Below header

ବେହୋସ୍‌ ହୋଇ ମଞ୍ଚରୁ ଗଳିପଡ଼ିଲେ ବଲିଉଡ୍‌ ସିଙ୍ଗର୍‌ ଜୁବିନ୍‌ ଗର୍ଗ, ଜିଭରେ ପଡ଼ିଛି ଷ୍ଟିଚ୍‌, ଗ୍ୟାଙ୍ଗଷ୍ଟାର୍‌ ଫିଲ୍ମର ‘ୟା ଅଲ୍ଲୀ’ ଗୀତ ପାଇଁ ସାଉଁଟିଥିଲେ ଅନେକ ପ୍ରଶଂସା

ଗୌହାଟୀରେ ଗତ ଶୁକ୍ରବାର ସନ୍ଧ୍ୟାରେ ଚାଲିଥିବା ଏକ ଇଭେଣ୍ଟରେ ବଲିଉଡ୍‌ ସିଙ୍ଗର୍‌ ଜୁବିନ୍‌ ଗର୍ଗ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯଦିଓ ସେ ବିପଦମୁକ୍ତ ଅଛନ୍ତି, ତଥାପି ତାଙ୍କୁ ଏବେ ଆଇସିୟୁରେ ରଖାଯାଇଛି।

j3

ଜୁବିନଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା କହିଛନ୍ତି, ୧୨ଜଣିଆ ଡାକ୍ତରୀ ଟିମ୍‌ ଜୁବିନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି। ଶନିବାର ସେ ଜଳଖିଆ, ଜୁସ୍‌ ଏବଂ ସାଦା ଖାଦ୍ୟ ଖାଇଥିଲେ। ଖବରରୁ ଜଣାପଡ଼ିଛି ଯେ ଗୌହାଟୀରେ ଇଭେଣ୍ଟ ଚାଲିଥିବା ବେଳେ ଜୁବିନ୍‌ ହଠାତ୍‌ ଷ୍ଟେଜ୍‌ରୁ ବେହୋସ୍‌ ହୋଇ ଗଳିପଡ଼ିଥିଲେ। ତାଙ୍କ ଜିଭରେ ଷ୍ଟିଚ୍‌ ପଡ଼ିଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।

 

View this post on Instagram

 

জুবিন দা💔 #ZubeenGarg

A post shared by Anshuman Baruah (@anshuman.baruah.338) on

ଡାକ୍ତରଙ୍କ ଅନୁସାରେ, ଜୁବିନ୍‌ ଯେତେବେଳେ ବେହୋସ୍‌ ହୋଇ ତଳେ ପଡ଼ିଥିଲେ, ସେହି ସମୟରେ ତାଙ୍କ ଫ୍ୟାନ୍‌ମାନେ ତାଙ୍କୁ ଜୋର୍‌ ଜବରଦସ୍ତ ଉଠାଇଥିଲେ, ଯେଉଁ କାରଣରୁ ତାଙ୍କ ବେକ ଓ ହାତରେ ଆଘାତ ଲାଗିଛି। ସେପଟେ ଜୁବିନ୍‌ଙ୍କର ଏହି ଦୁର୍ଘଟଣାଜନିତ ଖବରକୁ ସିଙ୍ଗର୍‌ ଶାନ୍‌ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଏହାସହିତ ସେ କ୍ୟାପସନ ଲେଖିଛନ୍ତି ଯେ ‘ମୋ ଭାଇ ଚାମ୍ପିୟନ। ସେ ଲଢ଼ିବେ ଏବଂ ବହୁତ ଜଲଦି ଜିତିବେ। ତାଙ୍କ ଆଶୁ ଆରୋଗ୍ୟ କାମନା କରୁଛି’। କହି ରଖୁଛୁ, ଜୁବିନ୍‌ ଗ୍ୟାଙ୍ଗଷ୍ଟାର ଫିଲ୍ମର ଗୀତ ‘ୟା ଅଲ୍ଲୀ’ ପାଇଁ ବେଶ୍‌ ଲୋକପ୍ରିୟ ହୋଇଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.