେପର୍‌ ରଖି ଚାଲିଥାଏ। ଏହି ରୋବୋଟ୍‌କୁ ବ୍ଲୁଟୁଥ୍‌ ସାହାଯ୍ୟରେ ସ୍ମାର୍ଟଫୋନରେ କନେକ୍ଟ କରାଯାଇପାରିବ। କେବଳ ଏତିକି ନୁହେଁ, ଏହା ଭିତରେ ଇନ୍‌ଫ୍ରାରେଡ୍‌ ସେନ୍ସର ଲାଗିଛି, ଯଦ୍ଦ୍ଵାରା ସେ ୟୁଜରଙ୍କୁ ଚିହ୍ନଟ କରି ତାଙ୍କ ପାଖରେ ପହଞ୍ଚି ଯାଇଥାଏ।

Roshni

Recent Posts

ଆଜି ପୁଣି କମିଲା ପେଟ୍ରୋଲ ଦର, ବାଇକ ଆରୋହୀଙ୍କୁ ଆଶ୍ବସ୍ତି

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଛି ।…

17 mins ago

ସୁନା କିଣିବାକୁ ଯିବା ପୂର୍ବରୁ ଜାଣନ୍ତୁ ଆଜିର ମୂଲ୍ୟ; ଭୁବନେଶ୍ବରରେ କମିଛି ଦର

ଆଜି ସୁନା ଦର ଟିକେ ହ୍ରାସ ପାଇଛି । ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି…

28 mins ago

ଏଥର ସଅଳ ପହଞ୍ଚିବ ମୌସୁମୀ, ୮ ତାରିଖ ମଧ୍ୟରେ ଛୁଇଁପାରେ ଓଡ଼ିଶା

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି  । ଦିନରେ ତାତି ରାତିରେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି …

48 mins ago

ଚୋରା କାଠ ବ୍ୟବସାୟକୁ ନେଇ ପୂର୍ବ ଶତ୍ରୁତା, ଯୁବକଙ୍କୁ ଗୁଳିମାଡ଼

ବାଲେଶ୍ବର (କେନ୍ୟୁଜ); ବାଲେଶ୍ବରରେ ଫୁଟିଲା ଗୁଳି। ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ସୁତେଇବଡଗାଁରେ ଗୁଳିକାଣ୍ଡ । ଚୋରା କାଠ ବ୍ୟବସାୟକୁ ନେଇ…

1 hour ago

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି, ସନ୍ଧ୍ୟା ୭ରୁ ରାତି ୧୦ଟା ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ଦର୍ଶନ

ପୁରୀ (କେନ୍ୟୁଜ): ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ସାଢେ ୩ ଘଣ୍ଟା…

1 hour ago

ଭାରସାମ୍ୟ ହରାଇ ଘରକୁ ମାଡ଼ିଗଲା ଡମ୍ଫର, ସ୍ବାମ-ସ୍ତ୍ରୀ ମୃତ

ଜଳେଶ୍ୱର (କେନ୍ୟୁଜ): ମାଡିଗଲା ଚିପ୍ସ ବୋଝେଇ ଡମ୍ଫର । ସ୍ବାମ-ସ୍ତ୍ରୀ ମୃତ । ଘର ଭିତରେ ଶୋଇଥିବା ବେଳେ ମାଡିଗଲା…

2 hours ago