ଗୌହାଟୀରେ ଗତ ଶୁକ୍ରବାର ସନ୍ଧ୍ୟାରେ ଚାଲିଥିବା ଏକ ଇଭେଣ୍ଟରେ ବଲିଉଡ୍ ସିଙ୍ଗର୍ ଜୁବିନ୍ ଗର୍ଗ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯଦିଓ ସେ ବିପଦମୁକ୍ତ ଅଛନ୍ତି, ତଥାପି ତାଙ୍କୁ ଏବେ ଆଇସିୟୁରେ ରଖାଯାଇଛି।
ଜୁବିନଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା କହିଛନ୍ତି, ୧୨ଜଣିଆ ଡାକ୍ତରୀ ଟିମ୍ ଜୁବିନ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି। ଶନିବାର ସେ ଜଳଖିଆ, ଜୁସ୍ ଏବଂ ସାଦା ଖାଦ୍ୟ ଖାଇଥିଲେ। ଖବରରୁ ଜଣାପଡ଼ିଛି ଯେ ଗୌହାଟୀରେ ଇଭେଣ୍ଟ ଚାଲିଥିବା ବେଳେ ଜୁବିନ୍ ହଠାତ୍ ଷ୍ଟେଜ୍ରୁ ବେହୋସ୍ ହୋଇ ଗଳିପଡ଼ିଥିଲେ। ତାଙ୍କ ଜିଭରେ ଷ୍ଟିଚ୍ ପଡ଼ିଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।
ଡାକ୍ତରଙ୍କ ଅନୁସାରେ, ଜୁବିନ୍ ଯେତେବେଳେ ବେହୋସ୍ ହୋଇ ତଳେ ପଡ଼ିଥିଲେ, ସେହି ସମୟରେ ତାଙ୍କ ଫ୍ୟାନ୍ମାନେ ତାଙ୍କୁ ଜୋର୍ ଜବରଦସ୍ତ ଉଠାଇଥିଲେ, ଯେଉଁ କାରଣରୁ ତାଙ୍କ ବେକ ଓ ହାତରେ ଆଘାତ ଲାଗିଛି। ସେପଟେ ଜୁବିନ୍ଙ୍କର ଏହି ଦୁର୍ଘଟଣାଜନିତ ଖବରକୁ ସିଙ୍ଗର୍ ଶାନ୍ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଏହାସହିତ ସେ କ୍ୟାପସନ ଲେଖିଛନ୍ତି ଯେ ‘ମୋ ଭାଇ ଚାମ୍ପିୟନ। ସେ ଲଢ଼ିବେ ଏବଂ ବହୁତ ଜଲଦି ଜିତିବେ। ତାଙ୍କ ଆଶୁ ଆରୋଗ୍ୟ କାମନା କରୁଛି’। କହି ରଖୁଛୁ, ଜୁବିନ୍ ଗ୍ୟାଙ୍ଗଷ୍ଟାର ଫିଲ୍ମର ଗୀତ ‘ୟା ଅଲ୍ଲୀ’ ପାଇଁ ବେଶ୍ ଲୋକପ୍ରିୟ ହୋଇଯାଇଥିଲେ।
ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…
ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…
ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…
ମୟୁରଭଞ୍ଜ : ତୁଟିଲା ବିବାଦ । ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…
କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…
ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…