Below header

ପୋଷା କୁକରକୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇଲେ ଆର୍ମି ଅଫିସର

ଜମ୍ମୁ-କଶ୍ମୀରର ବାରମୁଲାରେ ନିଆଁ ଲାଗିବା ଘଟଣାରେ ଜଣେ ଆର୍ମି ଅଫିସରଙ୍କର ମୃତ୍ୟୁ ହୋଇଛି। ଘଟଣାଟି ଗୁଲମାର୍ଗ ଅଞ୍ଚଳର। ରିପୋର୍ଟ ଅନୁଯାୟୀ ଆର୍ମି ଅଫିସର ନିଆଁରେ ଫସି ନିଜର ଏକ ପୋଷା କୁକୁର ରକ୍ଷା କରିବା ପାଇଁ ଚେଷ୍ଟା କରୁଥିଲେ। ପୋଲିସ କହିବାନୁଯାୟୀ ଗତ ଶନିବାର ରାତିରେ ଏସଏସସିଟିସି(ଗୁଲମାର୍ଗ)ର ଅଧିକାରୀ ମେଜର ଅଙ୍କିତଙ୍କ ଘରେ ନିଆଁ ଲାଗିଯାଇଥିଲା । ମେଜର ନିଜର ପତ୍ନୀ ଏବଂ ନିଜର ଏକ ପୋଷା କୁକରକୁ ବଞ୍ଚାଇ ଦେଇଥିଲେ। କିନ୍ତୁ ଅନ୍ୟସବୁ କୁକୁରକୁ ବଞ୍ଚାଇବ ପାଇଁ ଚେଷ୍ଟା କରିବା ବେଳେ ନିଜ ଜୀବନକୁ ବଳି ଦେବାକୁ ପଡିଥିଲା।

dogପୋଲିିସ କହିବାନୁଯାୟୀ ମେଜର ଅଙ୍କିତଙ୍କ ଶରୀରର ୯୦ ପ୍ରିତିଶତ ଜଳି ଯାଇଥିଲା। ସସୂଚନା ମୁତାବକ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଶେଷରେ ସ୍ଥାନୀୟ ପୋଲିସଙ୍କ ସହାୟତାରେ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.