ବ୍ଲାକ ଫ୍ରାଇଡେ ପରେ ଆଜି ସେୟାର ବଜାରରେ ହୋଇଛି ଭଲ ଆରମ୍ଭ, ସେନ୍‌ସେକ୍ସ ପାଖାପାଖି ୭୫୦ ପଏଣ୍ଟ ଉପରକୁ ଉଠିଛି

ମୁମ୍ବାଇ: ବ୍ଲାକ ଫ୍ରାଇଡେ ପରେ ଆଜି ସେୟାର ବଜାର ଭଲ ଆରମ୍ଭ ହୋଇଛି । ସେନ୍‌ସେକ୍ସ ପାଖାପାଖି ୭୫୦ ପଏଣ୍ଟ ଉପରକୁ ଉଠିଛି । ବିଏସ୍‌ଇ ବେଞ୍ଚମାର୍କ ଇଣ୍ଡେକ୍ସ ସେନ୍‌ସେକ୍ସ ୬୯୩.୮୪ ପଏଣ୍ଟ ବୃଦ୍ଧି ସହ ୩୮ ହଜାର ୯୯୧. ୧୩ ପଏଣ୍ଟରେ ଖୋଲିଥିଲା । ସେହିପରି ନିଫ୍‌ଟି ୧୧ ହଜାର ୩ଶହ ସହ ଖୋଲିଥିଲା । କରୋନା ସଂକ୍ରମିତ ହୋଇଥିଲା ଅର୍ଥନୀତି । ଶୁକ୍ରବାର ଗୋଟିଏ ଦିନରେ ନିବେଶକଙ୍କ ୫ ଲକ୍ଷ ୫୦ ହଜାର କୋଟି ଟଙ୍କାର ସମ୍ପତ୍ତି ଧୋଇ ହୋଇଯାଇଥିଲା । ସେନ୍‌ସେକ୍ସ ପ୍ରାୟ ୧୫ ଶହ ପଏଣ୍ଟ ଖସି ୩୮ ହଜାର ୨୨୭ ପଏଣ୍ଟରେ ପହଞ୍ଚିଥିଲା। ନିଫ୍‌ଟି ୪୩୦ ପଏଣ୍ଟ ଖଲି ୧୧ ହଜାର ୨୦୦ ପଏଣ୍ଟ ଯାଏ ଖସିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.